ସମ୍ବଲପୁର /ରେଙ୍ଗାଲି/୦୨/୦୯/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ଗତ ୨୨ ତାରିଖ ଉପ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ମାମଲା ଆଜି ସକାଳ ୧୧.୩୦ ସମୟରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଦୀର୍ଘସମୟ ଆଳୋଚନା ପରେ ୧୫ ଦିନ ସମୟନେଲା ଏନ୍ ଏଲ୍ ସି କମ୍ପାନୀ। ରେଙ୍ଗାଲି ବ୍ଳକର ଖିଣ୍ଡା ପଞ୍ଚାୟତବାସୀ ଗତ ଅଗଷ୍ଠ ୧୬ ତାରିଖ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ। ହେଲେ କୌଣସି କାମ ନହେବାରୁ ୨୨ ତାରିଖ ସକାଳ ୫ଟାରୁ ତଲାବିରା କୋଇଲା ଖଣିର ମେନ ଗେଟକୁ ଆସି ଟାଇମ ଅଫିସ ଗେଟ ପାଖରେ ଜଗିବସି ରହିଥିଲେ ଶହ ଶହ ପୁରୁଷ ଏବଂ ମହିଳା, ହେଲେ କମ୍ପାନୀ ଭୟଭିତ ହୋଇ ରାତ୍ରୀରୁ ଟାଇମ ଅଫିସ୍ ବନ୍ଦ କରିଦେଇଥିଲେ। ଝାରସୁଗୁଡ଼ା,ସମ୍ବଲପୁର ଜିଲ୍ଲାର ଲୋକଙ୍କୁ ଛାଡି ଅନ୍ୟ ସମସ୍ତ କର୍ମଚାରୀ ମାନଙ୍କୁ ବାରଣ କରିବାରୁ କିଛିଲୋକ କାମ ନକରି ଫେରି ଯାଇଥିଲେ ।
ଜିଲ୍ଲା ପ୍ରଶାସନର ସମ୍ମାନ ରଖି ଲୋକେ କାହାର କିଛି କ୍ଷତି କରିନଥିଲେ । ଉପ ଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା ଦେଇଥିବା ପ୍ରତିଶୃତି ଅନୁଜାଇ ଆଜି ୧୧.୩୦ ସମୟରେ ସମସ୍ତ ପ୍ରମାଣପତ୍ର ଲୋକେ ଦେବାପରେ ଧିରେ ଧିରେ ନରମି ଥିଲା ଏନ୍ ଏଲ୍ ସି କମ୍ପାନୀ । ପ୍ରଥମେ ଗତ ୨୧ ମାର୍ଚ୍ଚ ୨୦୨୨ ରେ ମାନ୍ୟବର କେନ୍ଦ୍ର କୋଇଲା ମନ୍ତ୍ରୀ ପହଲ୍ଲାଦ ଯୋଶୀଙ୍କ ରାଜ୍ୟ ସଭାରେ ଲିଖିତ ପ୍ରତି ଉତ୍ତର କୁ ମାନି ନଥିଲା ଏନ୍ ଏଲ୍ ସି କମ୍ପାନୀ, ଯାହାକୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଲାଗୁକରି ସାରିଥିବା ଦାବିକୁ ତଳାବିରା ଖଣି ରେ ଲାଗୁ କରିବା କମ୍ପାନୀ ମାନୁ ନଥିଲା, ପରେ ଲିଖିତ ଦେବାପାଇଁ କହିବାରୁ କମ୍ପାନୀ ନିରମିବା ସହିତ ସମୟ ମାଗିଥିଲା । ପରେ ତପଷ୍ପିନି ହଲରେ ପୂର୍ବ ପ୍ରତିଶୃତି ଅନୁଜାଇ ପ୍ରତିବର୍ଷ ୨୮ ଚାକିରି ଦେବାକଥା.ହେଲେ ୫ ବର୍ଷର ଚାକିରି ୧୪୦ ଲୋକଙ୍କୁ ଦେଇ ନଥିବା ମାନିଥିଲା କମ୍ପାନୀ ।
ଖଣିର ଠିକା କର୍ମଚାରୀଙ୍କୁ ଭୁଆଁ ବୁଲାଇ ପରିଚୟପତ୍ର ପ୍ରଦାନ କରି ନଥିବା be ପ୍ରତି ମାସ ୨ ହଜାରୁ ୫ ହଜାର ପର୍ଯନ୍ତ ବେଳେ ଆଇନ ଦରମାରୁ ସିଧା ସଳଖ କଟାଜିବା, ଦରମା ରସିଦ ନଦେବା, ସରକାରୀ ସାପ୍ତାହିକ ଛୁଟି ଓ ନେସନାଲ ଛୁଟି ନଦେବା ,ପୂର୍ବତନ ବିଧାୟକ ନାଉରୀ ନାୟକ ବିଧାୟକ ଥିବା ସମୟରେ କମ୍ପାନୀ ଗୋଟିଏ ବି ଚାକିରି ଦେଇ ନଥିଲା ଯାହାକୁ ନେଇ ନାଉରୀ ରାଗି କମ୍ପାନୀ ଉପରେ ପ୍ରବଳ ବର୍ଷିଥିଲେ । ଉପସ୍ଥିତ ଥିବା ଗ୍ରାମବାସୀ ତଥା ଭି ଏସ୍ ଏସ୍ ସେନା ମଧ୍ୟ ସ୍ଥାନୀୟ ଅଞ୍ଚଳରେ କିପରି ଏନ ଏଲ୍ ସି କିଛି ଲୋକଙ୍କୁ ଧରି ତାର ବିସ୍ତାର ଖଣିକାମ କରୁଛି ସେନେଇ ଏବେ କମ୍ପାନୀର ସମସ୍ତ କାମ ବନ୍ଦକରିବା ନେଇ କହିବାରୁ କମ୍ପାନୀ ତାର ଉପରିସ୍ଥ ଅଧିକାରୀଙ୍କୁ ଫୋନରେ ବୁଝୀ ବା ସହିତ ଦୁଇ ସପ୍ତାହ ସମୟ ଅନୁରୋଧ କରି ମାଗିଥିଲା । ଲୋକେ ମନା କରିବାରୁ ଉପ ଜିଲ୍ଲାପଳ ଓ ଏସ୍ ଡି ପି ଓ ତୋଫାନ ବାଗଙ୍କ ପ୍ରତିଶୃତ ଅନୁସାରେ ଲୋକେ ୧୫ ଦିନ ସମୟ ଦେଲେ କିନ୍ତୁ ୧୮ ତାରିଖ କୌଣସି କାମ ନକଲେ ୧୯ ତାରିଖ ଭୟାଭୟ ଆନ୍ଦୋଳନ ହେବବୋଲି ଚରମ ବାଣି ଶୁଣାଇଛନ୍ତି ଉପସ୍ଥିତ ଥିବା ସଭ୍ୟମାନେ।
କମ୍ପାନୀକୁ ମାଗିଥିବା ତଥ୍ୟ ହେଉଛି,ତଳାବିରା ୨ ଓ ୩ କୋଇଲା ଖଣିରେ କେତେ ଲୋକ ନିଜୁକ୍ତ ପାଇଛନ୍ତି, କେମିତି ପାଇଛନ୍ତି, ଏମ୍ ପ୍ଳୋମେଣ୍ଡ ଏସ୍କଚେଞ୍ଜ ଜରିଆରେ ନା ବ୍ୟକ୍ତିଗତ ଇନ୍ଟରଭ୍ୟୁ,ପ୍ରେସ୍ ନୋଟିଫିକେସନ ନା ଅନ୍ୟ କାହାରୀ ରେକୋମେଣ୍ଡ ଅନୁଯାୟୀ ସମସ୍ତଙ୍କ ନାମ,ଠିକଣା, ଆଧାର ଜେରସ୍କ କପି ସହିତ ଭି ଟି ସି ନମ୍ବର। କମ୍ପାନୀରେ କିଛି ସରକାରୀ ଲୋକ କାମ କରୁଥିବା କମ୍ପାନୀ କହି ଥିବାରୁରୁ ତାଙ୍କ ଉପରେ ସରକାରୀ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିଶୃତି ଦେଇଛନ୍ତି ଉପ ଜିଲ୍ଲାପାଳ,ସେହିପରି କିଛି ଲୋକ ବିନା କାମରେ ଦରମା ନେଉଥିବା,ଆଉ କିଛି ୬୦ ବର୍ଷରୁ ଅଧିକ ହୋଇ ଠକି କାମ ନକରୀ କମ୍ପାନୀରୁ ଦରମା ନେଉଥିବା,ବ୍ଳାଷ୍ଟିଙ୍ଗ ହେଉ ଥିବାରୁ କମ୍ପାନୀର ଫରେଷ୍ଟ କ୍ଳିଅରେନସ୍ ଏରିୟା ଭିତରେ ବେଆଇନ ସ୍ଥାୟୀ ଘର ନିର୍ମାଣ କରି ଶ୍ରମିକ ରହୁଥିବା, ଘୋଷଣା ଅନୁସାରେ ଜମିର ଉଚିତ ମୂଲ୍ୟ ଦେବା, ରାଜ୍ୟ ରାଜପଥ ରାସ୍ତା ଉପରେ ବେଆଇନ ପାର୍କିଙ୍ଗ ଦାବିକୁ ୧୫ ଦିନର ସମୟ ଅନୁମତି ମାଗିଛି କମ୍ପାନୀ ।
ଲୋକେ କମ୍ପାନୀ ଉପରେ ଭରଷା କରି ପାରୁନାହାନ୍ତି, ଏନେଇ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ରମେନ୍ଦ୍ର ପ୍ରଧାନଙ୍କୁ ପୂର୍ବରୁ ଏବଂ ନୂଆଖାଇ ଦିନ ସୁରେନ୍ଦ୍ର ସାଏ ସେନାର କର୍ମକର୍ତ୍ତା ଜଣାଇ ଛନ୍ତି। ସେଥି ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଓ ଏସ୍ ପି ମୁକେଶ ଭାମୁ ଏ ବିଷୟରେ ପୁରା ପୁରୀ ଅବଗତ ଅଛନ୍ତି ସେଥିପାଇଁ ଲୋକେ ପର୍ଯ୍ୟାତ୍ତ ସମୟ ଦେଉଛନ୍ତି । ଆଜି ଉପ ଜିଲ୍ଲାପାଳ କାର୍ଯ୍ୟାଲୟରେ ଦୀର୍ଘ ୪ ଘନ୍ଟା ସମୟ ଧରି ଆଲୋଚନା ହୋଇଥିଲା ଏହି ସମୟରେ ପୂର୍ବତନ ବିଧାୟକ ନାଉରୀ ନାଏକ, ସୁରେନ୍ଦ୍ର ସାଏଙ୍କ ଦୁଇ ବଂଶଜ ଲାଲ୍ ବିରେନ୍ଦ୍ର ସାଏ ଓ ଖିଣ୍ଡା ପଞ୍ଚାୟତ ସମିତି ସଭ୍ୟା ଅନିତା ସିଂହ,ସାମାଜିକ କର୍ମି ତଥା ସାମ୍ବାଦିକ ହେମନ୍ତ ରାଉତ,ରେଙ୍ଗଲି ବ୍ଳକ୍ ସାଂସଦ ପ୍ରତିନିଧି ନବିନ ପ୍ରଧାନ,ଚନ୍ଦ୍ରଶେଖର ରାଉତ,ଟିକୁ ମେହେର ,କିଶୋର ସାହୁ,ଉମାକାନ୍ତ ମେହେର,ସୁନିଲ ଦାଶ, ଡୁଲା କାନ୍ତ ବୁଧିଆ, ସାମାଜିକ କର୍ମି ନିଳୟ ରଞ୍ଜନ ପାତ୍ର ଙ୍କ ସମେତ ଖିଣ୍ଡା, ନୁଆଁ ଖିଣ୍ଡା, ଦନ୍ତାମୁରା, ତଳାବିରା, ବୁଧିଆ ପାଲି, ମୁଣ୍ଡାପଡ଼ା, ଲାଣ୍ଡୁପାଲି, ମାତୁଳୁ କେମ୍ପର ପ୍ରମୁଖ ପୁରୁଷ, ମହିଳା ବିସ୍ଥାପିତ ଓ ପ୍ରଭାବିତ ଲୋକ ଉପସ୍ଥିତ ଥିଲେ ।
Recent Comments