logo
add image
ଶ୍ରୀ ଗୋପାଳ ଜି ଯୋଗାଳୟ ଠାରେ ଗଙ୍ଗାଧର ଜୟନ୍ତୀ ପାଳିତ-

ଶ୍ରୀ ଗୋପାଳ ଜି ଯୋଗାଳୟ ଠାରେ ଗଙ୍ଗାଧର ଜୟନ୍ତୀ ପାଳିତ-

ସୁବର୍ଣ୍ଣପୁର/୧୭ /୦୮/୨୦୨୫/(ଆଧାର ମିଡ଼ିଆ) -ଆଜି ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆନୁକୁଲ୍ୟରେ ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ତଡ଼ିତ୍ ମନ୍ତ୍ର ଶ୍ଵାସ ଯୋଗାଳୟ ରେ ଆମ ଓଡ଼ିଶାର ଗର୍ବ ଗୌରବ ସ୍ଵଭାବ କବି ଗଙ୍ଗାଧର ମେହେର  ଙ୍କର ୧୬୪ ତମ ଜୟନ୍ତୀ ଭାବ ଭକ୍ତିର ସହିତ ପାଳନ କରାଯାଇଅଛି। ବରିଷ୍ଠ ନାଗରିକ ସଂଘର ସଭାପତି ଡ଼ଃ ଜ୍ୟୋତି ରଞ୍ଜନ ବହିଦାରଙ୍କର ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ସୁବର୍ଣ୍ଣପୁର ପୋଲିସ୍ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ, ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ପ୍ରାଧ୍ୟାପକ ଡ. ସୁଜିତ୍ କୁମାର ପୃଷେଠ୍, ଉପଦେଷ୍ଟା ସାମ୍ବାଦିକ ଗୋରେଖ ନାଥ ସାହୁ, ଡ.ସନ୍ତୋଷ କୁମାର ପାଢ଼ୀ ବିଷୟ ବସ୍ତୁ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଡ.ପୃଷେଠ୍ ସ୍ୱଭାବ କବି ଙ୍କର କାଳଜୟୀ ସୃଜନ ରସ ରତ୍ନାକର ଉପରେ ଅତ୍ୟନ୍ତ ଚିତା କର୍ଷକ ବକ୍ତବ୍ୟ ରଖିବା ସହ ଏହା କେବଳ ଓଡ଼ିଶାରେ ନୁହେଁ ସମଗ୍ର ବିଶ୍ଵରେ ଏକ ଅନନ୍ୟ ସାହିତ୍ୟ ବୋଲି ବର୍ଣ୍ଣନା କରିଥିଲେ ।
ସଂଘର ସମ୍ପାଦକ ଶ୍ରୀମାନ୍  ଜ୍ୟୋତି ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭା ସଂଯୋଜନା କରିଥିଲେ ଶିକ୍ଷାବିତ୍ ପ୍ରଦୀପ ପୁରୋହିତ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷାବିତ୍ ବ୍ରଜମୋହନ ବାନୀ । ଶ୍ରୀମତୀ ମଞ୍ଜୁଶ୍ରୀ  ଆବାହନୀ ସଙ୍ଗୀତ ଏବଂ ଶ୍ରୀ ଯଜ୍ଞେଶ୍ଵର ପୂଜାହାରୀ ଉଦ ଯାପନୀ ସଙ୍ଗୀତ ଗାନ କରିଥିଲେ । ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ବ୍ରଜମୋହନ ଦାନୀ ଏବଂ ଆଇନଜ୍ଞ ବ୍ୟୋମୋକେଶ ଦାଶ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରି ଥିଲେ । କବି ଆର୍ତ୍ତତ୍ରାଣ ବାବୁ ମଧ୍ୟ ସ୍ବରଚିତ ରଚିତ ୠଷି କବି ଗଙ୍ଗାଧର ଏବଂ ସୁବର୍ଣ୍ଣ ସମ୍ଭାର ପୁସ୍ତକ ଦୁଇଟିକୁ ଅତିଥିଙ୍କ ହସ୍ତରେ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତା ହରିହର ଶତପଥୀ, ଶ୍ରୀବତ୍ସ ମଲ୍ଲିକ,ରାଧେଶ୍ୟାମ ମିଶ୍ର , ସତ୍ୟନାରାୟଣ ମିଶ୍ର, ଦିଲ୍ଲୀପ ରଥ ତଥା ଅନ୍ୟାନ୍ୟ ସଭ୍ୟ ବୈକୁଣ୍ଠ ଶତପଥୀ, ବିଘ୍ନରାଜ ପାଣ୍ଡିଆ, ନବୀନ ଖଟୁଆ, ପୂର୍ଣ୍ଣଚ଼ନ୍ଦ୍ର ଦାସ,ସୁନାଧର ହୋତା,ଦୟାନିଧି ସେଠୀ, ବାସୁଦେବ ମିଶ୍ର, ସୂର୍ଯ୍ୟ ସରାଫ, ଶାନ୍ତିଲତା ସେଠୀ, ନିରଞ୍ଜନ ତ୍ରିପାଠୀ, ପ୍ରଶାନ୍ତ ସାହୁ, ବନମାଳି ପଧାନ ,ଭୁବନ୍ ମହୋନ ତ୍ରିପାଠୀ,ସନ୍ତୋଷ ଦାଶ,ଜଗଦୀଶ ମେହେର ପ୍ରମୁଖ ସଂଘର ଶତାଧିକ ସଦସ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।            

Recent Comments

Leave Comments

Top