ସୁବର୍ଣ୍ଣପୁର/୧୫/୦୮/୨୦୨୫/(ଆଧାର ମିଡ଼ିଆ)- ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଓଡିଶା ମାନ୍ୟବର ମନ୍ତ୍ରୀ,ଉଚ୍ଚଶିକ୍ଷା,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ତଥା କ୍ରୀଡ଼ା ଓ ଯୁବ ସେବାବିଭାଗ ଓଡ଼ିଶା ସରକାର, ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ୍, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଜିଲ୍ଲା ସ୍ତରୀୟ ପ୍ୟାରେଡର ଅଭିବାଦନ ଗ୍ରହଣକରି ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ l
ସ୍ଵାଧୀନତା ସଂଗ୍ରାମୀ ଓ ସହିଦ୍ ବରପୁତ୍ର ମାନଙ୍କୁ ମନେ ପକେଇ ଆଜି ଏହି ଜିଲ୍ଲାର ଗୁରୁବାରି ମେହେର, ଲକ୍ଷଣ ଶତପଥି ଓ ଚତୁର୍ଭୁଜ ମିଶ୍ରଙ୍କ ଭଳି ଅନ୍ୟ ସ୍ବାଧିନତା ସଂଗ୍ରାମୀଙ୍କ ପାଇଁ ଆମେ ସ୍ଵାଧୀନତା ପାଇଛୁ ବୋଲି ମତରଖି ଏମାନଙ୍କ ବଳିଦାନ ଆଗମୀ ପିଢୀଙ୍କୁ ପ୍ରେରିତ କରିବବୋଲି କହିଥିଲେ l ଭାରତ ଛାଡ ଆନ୍ଦୋଳନ,ସ୍ବାଧିନତା ସଂଗ୍ରାମ ଓ ଗଡଜାତ ମିଶ୍ରଣରେ ଏ ଜିଲ୍ଲାର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ l ପାତାଳୀ ଶ୍ରୀକ୍ଷେତ୍ର ଓ ସନ୍ଥକବି ଭୀମଭୋଇଙ୍କ ପାଇଁ ଏ ମାଟିର ଏକ ସ୍ଵତନ୍ତ୍ରତା ପରିଚୟ ଅଛି ବୋଲି କହିଥିଲେ lଏ ମାଟିର ଉଚ୍ଚ କୋଟିର କଳା,ସଂସ୍କୃତି ଓ ପରମ୍ପରା। ସଂସ୍କୃତି ଉପରେ ତାଙ୍କର ଉଦବୋଧନରେ ପ୍ରକାଶ କରିଥିଲେ ।
ଏତଦ୍ ବ୍ୟତୀତ ବର୍ତ୍ତମାନ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସରକାରୀ ଲୋକାଭିମୁଖୀ ଯୋଜନା ଯଥା ଆୟୁଷ୍ମାନ ଯୋଜନା, ପି ଏମ୍ ଶ୍ରୀ ଶିକ୍ଷା ଯୋଜନା ଓ ଖେଲୋ ଇଣ୍ଡିଆ ଇତ୍ୟାଦି ଯୋଜନା ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭି ମୁଖୀ ଯୋଜନା ଲୋକଙ୍କ ପାଖକୁ ପହଞ୍ଚିଛି ବୋଲି କହିଥିଲେ l ଏ ଜିଲ୍ଲାର ଓ ଓଡ଼ିଶାର ବିକାଶ ହେଲେ ଭାରତର ବିକାଶ ହେବ ବୋଲି କହିଥିଲେ l ଜିଲ୍ଲାସ୍ତରୀୟ ପ୍ୟାରେଡରେ ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଅନୁଷ୍ଠିତ ସଂସ୍କୃତିକ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଉପଭୋଗ କରିଥିଲେ। ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ମୁଖ୍ୟ ଅତିଥି ମନ୍ତ୍ରୀ ପୁରସ୍କୃତ କରିଥିଲେ l
ପ୍ୟାରେଡ ଶେଷ ହେବାପରେ ସୋନପୁର ସହର ସ୍ଥିତ ଶିଶୁ ଗୃହର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ପୋଷକ୍ ବଣ୍ଟନ, ଜିଲ୍ଲା କାରାଗାର ର ଅନ୍ତେବାସୀଙ୍କ ସହ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାର ରୋଗୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ l ତାପରେ ସୋନପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ ପଞ୍ଚାୟତ ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ସମାଧୀ ପୀଠ ଗସ୍ତ ଓ ଦର୍ଶନ କରି ଉପସ୍ଥିତ ସନ୍ୟାସୀ ଓ କର୍ମକର୍ତ୍ତା ମାନଙ୍କ ସହିତ ଏହି ପୀଠ ଉପରେ ଆଲୋଚନା କରିଥିଲେ। ଖଲିଆପାଲିରୁ ମୁଖ୍ୟଅତିଥି ବିନିକା ବ୍ଲକ ଅନ୍ତର୍ଗତ ଚରଦା ଗ୍ରାମ ପଞ୍ଚାୟତ ଗସ୍ତରେ ଯାଇ ଚାରଦା ଗ୍ରାମସ୍ଥିତ ପୁରାତନ କପିଳେଶ୍ୱର ଶିବମନ୍ଦିର ଓ ଚରଦେଇ ଦେବୀଙ୍କ ମନ୍ଦିର ଦର୍ଶନ କରିଥିଲେ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଚାରଦେଇ ଲୋକ ମହୋତ୍ସବ ମଣ୍ଡପ ଓ ଚରାଦା ଗ୍ରାମରେ ହାଇ ମାଷ୍ଟ ଲାଇଟ୍ ମାଧ୍ୟମରେ ଗାଆଁ ଆଲୋକି କରଣ ପ୍ରକଳ୍ପ ଦୁଇଟିର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଅପରାହ୍ନରେ ମାନ୍ୟବର ମନ୍ତ୍ରୀ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମ ପଞ୍ଚାୟତ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଗସ୍ତ ସମୟରେ ରାସ୍ତାରେ ସୁବର୍ଣ୍ଣପୁର କୁଷ୍ଠାଶ୍ରମ ଗସ୍ତକରି ଅନ୍ତେବାସୀଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ଗୁଡ଼ିକ ପଚାରି ବୁଝିଥିଲେ । ଅପରାହ୍ନରେ ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚି ତିନି ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେଠାରେ ମନ୍ଦିରର ପୂଜକ ଓ ଜନସାଧାରଣ ସହିତ ଆଲୋଚନା କରିଥିଲେ। ସେଠାରୁ ଫେରି ଜାଲୋଏ ଗ୍ରାମ ପଞ୍ଚୟତର କଇରଝୁଲା ଗ୍ରାମରେ ଅନୁଷ୍ଠିତ ଏକ ଫୁଟବଲ୍ ମ୍ୟାଚ୍ ରେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରି ଉପସ୍ଥିତି ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।
ସେଠାରୁ ସିଧାସଳଖ ମାନ୍ୟବର ମନ୍ତ୍ରୀଙ୍କ ସମେତ ମାନ୍ୟବର ବିଧାୟକ, ବୀରମହାରାଜପୁର ଇଞ୍ଜିନିୟର ଶ୍ରୀଯୁକ୍ତ ରଘୁନାଥ ଜଗଦଲା ଓ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ. ନୃପରାଜ ସାହୁ, ସୋନପୁର ଟାଉନ ହଲରେ ପହଞ୍ଚି ୭୯ ତମ ସ୍ବାଧିନତା ପାଳନ ଉପଲକ୍ଷେ ଅନୁଷ୍ଠିତ ସନ୍ଧ୍ୟାକାଳୀନ ସାଂସ୍କୃତିକ ସମାରୋହରେ ଯୋଗଦାନ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣ ଓ ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ସ୍ଵାଧୀନତା ଦିବସ ଉପଲକ୍ଷେ ଉଦବୋଧନ ଦେଇଥିଲେ ।ଏହି ପବିତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ଅନୁଷ୍ଠିତ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଓ ବିଧାୟକ, ବୀରମହାରାଜ ପୁର ପୁରସ୍କାର ବିତରଣ କରିଥିଲେ । ତାପରେ ମାନ୍ୟବର ମନ୍ତ୍ରୀ ବୀରମହାରାଜ ପୁର ମିନିଷ୍ଟାଡିୟମ୍ ଠାରେ ପହଞ୍ଚି ସେଠାରେ ଆୟୋଜିତ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ଯୋଗଦାନ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବା ସଂଗେସଂଗେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ମାନ୍ୟବର ମନ୍ତ୍ରୀଙ୍କ ଗସ୍ତ ସମୟରେ ମାନ୍ୟବର ବିଧାୟକ, ବୀରମହାରାଜପୁର ଶ୍ରୀଯୁକ୍ତ ରଘୁନାଥ ଜଗଦଲା, ଜିଲ୍ଲାପାଳ, ଡ଼ ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ, ଶ୍ରୀ ନାରାୟଣ ନାୟକ ଉପସ୍ଥିତ ଥିଲେ।
Recent Comments