logo
add image
ମଥୁରା ଚମ୍ପାପୁରରେ ଆରମ୍ଭ ହେଲା ମାହେଶ୍ୱରୀ ପଞ୍ଚଗବ୍ୟ ଓ ସ୍ବଦେଶୀ ବିକ୍ରୟ କେନ୍ଦ୍ର l

ମଥୁରା ଚମ୍ପାପୁରରେ ଆରମ୍ଭ ହେଲା ମାହେଶ୍ୱରୀ ପଞ୍ଚଗବ୍ୟ ଓ ସ୍ବଦେଶୀ ବିକ୍ରୟ କେନ୍ଦ୍ର l

ବୌଦ୍ଧ/୨୦/୦୮/୨୦୨୫/(ଆଧାର ମିଡ଼ିଆ)- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଚମ୍ପାପୁର ଛକରେ ମାହେଶ୍ୱରୀ ଗୋଶାଳାର ଅଧକ୍ଷ ନିର୍ଗୁଣ ମହାକୁଡ଼ଙ୍କ ଉଦ୍ୟମରେ ମାହେଶ୍ୱରୀ ପଞ୍ଚାଗବ୍ୟ ଓ ସ୍ବଦେଶୀ ବିକ୍ରୟ କେନ୍ଦ୍ର ଶୁଭ ଉଦଘାଟନ ହୋଇଯାଇଛି l ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପଶ୍ଚିମ ଓଡିଶା ଗୋସେବା ପ୍ରମୁଖ ଲକ୍ଷ୍ମଣ ନାଏକ, ବୌଦ୍ଧ ଜିଲ୍ଲା ସଙ୍ଘଚାଳକ ସୁଯ୍ୟକାନ୍ତ ଦଳବେହେରା, ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର, ମଥୁରା ସେବା ସମବାୟ ସମିତି ସଭାପତି ବିନୟ ମେହେର,ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ, ବୌଦ୍ଧ ଜିଲ୍ଲା ଧାର୍ମିକ ଓ ସାଂସ୍କୃତିକ ସେବା ସଙ୍ଘସମ୍ପାଦକ ଅରୁଣ କୁମାର ମେଣ୍ଡିଲି,ପଙ୍କୁଆଳ ଗ୍ରାମ କମିଟି ସଭାପତି ବିଜୟ ପାତ୍ର ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ l
ଏଠାରେ ମାହେଶ୍ୱରୀ ଗୋଶାଳାରୁ ଉତ୍ପାଦିତ ପଞ୍ଚଗବ୍ୟ ସାମଗ୍ରୀ ଓ ଅଂଚଳର କୃଷକ ଓ ସ୍ୱୟଂ ସହାୟକ ମହିଳା ମାନଙ୍କ ଉତ୍ପାଦିତ ଓ ପ୍ରକ୍ରିୟାକୃତ ସ୍ବଦେଶୀ ହାତ ତିଆରି ସାମଗ୍ରୀ ଉପଲବ୍ଧ ହେବ l ଏଠାରେ ଆୟୁବେଦ, ପଞ୍ଚଗବ୍ୟ, ଜୈବିକ ସାମଗ୍ରୀ ଉପଲବ୍ଧ ହେବାସଙ୍ଗେ ସଙ୍ଗେ ପ୍ରତ୍ୟେକ ମାସରେ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକ, କବିରାଜ, ବୈଦ୍ୟ ମାନଙ୍କ ଦ୍ୱାରା ଚିକିତ୍ସା ଶିବିର ଆୟୋଜନ କରାଯିବ ବୋଲି ଶ୍ରୀ ମହାକୁଡ଼ ପ୍ରକାଶ କରିଛନ୍ତି l ପ୍ରତ୍ୟେକ ଦିନ କଂସା ଥେରାପି ମାଧ୍ୟମରେ ଦେହରୁ ବର୍ଜ୍ୟବସ୍ତୁ ବାହାର କରାଯିବ ଓ ସମସ୍ତ ରୋଗ ଉପଶମ ନିମନ୍ତେ ବିଭିନ୍ନ ଜଡିବୁଟି ଦ୍ୱାରା ପ୍ରସ୍ତୁତ କରି କlଢ଼ା ବିକ୍ରୟ କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ପରାମର୍ଶ ଦିଆଯିବ l

Recent Comments

Leave Comments

Top