କଣିହାଁ/ ୧୬/0୮/୨0୨୫/(ଆଧାର ମିଡ଼ିଆ ରିପୋର୍ଟ /ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଳକ ମହକୁମାର ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ମହା ଆଡମ୍ବର ପାଳିତ ହୋଇଛି l ଏଥିରେ ବ୍ଲକ ଅଧକ୍ଷ ଜାତୀୟପତାକା ଉତ୍ତଳୋନ କରିବା ଅଭିବାଦନ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ କଣିହାଁ ବିଡ଼ିଓ ପରିଚାଳନା କରିଥିଲେ l କଣିହାଁ କଲେଜ ବିଭିନ୍ନ ଶିକ୍ଷାଅନୁଷ୍ଠାନ ଓ ସରକାରୀ କାର୍ଯ୍ୟlଳୟରେ ସ୍ୱାଧୀନତା ଦିବସ ଶୁକ୍ରବାର ପାଳିତ ହୋଇଛି l ରେଙ୍ଗାଳି ପ୍ରକଳ୍ପ ଓ ଏହାର ଆଖପାଖ ଅଞ୍ଚଳରେ ୭୯ତମ ସ୍ଵାଧୀନତା ଦିବସ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। କୁଳୁମା ପଞ୍ଚାୟତ ଜଗମୋହନ କଲେଜରେ ଏହାର ପ୍ରତିଷ୍ଠାତା ଜଗମୋହନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ରେଙ୍ଗାଳି ବନ୍ଧ ପ୍ରକଳ୍ପ ପ୍ରଶାସନିକ କାର୍ଯ୍ୟାଳୟ ଠାରେ ଡ୍ୟାମର ଅଧିକ୍ଷଣ ଯନ୍ତ୍ରୀ ସୌମେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଓଏଚପିସି କାର୍ଯ୍ୟାଳୟ ଠାରେ ବରିଷ୍ଠ ସାଧାରଣ ପରିଚାଳକ ସରୋଜ ବହିଦାର ଜାତୀୟ ପତାକା ଉତ୍ତୋଳନ କରିଥିଲା ବେଳେ କାର୍ଯ୍ୟକ୍ରମରେ ସମସ୍ତ ଯନ୍ତ୍ରୀ,କର୍ମଚାରୀ ଯୋଗ ଦେଇଥିଲେ।
ସେହିପରି ପାୱାର ପ୍ରୋଜେକ୍ଟ ୱାର୍କର୍ସ ୟୁନିଅନ ଠାରେ ସାଧାରଣ ସମ୍ପାଦକ ବିରେଶ ଚନ୍ଦ୍ର ପତି, ଚିତ୍ତବିନୋଦନ କେନ୍ଦ୍ର ଠାରେ ଏଜିଏମ ବି.ସି. ଦଣ୍ଡପାଟ,ମା ତାରିଣୀ ମହିଳା ସମିତି ଠାରେ ସମାଜସେବୀ ଶଶୀ ଶେଖର ସିଂ, ଶିଳ୍ପ ତାଲିମ କେନ୍ଦ୍ରରେ ପ୍ରଫୁଲ୍ଲ ସାମଲ, ଲକ୍ଷ୍ମୀ ବଜାର ବଣିକ ସଂଘ ଠାରେ ସଭାପତି ଇନ୍ଦ୍ରମଣି ସାହୁ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସେହିପରି ରେଙ୍ଗାଳି ପଞ୍ଚାୟତ କାର୍ଯ୍ୟାଳୟ, ସୁର ସଙ୍ଗମg ସଙ୍ଗୀତମହାବିଦ୍ୟାଳୟ, ପବିତ୍ର ମୋହନ ଡିଗ୍ରୀ କଲେଜ,ଡ୍ରାଇଭର ମହାସଂଘ, ବିଭିନ୍ନ ଶିକ୍ଷାନୁଷ୍ଠାନ, ଥାନା, ବ୍ୟାଙ୍କ, ପୋଷ୍ଟ ଅଫିସ ପ୍ରମୁଖ ଅନୁଷ୍ଠାନ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।
Recent Comments