ନୂଆପଡା/୧୫/୦୮/୨୦୨୫/(ଆଧାର ମିଡ଼ିଆ//ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲ୍ଲା ମିନିଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ଜାତୀୟ ପ୍ୟାରେଡ ନିରୀକ୍ଷଣ କରିଥିଲେ। ୨୯ ଗୋଟି ମିଳିତ ପ୍ୟାରେଡ ଦଳର ଅଭି ବାଦନ ଗ୍ରହଣ କରିଛନ୍ତି। ଆଜିର ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ସ୍ବାଧୀନ ସଂଗ୍ରାମୀଙ୍କୁ ମନେ ପକାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ନୂଆପଡ଼ା ଜିଲ୍ଲାକୁ ବିକଶିତ କରିବା ନେଇ ଆହ୍ବାନ କରିଥିଲେ। ଅନେକ କ୍ଷେତ୍ରରେ ଜିଲ୍ଲା ଏକ ନମ୍ୱର୍ ହୋଇଥିବା ବେଳେ ସଭାଗିତା ଦ୍ବାରା ସମ୍ଭବ ବୋଲି କହିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।
Recent Comments