ବିଷମକଟକ/୬/୯/୨୦୨୫/(ଆଧାର ମିଡ଼ିଆ//କାଷିନାଥପାଳ)-ଅଖିଳ ଭାରତୀୟ କଂଗ୍ରେସ୍ କମିଟି ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲା ବିଷମକଟକ ପୂର୍ତବିଭାଗ ଡାକବଙ୍ଗଳା ପରିଷରରେ ସଂଘଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ଥିଲା ଜିଲ୍ଲା କଂଗ୍ରେସ ସଭାପତି ଚୟନ ନିମନ୍ତେ ମତସଂଗ୍ରହ ଏବଂ ଦଳୀୟ କର୍ମୀଙ୍କୁ ସଂଘଠିତ କରିବା । ଦଳ ଏହି ଦାୟୀତ୍ୱ କର୍ଣ୍ଣାଟକ ରାଜ୍ୟର ବିଧାୟକ ତଥା ଏଆଇସିସି ପର୍ଯ୍ୟବେକ୍ଷକ ରିଜୱାନ୍ ଅର୍ଶଧଙ୍କ ହାତରେ ନ୍ୟସ୍ତ କରିଛି । ତେଣୁ ଶ୍ରୀ ଅଶର୍ଧ ରାୟଗଡା ଜିଲ୍ଲାର ସମସ୍ତ ବ୍ଲକକୁ ଯାଇ ସଂଘଠନ ସୃଜନ କାର୍ଯ୍ୟକ୍ରମ ଆୟୋଜନ କରିବା ସହ କର୍ମୀ ଙ୍କ ଠାରୁ ମତ ସଂଗ୍ରହ କରୁଛନ୍ତି । ଏଅବସରରେ ଓଡିଶା ପ୍ରଭାରି ଅଜୟ କୁମାର ଲଲୁ ମୂଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବଳଭଦ୍ର ମାଝି, ଅଖିଳ ଭାତ୍ରା, ଚିନ୍ମୟ ସୁନ୍ଦର ଦାଶ ,କୋରାପୁଟ ସଂସଦ ସପ୍ତଗିରି ଉଲ୍ଲାକା,ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା,ରାୟଗଡା ବିଧାୟକ ଆପଲସ୍ୱାମି କାଡ୍ରାକା,ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ବିଷମ କଟକ ବିଧାୟକ ନିଳମାଧବ ହିକକା,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ଲକ ସଭାପତି କୃଷ୍ଣ ନାଣକା ମୂଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଏବଂ ଉପଡୌକନ ଦେଇ ସମ୍ମାନିତ କରିଥିଲେ । ବିଷମ କଟକ ସାଂସଦ ପ୍ରତିନିଧି ଦିଲ୍ଲିପ କୁମାର ପଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ମଂଚ ପରିଚାଳନା କରିଥିଲେ । ମୂଖ୍ୟ ଅତିଥି ଶ୍ରୀ ଲଲୁ କାର୍ଯ୍ୟକ୍ରମରେ ଉପସ୍ଥିତ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ ଆଗାମି ପଂଚାୟତ ଓ ପୌର ନିର୍ବାଚନରେ କିପରି ଦଳ ସମସ୍ତ ଆଶନ ନିଜ ଅକ୍ତିଆରକୁ ନେବ ସେଥିପ୍ରତି ସମସ୍ତ କର୍ମୀ ଏକଜୁଟ ହୋଇ ତଳସ୍ତରରେ ଲୋକଙ୍କ ନିକଟରେ ପହଂଚିବାକୁ ପଡିବ । ଅସନ୍ତୁଷ୍ଠ ଏବଂ ପୁରୁଣା କର୍ମୀଙ୍କୁ କିପରି ଦଳକୁ ଫେରାଇ ଆଣିବା ସେ ଦିଗରେ ସମସ୍ତେ ମିଳି ମିଶି କାର୍ଯ୍ୟକରିବାକୁ ପଡିବ । ସେତେବେଳ ଯାଇ ଆମ୍ଭେ ଆହୁରି ଶକ୍ତିଶାଳି ହୋଇପାରିବା ବିଧାୟକ ଭଳି ପଂଚାୟତ ଏବଂ ପୌରରେ ମଧ୍ୟ କଂଗ୍ରେସ ଅଧିନରେ ରହିବା ନେଇ କର୍ମୀଙ୍କୁ ଅଭାନ ଦେଇଥିଲେ । ଆସନ୍ତା ୭ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକ ଗସ୍ତ ସାରି ଏଆଇସିସିଙ୍କୁ ରିପୋର୍ଟ ଦାଖଲ କରିବେ ବୋଲି ସୂଚନା ମିଳିଛି । ସଂଘଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ବିଷମ କଟକ ବ୍ଲକର ସମସ୍ତ ଗ୍ରାମ ପଂଚାୟତର ଆଗଧାଡିର ବରିଷ୍ଠ କାର୍ଯ୍ୟକର୍ତା ସମେତ ଦୁଇ ହଜାରରୁ ଉର୍ଦ୍ଦକର୍ମୀ ଯୋଗ ଦେଇଥିଲେ ।
Recent Comments