ବିନିକା/୨୩/୮/୨୦୨୫/(ଆଧାର ମିଡ଼ିଆ)- ଆଜି ବିନିକା ସହର ନୂଆଁବଜାର ସ୍ଥିତ ରାଜ୍ୟ ସ୍ତରିୟ ଅଭିଜିତ ପୂଜାହାରୀ ସୃତିକମିଟି କାଯ୍ୟାଳୟରେ ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟି ଦ୍ବାରା ମାଗଣା ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛି . ବିନିକାରେ ବର୍ଷା ଲାଗିରହିଥିଲେ ମଧ୍ୟ ଏହାକୁ ଖାତିରି ନକରି ସୁଦୁର ବୁଲ୍ଲା ଭିମସାର ପ୍ରସୂତି ଓ ସ୍ତ୍ରୀ ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ଯୋଗଦେଇ ବିନିକା- ୬୩ଜଣ ଓ ତାଙ୍କ ଜନ୍ମମାଟି ସଂସାମୁରା ଗ୍ରାମରେ ୬୦ ଜଣ ମୋଟ ୧୨୩ଜଣ ମହିଳାଙ୍କୁ ମାଗଣା ଚିକିତ୍ସା ସେବା ଯୋଗୋଇ ଦେଇଥିଲେ. ଶିବିର ଆରମ୍ଭରୁ ଯୁବ ଅଭିନେତା ,କଳାକାର,ସଂଙ୍ଗୀତଜ୍ଞ ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚିତ୍ରରେ ପ୍ରଫେସର ଡ଼ା. ପାଣ୍ଡେଙ୍କ ଉପସ୍ତିତିତ ମହିଳାମାନେ ପୁଷ୍ପ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରର୍ଥନା କରିଥିଲେ ା ଆମ ଜିବନ ଥିବାପର୍ଯ୍ୟନ୍ତ ସେବାରେ କାର୍ଯ୍ୟରେ କିନ୍ତୁ ଏହି ସେବା ଉତ୍ତର ପିଢ଼ିପାଇଁ ଏହି ବର୍ତ୍ତା ଅଞ୍ଚଳର ସମସ୍ତ ଜନସାଧାରଣ ଏହିପରି ଲୋକଙ୍କ ପାଇଁ କାର୍ଯ୍ୟକଲେ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ସୁଧିରିବ ବୋଲି ମତଦେଇଥିଲେ.
ପ୍ରଫେସର ଡ଼ା. ପାଣ୍ଡେ ନିଜ ଜନ୍ମମାଟିକୁ ଦିର୍ଘ ୩ ବର୍ଷରୁ ଉର୍ଦ୍ଧହେବ ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ବିନିକା ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟିକୁ ପହଞ୍ଚି ସେବା ଯୋଗାଇ ଦେଇଆସୁଛନ୍ତି ା ଏହି କାର୍ଯ୍ୟକ୍ରମରେ ଏଲଟି ଅନନ୍ତରାମ ଷାଣ୍ଢ, କମିଟି ଲିଗାଲ ଏଡ଼ଭାଇଜର ତଥା ବିନିକା ଓକିଳ ସଂଘ ସମ୍ପାଦକ ବୃନ୍ଦାବନ ମିଶ୍ର, ଓକିଳ ବିରେନ୍ଦ୍ର ପୋଢ଼, ଉପଦେଷ୍ଟା କମିଟି ପ୍ରମୋଦ ପଣ୍ଡା, ଗୈାତମ ମିଶ୍ର, ଅଶୋକ ପାଣ୍ଡେ, କୈଳାସ ଗଣ୍ଡ, ସରୋଜ ମିଶ୍ର, ଶ୍ରୀକାନ୍ତ ସାହୁ, ଶେଷଦେବ ମଣ୍ଡଳ ,ରାଜ୍ୟସ୍ତରୀୟ ଅଭିଜିତ ପୂଜାରୀ ସ୍ମୃତି କମିଟି ସଭାପତି ଅର୍ଚ୍ଚନା ପୂଜାହାରୀ ,କାର୍ଯ୍ୟକାରୀ ସଭାପତି ବାଳଗୋପାଳ ପଣ୍ଡା ,ସମ୍ପାଦକ ପ୍ରିୟରଞ୍ଜନ ହୋତା, ଉପସଭାପତି ସୁବ୍ରତ ପତି ଓ ସମ୍ବିତ ନେପାକ, ସଦସ୍ୟ, ଗୀତାଞ୍ଜଳି ପୂଜାହାରୀ ,ଅକ୍ଷୟ ପୂଜାହାରୀଙ୍କ ସହ ଶତାଧିକ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ସହଯୋଗ କରିଥିଲେ ା
Recent Comments