ସିନାପାଲି/ନୂଆପଡ଼ା/ ୧୬/୦୮/୨୫/(ଆଧାର ମିଡ଼ିଆ/ ରିପୋର୍ଟ-ହେରମ୍ୱ ମେହେର)- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ବରଗାଁ ଠାରେ ଗ୍ରାମ୍ୟ ମେହେର (ଭୁଲିଆ) ସମାଜ ତରଫରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ କରାଯାଇଛି l ଏ ଅବସରରେ ଭୁଲିଆ ଜାତିର ମା ଭଉଣୀ ମାନଙ୍କୁ ନେଇ ଝୋଟି ,ରଙ୍ଗୋଲି ପ୍ରତି ଯୋଗିତା ହୋଇଥିଲା l ସମାଜର ସଭାପତି ଜଗବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅଧ୍ଯାପକ ନବୀନ ଚନ୍ଦ୍ର ମେହେର, ସମ୍ବାନିତ ଅତିଥି ଲଳିତ କୁମାର ସୁନାରି ଓ ମୁଖ୍ୟବକ୍ତା ଭାବରେ ଗୌରାଙ୍ଗ କୁମାର ସାହୁ ଏଥିସହ ବରଗାଁ ଗ୍ରାମ୍ଯ ସମାଜର ସଂପାଦକ ଜୟାନନ୍ଦ ମେହେର ଓ ନୂଆପଡ଼ା ଜିଲ୍ଲା ମେହେର ସମାଜର ସଂପାଦକ ଝର ମେହେର ମଧ୍ଯ ମଞ୍ଚାସିନ ଥିଲେ l ଆଜିର କାର୍ଯ୍ୟକ୍ରମରେ କବିଙ୍କ କାବ୍ୟ,କବିତା , ସାହିତ୍ୟ ଓ ଜୀବନୀ ଉପରେ ଅତିଥି ମାନେ ଉପସ୍ଥିତ ସାହିତ୍ୟ ପ୍ରେମୀଙ୍କ ଆଗରେ ଆଲୋକପାତ କରିଥିଲେ l କାର୍ଯ୍ଯକ୍ରମରେ ଅଞ୍ଚଳର ଶତାଧିକ ସାହିତ୍ଯ ଓ ଗଙ୍ଗାଧର ପ୍ରେମୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l ଅତିଥି ମାନଙ୍କ ଦ୍ଵାରା ରଙ୍ଗୋଳି ପ୍ରତିଯୋଗିତାରେ କୃତିତ୍ୱ ହୋଇଥିବା ଭଉଣୀ ମାନଙ୍କୁ ମେଡାଲ ସହିତ ମାନପଦ୍ର ଦିଆଯାଇଥିଲା l ସଭା ପ୍ରାରମ୍ଭରେ ଝିଅ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ , ଦ୍ୱିତୀୟତଃ ଶ୍ରଯୁକ୍ତ ଝର ମେହେର ସମସ୍ତ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଓ ସଭା ଶେଷରେ ଗ୍ରାମ୍ୟ ମେହେର ସମାଜ ର ସମ୍ପାଦକ ଜୟାନନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l
Recent Comments