logo
add image
ରାୟଗଡା ଜିଲ୍ଲା ଅମଲାସଙ୍ଘ ପକ୍ଷରୁ ୧୦ଦଫା ଦାବୀନେଇ କଲମ ଛାଡ ଆନ୍ଦୋଳନ:

ରାୟଗଡା ଜିଲ୍ଲା ଅମଲାସଙ୍ଘ ପକ୍ଷରୁ ୧୦ଦଫା ଦାବୀନେଇ କଲମ ଛାଡ ଆନ୍ଦୋଳନ:

ରାୟଗଡା/୧୯/୦୮/୨୦୨୫/(ଆଧାର ମିଡ଼ିଆ//କାଷିନାଥ ପାଳ)-ରାଜ୍ୟ ରାଜସ୍ବ ଅମଲା ସଙ୍ଘର ବନ୍ଦ ଡାକରାରେ ରାୟଗଡା ଶାଖାର ରାଜସ୍ବ ବିଭାଗର ଅମଲା ମାନେ କଲମ ଛାଡ ଆନ୍ଦୋଳନରେ ଅଂଶ ଗ୍ରହଣ କରିଛନ୍ତି l ଜିଲ୍ଲା ସଭାପତି ମନୋଜ କୁମାର ରଥଙ୍କ ଅଧକ୍ଷତାରେ ଜିଲ୍ଲା ସଦର ମହକୁମାର ଅମଲା ପାଠାଗାରରେ ବୈଠକ ଅନୁଷ୍ଠିତ ହେଇଯାଇଛି l ଯେଉଁ ପର୍ଯ୍ୟନ୍ତ ସରକାର ଆମର ଦାବୀ ପୂରଣ ନ କରିଛନ୍ତି, ସେପର୍ଯନ୍ତ ସମସ୍ତେ ଛୁଟିରେ ରହିବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି l
୧୦ଦଫା ଦାବୀ ଗୁଡିକ ମଧ୍ୟରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଆର ଏସ ପି ୨୦୧୭ମସିଆ ନିୟମ ଅନୁଯାୟି ଲେବଲ ୯କୁ ବୃଦ୍ଧି କରାଯାଉ,୨୦୨୦ରେ ଲାଗୁ ହେଇଥିବା ପୁନଃ ଥୋଇଥାନ ଯୋଜନାର ନିୟମାବଳି ସମ୍ପୂର୍ଣ ଉଚ୍ଛେଦ କରି ୧୯୯୦ ମସିହାରେ ଲାଗୁ ହେଇଥିବା ନିୟମ ବଳିକୁ ପୁନଃ ପ୍ରଚଳନ କରାଯାଉ,ମୃତ ସରକାରୀ କର୍ମଚାରୀଙ୍କ ପରିବାର ଯେ କୌଣସି ସଦସ୍ୟ/ସଦସ୍ୟାଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ,ଜିଲ୍ଲା ସ୍ତରରେ କାର୍ଯ୍ୟରତ ଥିବା ରାଜସ୍ୱ କର୍ମଚାରିଙ୍କୁ ଓଡିଶା ରାଜସ୍ବ ସେବା ପଦବୀରେ ପଦନ୍ନତି ହେଉ। ନୂଆ ପେନସନ ଯୋଜନାକୁ ରଦ୍ଧକରି ସରକାରୀ କର୍ମଚାରିଙ୍କୁ ପୁରାତନ ପେନସନ ଯୋଜନା ଲାଗୁ କରାଯାଉ।
ଏହିପରିବିଭିନ୍ନ ଦାବି ନେଇ ଅମଲା ମାନେ କଲମଛାଡ ଆନ୍ଦୋଳନ କରୁଛନ୍ତି। ଏହି ପରିପେକ୍ଷୀରେ ଆଜି ରାଜ୍ୟରୁ ଆସିଥିବା ଆକ୍ସନ କାଉନସିଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ନାୟକ, କୋରାପୁଟରୁ ଆସିଥିବା ମନୋଜ ବାରିକ ORAS ସଦସ୍ୟ,ଏବଂ ରାୟଗଡ଼ ଜିଲ୍ଲା ସଭାପତି ମନୋଜ ରଥ. ଅଧ୍ୟକ୍ଷ ରାମଚନ୍ଦ୍ର ରଥ, ଯୁଗ୍ମ ସମ୍ପାଦିକା ରାୟଗଡ଼ ଶ୍ରୀମତି ବବିତା ପଣ୍ଡା, ଉପ ସଭାପତି ରାୟଗଡ଼ ଜିଲ୍ଲା ରବି ପାଟଯୋଶୀ,  ଗଦାଧର ପାତ୍ର. ଅରୁଣ ପାଢ଼ୀ. ରାମ ଚନ୍ଦ୍ର ରଥ. ରବି ପାଟଜୋଶୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆନ୍ଦୋଳନ କୁ ଜିଲ୍ଲା ତଥା ୩୦ଗୋଟି ରାଜ୍ୟରୁ ୧୦ହଜାର ଅମଲା ସମର୍ଥନ ଜଣାଉଛନ୍ତି ବୋଲି ସଭାପତି ମନୋଜ କୁମାର ରଥ ସୁଚନା ଦେଇଛନ୍ତି।  

Recent Comments

Leave Comments

Top