ବୌଦ୍ଧ/୩୧ /୦୮ /୨୦୨୫/(ଆଧାର ମିଡ଼ିଆ)-ବୌଦ୍ଧ ସହର ବାସିନ୍ଦାଙ୍କ ଦୀର୍ଘବର୍ଷର ସ୍ବପ୍ନ ପୂରଣ ହୋଇଛି, ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ମ୍ୟୁନିସିପାଲଟି ମାନ୍ୟତା ପାଇଛି। ଆଜି ବୌଦ୍ଧଜିଲ୍ଲା ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମୁନସୀପାଲ୍ଟିର ମାନ୍ୟତା ଘୋଷଣା କରିଛନ୍ତି। ଏହି ଘୋଷଣା ପ୍ରଚାରିତ ହେଲାପରେ ବୌଦ୍ଧ ସହର ତଥା ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଶୁଭ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନ୍ ହଲ୍ ରେବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ମଧ୍ୟାହ୍ନରେ ଭୂବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାୟତ ଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଏନଏସିକୁ ମ୍ୟୁନିସିପାଲିଟି ଭାବରେ ଘୋଷଣା କରିଛନ୍ତି ।ଭିଡିଓକନଫରେନସ ଜରିଆରେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଏନଏସିକୁ ମ୍ୟୁନସିପାଲଟି ଭାବରେ ଘୋଷଣା କରିବା ସହିତ ମର୍ଜାକୁଦ ଠାରେ ନୂତନ କଲ୍ୟାଣ ମଣ୍ଡପର ଉଦଘାଟନ କରିଥିଲେ ।ମୁଖ୍ୟମନ୍ତ୍ରୀ ବୌଦ୍ଧ ଏନଏସିକୁ ମ୍ୟୁନସିପାଲଟି ଘୋଷଣା କରିବା ପରେ ସାରା ସହରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଜନସାଧାରଣ ଆତସବାଜି ଫୁଟାଇ ମିଠା ବ।ଣ୍ଟି ଖୁସି ମନାଇ ଥିଲେ । ଏହି ଅବସରରେ ସନ୍ଧ୍ୟାରେ ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇ ବୌଦ୍ଧଜିଲ୍ଲାକୁ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ ଆହ୍ୱାନ କରିଥିଲେ ।
ଦଳମତ ନିର୍ବିଶେଷରେ ବୌଦ୍ଧର ବିକାଶ ପାଇଁ ସମସ୍ତେ ଆଗେଇ ଆସିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ଗଠନର ୩୧ ବର୍ଷ ବିତିଯାଇଥିଲେ ମଧ୍ୟ ବୌଦ୍ଧ ଏନଏସି ମ୍ୟୁନସିପାଲଟିର ମାନ୍ୟତା ପାଇ ପାରିନଥିଲା । ର୍ବତମାନର ମୋହନ ଚରଣ ମାଝି ସରକାର ବୌଦ୍ଧ ଏନଏସିକୁ ମ୍ୟୁନସିପାଲଟି ଘୋଷଣା କରିଛି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଥିଲେ । ବୌଦ୍ଧ ସହରର ବିକାଶ ପାଇଁ ଜମିର ଅଭାବକୁ ଦୂର କରାଯିବ । ଜିଲ୍ଲାର ମାନ୍ୟତା ପାଇଥିଲେ ମଧ୍ୟ ଆଜି ମଧ୍ୟ ଜାଗାର ଅଭାବ, ସମନ୍ୱୟର ଅଭାବ, ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ଯେତେ ମାତ୍ରରେ ବିକାଶ ହେବା କଥା ସେତିକି ମାତ୍ରାରେ ହୋଇପାରିନାହିଁ । ବର୍ତମାନ ବିକାଶ ପାଇଁ ଅନେକ ସମ୍ଭାବନା ସୃଷ୍ଟି ହୋଇଛି ।
ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣାକଟକକୁ ଏନଏସି କରାଯିବ । ପୂର୍ବ ସରକାର ସମୟରେ ବୌଦ୍ଧ ଏନଏସିକୁ ଯେଉଁ ସୁବିଧା ସୁଯୋଗ ମିଲୁଥିଲା ବର୍ତମାନର ସରକାର ତାହା ଯୋଗାଇ ଦେବବୋଲି କହିଥିଲେ ।ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଅଧ୍ୟକ୍ଷତା କରି ଏନଏସି ରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷ କରି ଜାଗା ସମସ୍ୟା ସମ୍ପର୍କରେ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନ, ଉପାଧ୍ୟକ୍ଷା ସୁଭାଷିନୀ ସେଠୀ ଓ କାଉନସିଲର ଯୋଗଦେଇଥିଲେ । ପ୍ରମୋଦ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ।ଏହି ଅବସରରେ ପ୍ରାତଃ ରାମଧୂନ ତାପରେ ସକାଳେ କାର୍ଯ୍ୟାଳୟ ପରିସରରେ ପତାକା ଉତୋଳନ,ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ,ଶାରୀରିକ ଭିନ୍ନକ୍ଷମ ସ୍କୁଲରେ ଉପହାର ବନ,ସନ୍ଧ୍ୟାରେ ଟାଉନହଲ ଠାରେ ସାଧାରଣ ସଭା ଓ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବନ, ମଧୁବାବୁ ପେନସନ ବନ ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Recent Comments