logo
add image
ପୁରୀ କୃଷିବିଜ୍ଞାନ କେନ୍ଦ୍ରରେ ସି.ଏମ୍ କିଷାନ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ

ପୁରୀ କୃଷିବିଜ୍ଞାନ କେନ୍ଦ୍ରରେ ସି.ଏମ୍ କିଷାନ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ

ପୁରୀ /୨୭/୮/୨୦୨୫/(ଆଧାର ମିଡ଼ିଆ)-ସି ଏମ କିଶାନର କିସ୍ତି ଆଜି ପବିତ୍ର ଗଶେଣ ପୂଜା ଅବସରରେ ରାଜ୍ୟର କୃଷକ ମାନଙ୍କୁ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଇଛି।ଆଜି ପୁରୀ ଜିଲ୍ଲାସ୍ତରୀୟ ସି.ଏମ କିଷାନ ଉତ୍ସବ ସାକ୍ଷୀଗୋପାଳ ସ୍ଥିତ କୃଷିବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର କୃଷି ଓ କୃଷକର ବିକାଶପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଓ ସରକାର ଦେଇଥିବା କଥାକୁ ପାଳନ କରିଛନ୍ତି।ଚାଷକୁ ଦ୍ବିଗୁଣିତ କରିବା ସହ କୃଷକ ଭାଇର ସର୍ବାଙ୍ଗୀନ ବିକାଶ ପାଇଁ ସରକାର କାର୍ଯ୍ୟ କରିଚାଲିଛନ୍ତି ବୋଲି ଡା ପାତ୍ର କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସିଏମ କିଶାନର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା।
ପୁରୀ ଜିଲ୍ଲାର ମୋଟ ୨ ଲକ୍ଷ ୨୫ ହଜାର ୬୫୬ ଜଣ କ୍ଷୁଦ୍ର ଓ ନାମମାତ୍ର କୃଷକ ଏବଂ ୧୨୧୯ ଜଣ ଭୂମିହୀନ କୃଷକ ଏହି କିସ୍ତିରେ ୨ହଜାର ଟଙ୍କା ହିସାବରେ ସି ଏମ କିଷାନ ସମ୍ମାନ ନିଧି ସହାୟତା ମାଧ୍ୟମରେ ୪୫,୩୭,୫୦୦୦୦ ଟଙ୍କା ପ୍ରାପ୍ତ କରିଛନ୍ତି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ବରିଷ୍ଠ ବୈଜ୍ଞାନିକ ଅମ୍ବିକା ପ୍ରସାଦ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ଓ କୃଷକ ର ବିକାଶ, ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା, ସହାୟତା ଓ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ଉତ୍ସବ ରେ ଜିଲ୍ଲା କୃଷି ଅଧିକାରୀ, ସମସ୍ତ ବ୍ଲକ ସ୍ତରୀୟ ,ଜିଲ୍ଳା ସ୍ତରୀୟ କୃଷି ଅଧିକାରୀ, କର୍ମଚାରୀ ଓ ୨୦୦ରୁ ଉର୍ଦ୍ଧ୍ବ କୃଷକ ମାନେ ଉପସ୍ଥିତ ଥିଲେ।କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ସୁମିତ୍ରା ଆଚାର୍ଯ୍ୟ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

 

Recent Comments

Leave Comments

Top