logo
add image
ଅଷ୍ଟମ ଦିନରେ ଓଡିଶା ରାଜସ୍ବ ଅମଲା ସଂଘର ଆନ୍ଦୋଳନ,

ଅଷ୍ଟମ ଦିନରେ ଓଡିଶା ରାଜସ୍ବ ଅମଲା ସଂଘର ଆନ୍ଦୋଳନ,

 ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ-ସଭାପତି
ଭବାନୀପାଟଣା/୧୮/୦୮/୨୦୨୫/(ଆଧାର ମିଡ଼ିଆ)-ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ଅଷ୍ଟମ ଦିନରେ,ସେପଟେ ନିଜ ଦାବି ପୂରଣ ଜିଦରେ ଅଟଳ ଓଡିଶା ରାଜସ୍ବ ଅମଲା କର୍ମଚାରୀ। ଆନ୍ଦୋଳନ ଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟଳୟ ଗୁଡିକରେ କାର୍ଯ୍ୟ ଠପ ହେବାଦ୍ୱାରା ପ୍ରତେକ ଦିନ ସାଧାରଣ ଜନତା କାର୍ଯ୍ୟଳୟ ବାହାରୁ ଫେରିଯାଇ ନିରାଶ ହେବାକୁ ପଡୁଛି। ଗତ ୧୩.୦୭.୨୦୨୫ ରିଖ ସଂଘର ଏକ ଗୁରୁତ୍ବପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତି ଅନୁଯାଇ ଗତ ୧୧ ଅଗଷ୍ଟ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛି ସଂଘ | ଆଜି ଅଷ୍ଟମ ଦିନରେ ଓଡିଶା ରାଜସ୍ବ ଅମଲା ସଂଘ କଳାହାଣ୍ଡି ଶାଖାଦ୍ୱାରା ଓଡିଶା ରାଜସ୍ୱ ଅମଲାମାନେ ଜ଼ିଲ୍ଲା ଅମଲା ଭବନ ଠାରେ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା କରିଥିବା ଦେଖୁବାକୁ ମିଳିଥିଲା, ଏଠାରେ ପ୍ରାୟ ତିନିଶହରୁ ଉର୍ଦ୍ଧ ରାଜସ୍ବ ଅମଲା ଯୋଗଦେଇଥିଲେ।
ରାଜ୍ୟ ସରକାର ତୁରନ୍ତ ସେମାନଙ୍କ ଦାବି ପୂରଣକରି ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଓଡ଼ିଶା ରାଜସ୍ବ ଅମଲା ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ତ୍ରିପତି ବାଲାଜୀ ସାହୁ ଦାବି କରିଥିଲେ। ଉକ୍ତ ଆନ୍ଦୋଳନରେ ଆକ୍ସନ କାଉଁସିଲ ଚେୟାରମ୍ୟାନ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ନାୟକ, ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ବାବୁ,ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଭାତ ମଲିକ ,ସମ୍ପାଦକ ବଲାଙ୍ଗିର ଶାଖା ଶ୍ରୀଯୁକ୍ତ ରତିକାନ୍ତ ପୁରୋହିତ, ସଭାପତି ସୋନପୁର ଜିଲ୍ଲା ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ଦାନୀ, ଅଧ୍ୟକ୍ଷ ସୋନପୁର ଜିଲ୍ଲା ନୀଳାମ୍ବର ଶତପଥୀ ମନୋଜ କୁମାର ବାରିକ, କୈଳାଶ ଚନ୍ଦ୍ର ଦାସ, ଦାକ୍ଷିଣାଞ୍ଚଳ ଜୋନ୍ ସଭାପତି, ଆଦି ଯୋଗ ଦେଇ ଆନ୍ଦୋଳନକୁ ତୀବ୍ର କରିଥିଲେ।
ଠିକ ସେହିଭଳି କଳାହାଣ୍ଡି ଜ଼ିଲ୍ଲା ରାଜସ୍ୱ ଅମଲା ସଂଘର ଉପ-ସଭାପତି ନୀଳକଣ୍ଠ ଗଉଡ,ସମ୍ପାଦକ ଆଶୁତୋଷ ମିଶ୍ର,  କୋଷାଧ୍ୟକ୍ଷ ଅଜିତ ସାହୁ ପ୍ରମୁଖଙ୍କ ନେତୃତ୍ୱ ରେ ଆନ୍ଦୋଳନ ଜାରିରହିଛି  | ଜ଼ିଲ୍ଲା ଅମଲା ଭବନଠାରେ ଭବାନୀପାଟଣା ଓ ଧର୍ମଗଡ ଉପଖଣ୍ଡ ସ୍ତରୀୟ ନେତୃମଣ୍ଡଳୀଙ୍କ ସମେତ ଶତାଧିକ କର୍ମଚାରୀ  ସାମିଲ ଥିଲେ. ସେମାନଙ୍କ ମଧ୍ୟରେ ମୁଖ୍ୟତ ସୁନୀଲ କାନୁନଗୋ,ଲକ୍ଷ୍ମୀ ନାରାୟଣ ପୃଷ୍ଟି ,କାଶୀନାଥ ଦଣ୍ଡସେନା, ବିଷ୍ଣୁ ଚରଣ ପାତ୍ର, ଅଜିତ କୁମାର ସାହୁ, ସୁଦୀପ୍ତ ରଞ୍ଜନ ସିଂ, ଚିନ୍ମୟୀ ଠାକୁର ,ଲେଖାରାମ ଗହୀର, ଆଶୁତୋଷ ପଣ୍ଡା,ଚିତ୍ତରଞ୍ଜନ କର, ବିନାୟକ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନିଜର ମତ ଉପସ୍ଥାପନା କରିଥିଲେ।
୯ ଦଫା ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓ ଆର ଏସ ପି -୨୦୧୭ ନିୟମ ଅନୁଯାଇ ଲେବେଲ- ୯ କୁ ବୃଦ୍ଧି କରାଯାଉ | ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା :- ୮୮୯୮ ତାରିଖ – ୧୫-୦୩-୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ | ଏଥିସହ ଗତ ୨୮ ଜୁଲାଇ ୨୦୨୫ ରେ ଜାରି ହୋଇଥିବା ଓଡିଶା ରାଜସ୍ୱ ସେବା (ସଂଶୋଧନ ) ୨୦୨୫ ନିୟମରେ ରାଜସ୍ବ ଅମଲା ମାନଙ୍କର ଓଡିଶା ରାଜସ୍ୱ ସେବାରେ ପଦୋନ୍ନତି ସମ୍ଭାବନା ବହୁତ କମଥିବାରୁ ରାଜସ୍ୱ ଅମଲା ମାନେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି | ନୂତନ ପେନସନ ଯୋଜନା କୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବିକରିଛନ୍ତି

Recent Comments

Leave Comments

Top