ବଲାଣି/ବଡବିଲ ୨୯/୮/୨୫(ଆଧାର ମିଡ଼ିଆ//ରିପୋର୍ଟ-ରାଜେନ୍ଦ୍ର ନନ୍ଦ) କେନ୍ଦୁଝର ଜିଲ୍ଲା ବଲାଣି ଟାଉନ ସିପ ସ୍ଥିତ ସେଲ ଡାକ୍ତରଖାନା ରେ ଏକ ନୂତନ ଆପାତ ଚିକିତ୍ସା ବିଭାଗ ଗୃହ ର ଗତ ଗୁରୁବାର ଦିନ ସନ୍ଧ୍ୟାରେ ଉଦଘାଟିତ ସମାରୋହ ଆୟୋଜିତ କରାଯାଇଥିଲା l ରାଷ୍ଟ୍ରୀୟତା ଉଦ୍ୟୋଗ ସେଲ ର ରାଉରକେଲା ଇସ୍ପାତ କାରଖାନା ଅଧିନସ୍ଥ ବଲାଣି ସେଲ୍ ଲୌହ ଖଣି ର ଅଧୀନରେ ଥିବା ଅଞ୍ଚଳବାସୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ ଉତ୍ତମ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ଗୋଟିଏ ମାସ ପୂର୍ବେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ୭ ଟି ଡାକ୍ତରୀ ପରୀକ୍ଷଣ ଯନ୍ତ୍ର ଗୁଡ଼ିକର ଉଦଘାଟନ କରାଯାଇଥିଲା l ହେଲେ ସେହି ସମୟରେ ଆପାତ ଚିକିତ୍ସା ବିଭାଗ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ତାହା ଉଦଘାଟନ ହୋଇ ପରି ନ ଥିଲା l ଉକ୍ତ ଗୃହ ର ଉଦଘାଟନ ମୁଖ୍ୟ ଅତିଥି ଶ୍ରୀ ବିରେନ୍ଦ୍ର କୁମାର ତିୱାରୀ (ବୋକାରୋ ଇସ୍ପାତ କାରଖାନା ପ୍ରବନ୍ଧକ ନିର୍ଦ୍ଦେଶକ)ଙ୍କ ଦ୍ଵାରା କରାଯାଇଥିଲା l ସମ୍ମାନୀୟ ବିଶିଷ୍ଟ ଅତିଥି ଭାବେ ବଲାଣି ଲୌହ ଖଣି ର ପୂର୍ବତନ ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଜୟଦେବ ଚଟ୍ଟୋପାଧ୍ୟାୟ ମହାପ୍ରବନ୍ଧକ ଶ୍ରୀ ଭି କେବିନ୍ ଘୋଷ ସହ ବିଭିନ୍ନ ବିଭାଗ ର ଉଚ୍ଚ ଅଧିକାରୀ, ଡାକ୍ତରଖାନା ର ଚିକିତ୍ସକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଏହି ଆପାତ ଚିକିତ୍ସା ବିଭାଗ ଗୃହ ଉପଲବ୍ଧତା ଯୋଗୁଁ ବଲାଣି ତଥା ଆଖ ପାଖ ଅଞ୍ଚଳ ର ଲୋକମାନେ ଉତ୍ତମ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟ ଅତିଥି ନିଜ ବିଚାର ବ୍ୟକ୍ତ ପ୍ରକାଶ କରିଥିଲେ l
Recent Comments