ବୌଦ୍ଧ/୨୮/୦୮/୨୦୨୫/(ଆଧାର ମିଡ଼ିଆ)-ବୌଦ୍ଧ ଗଡ଼ଜାତର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ଆଜି ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୧୦/୪୫ ସମୟରେ ନବାନ୍ନ ଲାଗି କରାଯାଇଛି l ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ନୂଆଖାଇ ଅବସରରେ ଆଜି ସମଗ୍ର ବୌଦ୍ଧ ଜିଲ୍ଳା ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି । ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ଧାର୍ଯ୍ୟ ଲଗ୍ନରେ ନବାନ୍ନ ଲାଗି କରାଯାଇଥିଲା । ମହାନଦୀରେ ପୁଜାକରି ମହାନଦୀର ପବିତ୍ର ଜଳକୁ ଏକ ଶୋଭାଯାତ୍ରାରେ ଅଣାଯାଇ ଦେବୀଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଇଥିଲା ।
ମୁଖ୍ୟ ପୁଜକ ଗୌରି ପ୍ରସାଦ ବଡମାଳି,ପାଳିଆ ପୂଜକ ହରିହର ବଡମାଳି,ରାଜୀବ ବଡ଼ମାଳି ନୀତିକାନ୍ତି ପ୍ରକାରେ ସ୍ୱତନ୍ତ୍ର ପୂଜା କରିବା ପରେ ପ୍ରଥମେ ମା ଭୈରବୀଙ୍କ ଠାରେ ନବାନ୍ନ ଲାଗି କରିବାପରେ ପାର୍ଶ୍ୱ ଦେବାଦେବୀମାନଙ୍କୁ ନବାନ୍ନ ଅର୍ପଣ କରିଥିଲେ ।ଏହି ଅବସରରେ ମନ୍ଦିର ଚୁଡାରେ ନୂତନ ଧ୍ବଜା ଲାଗିବା ପରେ ଭୈରବୀଙ୍କ ଠାରେ ମହାଆଳତି କରାଯାଇଥିଲା ସରକାରୀ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗଦେଇ ପୂଜା କରିଥିଲେ l ପରେ ଏକ ସାଙ୍ଗରେ ସହସ୍ରାଧିକ ଶ୍ରଦ୍ଧାଳୁ ନବାନ୍ନ ଭକ୍ଷଣ କରିଥିଲେ।
ଆଜିର ଏହି ପୁଜା କାର୍ଯ୍ୟରେ ବିଭୂତି ଭୂଷଣ ବଡମାଳି,ସାନନ୍ଦ ବଡମାଳି,ତରଣୀ ବଡମାଳି, ଧନେଶ୍ୱର ବଡମାଳି,ବିଶୁ ବଡମାଳି, ରାଜୁ ବଡମାଳି,ଏକ ବଡ଼ମାଳି ଏବଂ ଅନ୍ୟମାନେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଅମର ସାହୁ,ସମ୍ପଦ ଅଗ୍ରୱାଲ, ହରେଷ ନାୟକ,ଆଲୋକ ମହାପାତ୍ର,ଫକୀର ଘଡେଇଙ୍କ ସମତେ ଅନ୍ୟମାନେ ପରିଚାଳନା କରିଥିଲେ l ଗଣମାଧ୍ୟମ ପ୍ରତିନିଧି ଓ ଶତାଧିକ ଭକ୍ତ ସାମିଲ ହୋଇଥିଲେ ।
Recent Comments