ଖଡ଼ିଆଳ/୧୯/୦୮/୨୦୨୫/(ଆଧାର ମିଡ଼ିଆ//ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲ୍ଲା ଗ୍ରାମାଞ୍ଚଳରେ ବୁଲା କୁକୁରଙ୍କ ଦୌରାତ୍ମ ବଢ଼ିବାକୁ ଲାଗୁଥିବା ବେଳେ ଅକାରଣରେ ଲୋକମାନେ କୁକୁର କାମୁଡା ଶିକାର ହୋଇ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ମୁଖୀନ ହେଉଅଛି। ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ବରଗାଁରେ ଶିଶୁ ସହିତ ମିଶାଇ ୭ ଜଣଙ୍କୁ ମଙ୍ଗଳବାର ଏକ ବୁଲା କୁକୁର କାମୁଡିବା ଅଭିଯୋଗ ହୋଇଛି। ଖଡିଆଳ ବ୍ଲକ୍ ଅବସର କିରାଣୀ ଅକ୍ଷୟ ମୁଣ୍ଡ ସହ ମୋହିତ ଶବରକୁ କାମୁଡିଛି। ସେମାନେ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡ଼ା ଚିକିତ୍ସା ପାଇଁ ଯାଇଥିବ ଜଣାପଡିଛି।
Recent Comments