ରେଙ୍ଗାଲି /ସମ୍ବଲପୁର/୧୫/୦୮/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ - ସୁନିଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଅନ୍ତର୍ଗତ ଖିଣ୍ଡା ପଞ୍ଚାୟତବାସୀ ଗତ ଜୁନ ୯ ତାରିଖ ବିଭିନ୍ନ ସମସ୍ୟା ନେଇ ସକାଳ ୯ ଟାରୁ ତଲାବିରା କୋଇଲା ଖଣିର ମେନ ଗେଟକୁ ଆସି ଅର୍ଥନୈତିକ ଅବରୋଧ କରିବା ସହିତ ଖଣିର ସମସ୍ତ କାମ ବନ୍ଦକରି ଗେଟ ପାଖରେ ଜଗିବସି ରହିଥିଲେ। ଅନ୍ୟ ପଟେ କମ୍ପାନୀର ଭିତର କାମ ଚାଲୁଥିବାର ଖବର ମିଳିଥିଲା।ଏହାଶୁଣି ଲେକେ ଉତ୍ୟକ୍ତ ହୋଇ କମ୍ପାନୀ ଭିତରକୁ ଯାଇ ସମସ୍ତ କାମ ବନ୍ଦ କରିଥିଲେ । ଦୀର୍ଘ ଦିନରୁ ଲୋକଙ୍କ ମନରେ ଥିବା ଅଶାନ୍ତି ଉଗ୍ରରୂପ ନେଇଥିଲା।
ସମ୍ବଲପୁର ଝାରସୁଗୁଡା ଜିଲ୍ଲା ତଲାବିରା କୋଇଲା ଖଣିରୁ ନିର୍ଗତ କୋଇଲା ଗୁଣ୍ଡ ଲୋକଙ୍କୁ ଅଣନିସ୍ବାଶୀ କରୁଛି l ବ୍ୟାପକ ପରିମାଣରେ କୋଇଲା ଉତ୍ତୋଳନ ହେବା ଯୋଗୁଁ ସମଗ୍ର ଅଂଚଳରେ ଧୂଳିର ଆସ୍ତରଣ ଜମିଯାଇଛି.ଲୋକଙ୍କ ଘରେ ବାହାରେ ଗଛ ଉପରେ ପାଉଁଶର ଆସ୍ତରଣ ଜମିଯାଇଛି.ଫଳରେ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି l ମୁଖ୍ୟତ ସ୍ଥାନୀୟ ନିଜୁକ୍ତି, ଜମି ବାଡ଼ିର ଉଚିତ ମୂଲ୍ଯ,ଥଇଥାନ ପ୍ରଶଙ୍ଗ, ନିମ୍ନ ମାନର ସି ଏସ ଆର କାମ, କମ୍ପାନୀର ଅଧିକାରୀ ମାନଙ୍କର ବ୍ୟବହାରକୁ ନେଇ ଲେକେ ରାଗିଥିଲେ। ଦୀର୍ଘ ସମୟ ଉତ୍ୟକ୍ତ ପରେ ଅପରାହ୍ନ ୨ଟାରେ ପ୍ରଶାସନ, ଖଣି କତୃପକ୍ଷ,ଗ୍ରାମବାସୀ ଓ ଅନ୍ୟ ପ୍ରମୁଖ ଲୋକ ଉପସ୍ଥିତିରେ ଉପ ଜିଲ୍ଲାପାଳ ସ୍ତରୀୟ ଆଲୋଚନା ପ୍ରସ୍ଥାବ ହୋଇଥିଲା ।
ଏହାକୁ ଜିଲ୍ଲାପାଳ ସ୍ତରୀୟ ଆଲୋଚନା ଏକ ସପ୍ତାହ ପରେ ଆଲୋଚନା ପାଇଁ ରାଜି ହୋଇଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଖିଣ୍ଡା ଛକଠାରୁ ଷ୍ଟିଟ ଲାଇଟ ଜାଲିବା ଗୋଟିଏ ଡିମାଣ୍ଡ ପୁରା ହୋଇଛି । ଜିଲ୍ଲାପାଳ ସ୍ଥରୀୟ ଆଲୋଚନା ହୋଇ ନଥିବାରୁ ଆଜି ଅନ୍ୟ ଏକ ଦାବିପତ୍ର ଦିଆଯାଇଛି. ଏଥିରେ ନିଜୁକ୍ତି କେମିତି ପ୍ରକ୍ରିୟା କେଉଁ ଗ୍ରାମର ଦିଆଯାଇଛି ସେମାନଙ୍କ ଠିକଣା ପ୍ରଦାନ, ସ୍ଥାନୀୟ ନିଜୁକ୍ତ,ସରକାରୀ ଚାକିରି କରୁଥିବା ଲୋକକୁ ବେଆଇନ ନିଜୁକ୍ତି ଦେଇଥିବାରୁ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ, ଆରିୟନ କମ୍ପାନୀ ଠାରୁ ଠେଲକୁଲି ପର୍ଯ୍ୟନ୍ତ ନୋ ପାର୍ରକିଙ୍ଗ ଘୋଷଣା,ଆମ୍ପୁଲାନସ୍, ବିସ୍ଥାପିତ, ବ୍ଲାଷ୍ଟିଙ୍ଗ ଓ ସ୍କୁଲ ସମସ୍ୟା ନେଇ ଆଜି ଜିଲ୍ଲାପାଳ ଙ୍କୁ ଛଅ ଦଫା ଦାବି ପତ୍ର ଦିଆଯାଇଛି ।
ଜିଲ୍ଲାପାଳ ଫିଲଡ଼ ଡ୍ୟୁଟିରେ ଥିବାରୁ ତାଙ୍କୁ ହ୍ବାଟସପ ଯୋଗେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବାର ଜିଲ୍ଲାପାଳଙ୍କୁ ଜଣାଇବାରୁ ଓ କେ ମେସେଜ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସୁଦାଂଶୁ କୁମାର ଭୋଇଙ୍କୁ ଭେଟି ଦାବିପତ୍ର ଦିଆଯାଇ ଅବଗତ କରାଯାଇଛି। ଉପଜିଲ୍ଲା ପାଳଙ୍କ ଅନୁପସ୍ଥିତିରେ ସହକାରୀ ଉପଜିଲ୍ଲାପାଳଙ୍କୁ,ଏସ ପି ଅନୁପସ୍ଥିତରେ ଏଏସପିଙ୍କୁ ଦେବାରୁ ଏସ୍ ଡି ପିଓ ତୋଫାନ ବାଗଙ୍କୁ ଏକକପି ଦେବାପାଇଁ କହି ଥିବାରୁ ତୋଫାନ ବାଗଙ୍କୁ ଭୋଟି ଏକ କପି ଦିଆ ଯାଇଥିବା କହିଛନ୍ତି । ରେଙ୍ଗାଲିରେ ତହସିଲଦାରକୁ ଭେଟି ଦାବିପତ୍ର ଦିଆଯାଇଛି । ଏହି ଦାବିପତ୍ର ଦେବା ସମୟରେ ସୁରେନ୍ଦ୍ର ସାଏଙ୍କ ବଂଶଜ ଲାଲ୍ ବିରେନ୍ଦ୍ର ସାଏ, ସାମାଜିକ କର୍ମି ହେମନ୍ତ ରାଉତ,କିଶୋର ସାହୁ, ଉମାକାନ୍ତ ମେହେର,ସୁନିଲ ଦାଶ, କାଜୁ ବୁଧିଆ ଙ୍କ ସମେତ ଅନ୍ୟ ପ୍ରମୁଖ ଲୋକ ଉପସ୍ଥିତ ଥିଲେ ।
Recent Comments