logo
add image
ଏବିସିଡିର ନୂଆଖାଇ ଭେଟଘାଟ ଉତ୍ସବ

ଏବିସିଡିର ନୂଆଖାଇ ଭେଟଘାଟ ଉତ୍ସବ

ପଦ୍ମପୁର/୨୯/୮/୨୦୨୫/ (ଆଧାର ମିଡିଆ//ଡିଲେଶ୍ୱର ବାଗ): ପଶ୍ଚିମାଞ୍ଚଳର ଶୀଘା ତିହାର ନୂଆଖାଇ ଭେଟଘାଟ ।ତିହାର ଉଧେ ପଦ୍ମପୁରର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଏବିସିଡି ତରଫୁ ସ୍ଥାନୀୟ ରାଜବୋଡା ସମ୍ବର୍ ହାଇସ୍କୁଲ ପ୍ରାଙ୍ଗଣରେ ବହୁତ ଯାକ ଯମକରେ ନୂଆଖାଇ ଭେଟଘାଟ ନୂଆଖାଇ ଦିନ ସଂଜର ୫ ବଜେ  ପାଳନ ହେଇଯାଇଛେ । ସଭାପତି ଅନିଲ ବେହେରା ପହେଲାନୁ ଗାଁ ଝାକର ସୁରେଶ ଡୁଡୁକାଙ୍କୁ ଉତ୍ତରୀୟ ଦେଇ ମଚାନ ନିକେ ସ୍ୱାଗତ କରି ଆନଲେ,ଝାଙ୍କର ସମଲେଇ ମାଁଙ୍କର ପୂଜାକରି ଶୁଭଦେଲେ,ତାର ପରେ ପରେ ପ୍ରାରମ୍ଭିକ ସଂଗୀତ ପ୍ରତ୍ୟୁଷ ମିଶ୍ର ପରିବେଷଣ କଲେ । ଏବିସିଡି ସମ୍ପାଦକ ରଘୁନାଥ ପୁରୀ ସମ୍ପାଦକୀୟ ପରସି ଦେଲେ ।
ଆଜିର ଇ କାର୍ଯ୍ୟକ୍ରମରେ ନାଟ୍ୟକାର କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ କୁମାର ବହିଦାର,ମନିସ ରଥ,ଓ ସାଗରୀକା ଶବର ମଚାନ ସମ୍ଭାଲିଥିଲେ, ରମେଶ ଗୁର୍ଲାଙ୍କ ମଞ୍ଚଶଯ୍ୟା ବେଶ ସୁନ୍ଦର ହୋଇଥିଲା । ମୁଖ୍ୟ ବକ୍ତା ଅଞ୍ଚଳ କଲେଜ ପ୍ରିନ୍ସିପାଲ ଶ୍ରୀଯୁକ୍ତ ଖଗେଶ୍ୱର ଦାଶ ନୂଆଖାଇ ଉଦ୍ଦେସ୍ଵରେ ବକ୍ତବ୍ୟ ରଖିଥିଲେ । ଏବିସିଡିର ମଚାନରେ କିହେ ଅତିଥି ନାଇଥାନ,ହେଲେ ସମସ୍ତେ ଇନ ଅତିଥି ହେସନ,ସବୁ ସମ୍ପ୍ରଦାୟର ଜଣେ ଜଣେ ଆସିକରି ଦର୍ଶକ ମାନଙ୍କୁ ନୂଆଖାଇ ଜୁହାର ଜନାସନ । ସବୁ ବଛର ବାଗି ଆମର ଅଂଚଳର ସଫଳ ଚାଷୀ ଜନକେ ସମ୍ନାନିତ୍ କରାଯାଏସି ,ଇ ଥର ଯୁଗୀବନ୍ଦଳୀ (ଗନିଆ ପାଲି) ର ଚାଷୀ ରାହାସ ବାଙ୍କଙ୍କୁ ସଂମାନୀତ କରାଗଲା । 
ସୁଶ୍ରୀ ପ୍ରଜ୍ଞାପ୍ରାପ୍ତି ନାଥ ସମଲେଇ ଭଜନ ଗାଇଥିଲେ । ଲମ୍ବର୍ଜୁନାର ମମତା ବରିହା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଡୋଲମହୁରୀ କଳା ପରିଷଦ ବାଲାଙ୍ଗୀର, ଉତ୍କଲିକା ଓଡିଶୀ ଭୁବନେଶ୍ୱର, ମୁହୂରିଆ କଲାପରିଷଦ ହାତିସରା (ଦେଗାଁ ବାଲାଙ୍ଗୀର)ର ନାଚମାନେ ପରିବେଷଣ କରିଥିଲେ ,ହେପ୍ପୀ ଡେନ୍ସ ଏକାଡେମୀ ପଦ୍ମପୁରର ଛୋଟ ଛୋଟ ଛୁଆ ମାନଙ୍କର ନାଚ ଦେଖିକରି ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହେଇଯାଇଥିଲେ । ନୂଆଖାଇ ଭେଟଘାଟ ଉଧେ ଭିନ ଭିନ ପ୍ରତିଯୋଗିତା ହେଇଥିଲା ରଙ୍ଗୋଲିରେ ଦାମିନି ସେଠ,ସରୋଜିନୀ ବନଛୋର,ଜସ୍ମିନ ଧରୁଆ, ଶ୍ରାଚିଶାନ୍ତି ସାହୁ,କରିଶ୍ମା ପ୍ରଧାନ,ନେପୁର ବରିହା,ସୁଶ୍ରୀ ଅନ୍ଵେଶା ସାହୁ,ସିମ୍ରନ ମେହେର,ଆୟୁଷି ଶାସିନୀ, ଝୋଟିରେ ଝୁମିରାଣୀ ସାହୁ,ଶାନ୍ତିଲତା ସାହୁ,ସରୋଜିନୀ ବନଛୋର,ଅଙ୍କିତା ମେହେର ଶ୍ରୀଷ୍ଟିମୁକ୍ତା ଯୋଶୀ,ସାଇରୁପାଲୀ ସାହୁ,ଭାରତୀ ପଟେଲ,ଅନ୍ଵେଶା ସାହୁ,ସିମ୍ରନ ମେହେର, ଚିତ୍ରାଙ୍କନରେ ଶ୍ରେୟାଂଶ ଦାଶ,ଆକାଶ ଦୋରା,ଦାମିନି ସେଠ, ଆଦିତ୍ୟ ଡନସନା,ଶ୍ରୀଷ୍ଟିମୁକ୍ତା ଯୋଶୀ,ଶୁଭଶ୍ରୀ ସୁନା, ଆୟୁଷ ମେହେର,ଆୟୁଷ କୁମାର ବୁଡେକ,ସୁଶ୍ରୀ ଅନ୍ଵେଶା ସାହୁ,ଇତିଶ୍ରୀ ପ୍ରଧାନ,ଆକୃତି ବିଶ୍ୱାଲ, ପ୍ରତ୍ୟାଶା ଦୋରା,ସ୍ନେହା ସାହୁ,ଆଦିତ୍ୟ ମେହେର କୃତିତ୍ୱ ଅର୍ଜନ କରି ପୁରସ୍କାର ଗ୍ରହଣ କରିଥିଲେ,
ପ୍ରଥମ କରି ଇବର୍ଷ ଚେସ ପ୍ରତିଯୋଗିତା ହୋଇଥିଲା ସେଥିରେ ଓମପ୍ରକାଶ ସତନାମୀ ଚମ୍ପିୟନ, ସମୀର ମେହେର ( ପଦ୍ମପୁର), ଗୋବିନ୍ଦ ଚନ୍ଦ୍ର ସାହୁ ( ଭରସୁଜା),ଅଭିଜିତ ବାଗ (ପାଟଣାଗଡ) ବିଜେତା ହୋଇଥିଲେ,ଅଞ୍ଜଳି ମେହେର (ପଦ୍ମପୁର) ବେଷ୍ଟ ମହିଳା ଓ ପ୍ରତ୍ୟୁଷ ରଞ୍ଜନ ଭୋଇ (କୁଧରେନପାଲି) ସର୍ବ କନିଷ୍ଠ ପୁରସ୍କାର ପାଇଥିଲେ । ପଦ୍ମପୁର ପୋଲିସ ଦ୍ୱାରା ପ୍ରଦତ୍ତ ଖିରି ପଦ୍ମପୁର ଜନତା ଓ ପୋଲିସର ସମ୍ପର୍କ ଉଚ୍ଚ କୋଟିର ହେବା ସକାଶେ ସମସ୍ତ ଜନସାଧାରଣ ପାଇଁ ଖିରି ବଣ୍ଟନ କରିଥିଲେ ।ଏବିସିଡି ସଦସ୍ୟ ସହ-ସମ୍ପାଦକ ପ୍ରତାପ ନାଥ,ଲିଙ୍ଗରାଜ ସାହୁ (ସମ୍ପଦ),ରବୀନ୍ଦ୍ର ଦାଶ, ଅମୀୟ ପୁରୋହିତ, ଶାନ୍ତସଂଗ୍ରାମ ଭୋଇ ,ଅଂଶୁମାନ ମେହେର,ସୁମନ୍ତ ସାହୁ,ସରୋଜ ଦାନି,ସୁନୀଲ ଭୋଇ(କୁନୁ),ସରୋଜ ଯୋଶୀ, ସୁରେଶ ମିଶ୍ର, ସହଦେଵ ମେହେର, ତୁଷାରକାନ୍ତ ପଧାନ, ଇନ୍ଦ୍ରମଣି ପୁରୋହିତ,ସୁରେନ୍ଦ୍ର ସାହୁ,ଟୁନା ବାରିକ, ଗୋପବନ୍ଧୁ ଶିକ୍କା,ବିକ୍ରମ ପଧାନ,ଦୀପକ ଦାଶ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।ପରିଶେଷରେ ସହ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Recent Comments

Leave Comments

Top