ରାୟଗଡ଼ା/୨୮/୦୮/୨୫/(ଆଧାର ମିଡ଼ିଆ// କାଷିନାଥ ପାଳ)-ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚପକ୍ଷରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୮ ତାରିଖ ଦିନ ଅମୃତା ଦେବୀ ବଳୀଦାନ ଦିବସକୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ରୂପେ ପାଳନ କରିଆସୁଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଳକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରି ପ୍ରେକ୍ଷୀରେ ରାୟଗଡ଼ା ବ୍ଳକ ଅନ୍ତର୍ଗତ ଅମଲାଭଟା ଛକସ୍ଥିତ ଶ୍ରୀକ୍ଷେତ୍ର ଟାଉନସିପ୍ ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସର ସହ ନିକଟ ସ୍ମଶାନ ଚାରି ପାଶ୍ୱର୍ରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚପକ୍ଷରୁ ପ୍ରାୟ ୨୫୦ ରୁ ଉର୍ଦ୍ଧ ଔଷଧୀୟ ଏବଂ ଫଳଗଛର ଚାରା ରୋପଣ କରାଯାଇଥିଲା
ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ସକ୍ଷମ ଓଡ଼ିଶା ପଶ୍ଚିମ ପ୍ରାନ୍ତର ସଂରକ୍ଷକ ତଥା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଡକ୍ଟର ବାଦଲ କୁମାର ତା.ସମାଜସେବୀ ତଥା ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ଶ୍ରୀମତୀ ବିଦୁଲତା ହୁଇକା , ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ରାୟଗଡ଼ା ନଗର କାର୍ଯ୍ୟବାହ ଶ୍ରୀ ବିଦ୍ୟାଭୂଷଣ ପଣ୍ଡା ,କୋଲନରା ଖଣ୍ଡ କାର୍ଯ୍ୟବାହ ରାଧାମୋହନ ଦୋରା,ଜିଲ୍ଲା ପର୍ଯ୍ୟାବରଣ ସଂଯୋଜକ ମନୋଜ ଗଉଡ ଏବଂ ମୂଖ୍ୟ ବକ୍ତାଭାବେ ଭାରତୀୟ ମଂଜୁର ସଂଘର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗଦେଇ ବୃକ୍ଷ ଚାରା ରୋପଣ କରିଥିଲେ।
ସଂଘର ଏପରି ଚିନ୍ତା ଧାରାକୁ ସାରା ଜିଲ୍ଲାରେ ପ୍ରଶଂସା କରିବା ସହ ଦେଶ ଗଠନରେ ଆଗରେ ରହି ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ସମାଜ କାମକୁ ଆଗରେ ରହି ଯେଉଁସବୁ କାର୍ଯ୍ୟକ୍ରମ କରି ଆସୁଛନ୍ତି ତାହା ଏକ ଚିର ସ୍ମରଣୀୟ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ। ମୂଖ୍ୟବକ୍ତା ଶ୍ରୀ ଯୋଗେଶ୍ଵର ଦାସ କହିଥିଲେ ଅମୃତା ଦେବୀ ବଳୀଦାନ ଦିବସକୁ ଏକ ସାର୍ବଜନିନ ପର୍ବ ଭାବେ ପର୍ଯ୍ୟାବରଣ ଦିବସ ଭାବେ ପାଳନ କରିବା ଓ ପରିବେଶ ସଂକ୍ରାନ୍ତରେ ଜନ ସଚେତନା ସୃଷ୍ଟି କରିବା ଭାରତୀୟ ମଜଦୁର ସଂଘର ଏକମାତ୍ର ଲକ୍ଷ ଓ ଉଦ୍ଦେଶ୍ୟ ଏବଂ ସ୍ଵଚ୍ଛ, ନିର୍ମଳ ଓ ପ୍ରଦ୍ୟୁଷଣ ମୁକ୍ତ ବାତାବରଣ.
ପୃଥିବୀରେ ବାସ କରୁଥିବା ସମସ୍ତ ଜନ ସମାଜ ପାଇଁ ମୌଳିକ ଅଧିକାର ଓ ଆବଶ୍ୟକତା ରହିଥିବା ବେଳେ ମନୁଷ୍ୟ ତାର ଅନାବଶ୍ୟକ ତାକୁ ପୂରଣ କରିବା ପାଇଁ ପରିବେଷକୁ ଶୋଷଣ କରୁଛି , ଆଧୁନିକ ସଭ୍ୟତାର ଆବଶ୍ୟକତା ପାଇଁ ଶିଳ୍ପାୟନ ବୃଦ୍ଧି ଓ ଲୋକଙ୍କର ଆବଶ୍ୟକ ସାମଗ୍ରୀ ନିର୍ମାଣ ପାଇଁ କଳ କାରଖାନାରୁ ନିର୍ଗତ ଧୁଆଁ,ଯାତାୟାତ ବ୍ୟବହୃତ ଯାନବାହାନର ପ୍ରଦ୍ୟୁଷଣ ,ଶୀତତାପ ନିୟନ୍ତ୍ରିତ ଯନ୍ତ୍ରପାତି ଇତ୍ୟାଦିରୁ ନିର୍ଗତ ବିଷାକ୍ତ କ୍ଳୋରଫ୍ଲୋର କାର୍ବନ ପାଇଁ ପ୍ରତ୍ୟେକ ବର୍ଷ ତାପମାତ୍ରା ବୃଦ୍ଧି ପାଇଛି। ପରିବେଶ ବିନା ମଣିଷ ସମାଜର କଲ୍ୟାଣ ଅସମ୍ବବ ପରିବେଶ ନରହିଲେ ଜିବସତା ରହିବ ନାହିଁ। ଭାରତୀୟ ମଜଦୁର ସଂଘ ଶ୍ରମିକ ସମାଜର କଲ୍ୟାଣ ପାଇଁ ଯେତିକି ଚିନ୍ତିତ ସେତିକି ସମାଜ ଓ ପରିବେଶ ପାଇଁ ମଧ୍ୟ ଚିନ୍ତିତ,ପରିବେଶ ସଂରକ୍ଷଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ଯୋଗେଶ୍ୱର ଦାସ ପ୍ରକାଶ କରିଥିଲେ ।
ଭାରତୀୟ ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ,ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁ ଏବଂ ପର୍ଯ୍ୟାବରଣ ମଞ୍ଚର ଜିଲ୍ଲା ସଂଯୋଜକ ଶ୍ରୀ ଦୂର୍ଗା ମାଧବ ଘୋଷଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂଘର ମୋହନ ରାଓ ମାଝି , ଅରୁଣ ଲେଙ୍କା, ଶ୍ରୀମତୀ ଉଷାରାଣୀ ଦାଶ,ଶ୍ରୀମତୀ ନେହା ସିଂ,ସୁନ୍ଦର ରାଓ କାଡରାକା,କେ ରାମବାବୁ ,ଆନନ୍ଦ ରାଉଳ , ପରିଚାଳନା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ବନ ବିଭାଗ ର ବନ୍ୟାଳ ପ୍ରଶାଦ ବେହେରା ସହ ବନରକ୍ଷୀ ମାନଙ୍କ ସହ ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ,ବିଶ୍ଵକର୍ମା ମଜଦୁର ସଂଘ, ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋ ସିଏସନ୍ ,ବ୍ୟବସାୟ ମଜଦୁର ସଂଘ ,ଆଶା କର୍ମୀ ସଂଘ ,ସଫେଇ ମଜଦୁର ସଂଘ ,ଜେ କେ ପେପର ମଜଦୂର ସଂଘର ପ୍ରତି ନିଧିମାନେ ଯୋଗ ଦେଇଥିଲେ ।
Recent Comments