ରେଢ଼ାଖୋଲ/ ୨୨/୦୮/୨୦୨୫/(ଆଧାର ମିଡ଼ିଆ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ବିଭିନ୍ନ ସମସ୍ୟାକୁ ନେଇ ରେଢ଼ାଖୋଲ ବିଜେଡ଼ି ପକ୍ଷରୁ ଶୁକ୍ରବାର ଦିନ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିଲା। ଏଥିରେ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ୬ଦଫା ସମ୍ବଳିତ ଦାବିକୁ ନେଇ ଲଗାଣ ବର୍ଷାରେ ସହରର ସ୍ଥାନୀୟ ଭୀମଭୋଇ ଛକ ଜାତୀୟ ରାଜପଥ ଉପରେ ଶହ ଶହ ସଂଖ୍ୟାରେ ବିଜେଡ଼ି କର୍ମୀ ଏବଂ ରେଢ଼ାଖୋଲ ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିଲେ।
ଏଥିରେ ସ୍ୱତପ୍ରବୃତ ଭାବେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହିତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଏହି ବନ୍ଦ ଡାକରାରେ ଜାତୀୟ ରାଜପଥ ଉପରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଏଥିରେ ଜାତୀୟ ରାଜପଥ ରାସ୍ତା ସମସ୍ୟା ଯଥା ସହର ଭିତର ଦେଇ ନିର୍ଦ୍ଧାରିତ ସମୟ ଅନୁଯାୟୀ ପାଉଁଶ ବୋଝେଇ ଗାଡି ଚଳାଚଳ କରିବା ସହିତ ନିୟମ ଅନୁଯାୟୀ ସୁରକ୍ଷିତ ଭାବେ ଚଳାଚଳ, ନିର୍ମାଣଧିନ ହାତୀ ଚଲାପଥ ରାସ୍ତା ପାର୍ଶ୍ଵରେ ଥିବା ଗ୍ରାମଗୁଡ଼ିକ ଯାତାୟାତ ପାଇଁ ବାଇପାସ୍ ରାସ୍ତା ସଂଯୋଗ, ଜାତୀୟ ରାଜପଥ ରାସ୍ତା କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯାଉ। ସାଧୂମୁଣ୍ଡା, ଚାରବାଟି, ଚାରମାଳ ଛକ ଠାରେ ଅଣ୍ଡରପାସ ରାସ୍ତା ନିର୍ମାଣ, ରେଢ଼ାଖୋଲ ନିକଟରେ ଥିବା କଦଳିଗଡ, ବାମୁର ଓ ହତିବାରି ଟୋଲ ଗେଟରେ ଅଞ୍ଚଳବାସୀଙ୍କୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଉ ଇତ୍ୟାଦି ଦାବୀ ରହିଥିଲା।
ଏଥିରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ଏନଏଚଆଇ ପିଡି ପ୍ରେମସାହୁ ,ଏସଡିପିଓ ପ୍ରଶାନ୍ତ କୁମାର ମେହେର, ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ପ୍ରଥମେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ା ଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଓ ରେଢ଼ାଖୋଲ ବିଜେଡ଼ି ବ୍ଲକ ସଭାପତି ଉଦିତ ତ୍ରିପାଠୀଙ୍କ ସହିତ ସମସ୍ୟା ଉପରେ ବିଭିନ୍ନ ପ୍ରକାର ଆଲୋଚନା କରିବା ପରେ ଭୀମଭୋଇ ଛକ ଠାରେ ଆସି ସମସ୍ତ ବିଜେଡ଼ି କର୍ମୀ ଏବଂ ଜନ ସାଧାରଣ ମାନଙ୍କ ପାଖରେ ଏକ ଲିଖିତ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ଏବଂ ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଥିଲା।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲା ଉପସଭାପତି ଅନାଦି ସାହୁ, ବରିଷ୍ଠ ବିଜେଡି ନେତା ଅରୁଣ କୁମାର ପ୍ରଧାନ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ସୁନିଲ କୁମାର ପ୍ରଧାନ, ନଗର ଯୁବ ସଭାପତି ବିକାଶ ଦାସ, ଛାତ୍ର ସଭାପତି ଶିବ ଶମ୍ଭୁ ନନ୍ଦ,ବ୍ଲକ ଛାତ୍ର ସଭାପତି ସୂର୍ଯ୍ୟକାନ୍ତ ପ୍ରଧାନ, ପୁରୋଷତ୍ତମ୍ ଅଗ୍ରୱାଲ, କାଉନସିଲର ସୁଧାଂଶୁ ଅମାତ, ରାଜୀବ ଲୋଚନ ପ୍ରଧାନ, ବାସୁଦେବ ପୃଷେଠ, ସୁରେନ୍ଦ୍ର ବିଶ୍ଵାଳ, ଲକ୍ଷ୍ମଣ ପ୍ରଧାନ, ସୁଦର୍ଶନ ସାହୁ, ରାଜ କିଶୋର ପ୍ରଧାନ, ନନ୍ଦୁ ମୀରୀ ପ୍ରମୁଖ ସମେତ ଶତାଧିକ ସଂଖ୍ୟାରେ ବିଜେଡ଼ି କର୍ମୀ ଏବଂ ଜନ ସାଧାରଣ ସାମିଲ ରହିଥିଲେ।
Recent Comments