ବାଲିଗୁଡା/୧୪/୦୮/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ଓ ଫିରିଙ୍ଗିଆ ବ୍ଲକରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପାଞ୍ଚଜଣ ଛାତ୍ରୀ ଓ ପାଞ୍ଚ ଜଣ ଛାତ୍ର ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହିତ ମହାମହିମ ରାଷ୍ଟ୍ରପତିଙ୍କ ସହ ଆଳାପ ଆଲୋଚନା କରି ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଛନ୍ତି। ଉକ୍ତ ବିଦ୍ୟାଳୟ ଦୁଇଟିରୁ ପୂର୍ବ ନିର୍ଦ୍ଧାରିତ ନିମନ୍ତ୍ରଣ ଅନୁସାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ମହାସିଙ୍ଗିର ଛାତ୍ରୀ ରିତିଶିଖା କହଁର, ଅମ୍ରିତା ସୁକାମାଝୀ, ବି.ଅକ୍ଷରା, ସାନିତା ପ୍ରଧାନ, ନୂପୁର ମଲ୍ଲିକଙ୍କ ସହ ତତ୍ତ୍ଵାବଧାରକ ଶିକ୍ଷୟିତ୍ରୀ ସୁଶ୍ରୀ ବନମିତ୍ରା ଖଟୋଇ ଥିଲେ।
ସେହିପରି ଫିରିଙ୍ଗିଆ ଏକଲବ୍ୟ ବିଦ୍ୟାଳୟର ଛାତ୍ର ପ୍ରିତମ ପ୍ରଧାନ, ନରେଶ କହଁର, ଜଗଦିଶ ପ୍ରଧାନ, ପ୍ରକାଶ କହଁର ଓ ଜ୍ଞାନେନ୍ଦ୍ର କହଁରଙ୍କ ସହିତ ଶିକ୍ଷକ ସାଇ ସ୍ଵରୁପପାତ୍ର ଗ୍ରସ୍ତ କରିଥିଲେ। ଭାରତ ସରକାରଙ୍କ ନିର୍ଦ୍ଦେଶ ଓ ରାଷ୍ଟ୍ରପତି ଭବନ ନିୟମାନୁସାରେ ରକ୍ଷାବନ୍ଧନ ଉତ୍ସବରେ ବିଭିନ୍ନ ରାଜ୍ୟରୁ ୧୦୦ ଜଣ ଛାତ୍ରଛାତ୍ରୀ ଓ ୨୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଏନଇଏସଟିଏସର ଉଚ୍ଚ ପଦସ୍ଥ ଅଧିକାରୀ ଗଣ ପରିଦର୍ଶନ କରି ଅକ୍ଷରଧାମ,ବିଜ୍ଞାନ ପାର୍କ ଓ ପ୍ରଧାନ ମନ୍ତ୍ରୀ ସଂଗ୍ରାହାଳୟ ସହିତ ବହୁ ଦର୍ଶନୀୟ ସ୍ଥାନ ଦେଖି ଅନେକ ଜ୍ଞାନ ଆହରଣ ଓ ଅନୁଭୂତି ନେଇ ଛାତ୍ର ଛାତ୍ରୀ ଫେରି ଥିବାରୁ ଖୁସି ପ୍ରକଟ କରିଛନ୍ତି।ଏ ନେଇ ଇଏମଆରଏସ ମହାସିଙ୍ଗିର ଅଧ୍ୟକ୍ଷ ଡଃ ବି ସାଇରାମ୍ ପାତ୍ର ଭାରତ ସରକାରଙ୍କ ସମେତ ଉଚ୍ଚ ଅଧିକାରୀଙ୍କୁ ଏହି ବିଦ୍ୟାଳୟକୁ ଚୟନ କରି ଛାତ୍ରଛାତ୍ରୀଙ୍କୁ ଚାରି ଦିନ ଧରି ପରିଭ୍ରମଣର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି।
.
.
.
.
.
Recent Comments