logo
add image
ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନଭୋଜନ ପାଚକ ପାଚିକାଙ୍କ ୭ ଦଫାଦାବି-ମଜୁରୀ ୪୬୨ ଟଙ୍କା ଓ ୧ ଲକ୍ଷ ମୃତ୍ୟୁକାଳୀନ ଭତ୍ତା ଦିଅ '

ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନଭୋଜନ ପାଚକ ପାଚିକାଙ୍କ ୭ ଦଫାଦାବି-ମଜୁରୀ ୪୬୨ ଟଙ୍କା ଓ ୧ ଲକ୍ଷ ମୃତ୍ୟୁକାଳୀନ ଭତ୍ତା ଦିଅ '

ଜମନକିରା/୬/୯/୨୦୨୫/(ଆଧାର ମିଡ଼ିଆ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହବନ୍ଧିତ ତଥା ବିଜୁଶ୍ରମିକ ସାମ୍ମୁଖ୍ୟ ଦ୍ଵାରା ପରି ଚାଳିତ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ରାଜ୍ୟ ସଂଘପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ରୁକ୍ମଣ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ଦଫା ଦାବି ପ୍ରଦାନ କରିଛନ୍ତି। ଜମନକିରା ବ୍ଲକ ଅଂଚଳର ଶତାଧିକ ପାଚକ ପାଚିକା ମାନେ ବିଭିନ୍ନ ସ୍ଲୋଗାନ ମାନଦେଇ ସ୍ଥାନୀୟ ହାଟପଦା ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ। ପରେ ବିଇଓ ଅଫିସ୍ ସମ୍ମୁଖରେ ଏକ ସଭାରେ ଶ୍ରମିକଙ୍କ ଠାରୁ ଅତି କମ୍ ପାରିଶ୍ରମିକ ମିଳୁଥିବା ଦର୍ଶାଇ ରାଜ୍ୟ ସରକାରଙ୍କ ପାତର ଅନ୍ତର ନୀତିକୁ ସମାଲୋଚନା କରାଯାଇଥିଲା।
ଶନିବାର ପୂର୍ବାହ୍ନ ୧୧ ଟାରେ ବ୍ଲକ୍ ସଭାନେତ୍ରୀ ଭାରତୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସଭାରେ ରାଜ୍ୟ ମୁଖ୍ୟ ସଂଯୋଜକ ବିରଞ୍ଚି ପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ସନ୍ଧ୍ୟାରାଣୀ ସ୍ୱାଇଁ, ବ୍ଲକ୍ ସମ୍ପାଦିକା ରୁକ୍ମିଣୀ କୁମୁରା ପ୍ରମୁଖ ୭ଦଫା ଦାବି ଉପରେ ନିଜର ବକ୍ତବ୍ୟ ରଖିଥିଲେ। ସେମାନେ ଦର୍ଶାଇ ଥିଲେ ଯେ, ପାଚିକା ମାନେ ଦୀର୍ଘ ୨୮/୨୯ ବର୍ଷ ହେଲା ପ୍ରଧାନମନ୍ତ୍ରୀ ପୋଷଣ ମଧ୍ୟାହ୍ନ ଯୋଜନାରେ ସୂଚାରୁ ରୂପେ କାର୍ଯ୍ୟ ନିର୍ବାହ କରି ଆସୁଥିଲେ ହେଁ ସେମାନଙ୍କୁ ଅତ୍ୟନ୍ତ କମ୍ ପାରିଶ୍ରମିକ ମିଳୁଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବିଳମ୍ବେ ଦାବି ପୂରଣ କରିବାକୁ ଉଲ୍ଲେଖ କରିଛନ୍ତି। ପାଚିକା ମାନଙ୍କୁ ଦୈନିକ ୪୬୨ ଟଙ୍କା ହିସାବରେ ପାରିଶ୍ରମିକ ଦେବା, ପରିଚୟ ପତ୍ର, ନିଯୁକ୍ତି ପତ୍ର, ଅବସରକାଳୀନ ଭତ୍ତା, ମୃତ୍ୟୁକାଳୀନ ସହାୟତା ୧ ଲକ୍ଷ ଟଙ୍କା , ୬୦ ବର୍ଷ ଅବସରଗ୍ରହଣ ପରେ ପରିବାର ସଦସ୍ୟଙ୍କୁ ପାଚିକା ନିଯୁକ୍ତି କରିବା, ଛାତ୍ର ସଂଖ୍ୟା ଅନୁପାତ ରେ ପାଚିକାଙ୍କୁ ଯେଉଁ ବହିଷ୍କାର କରାଯାଉଛି ଅନ୍ୟ ସ୍କୁଲ୍ ରେ ନିଯୁକ୍ତ କରିବା, ପାଚକ ପାଚିକା ଙ୍କୁ ସାମାଜିକ ସୁରକ୍ଷା ଆଇନରେ ଅନ୍ତର୍ଭୂକ୍ତ କରିବାକୁ ଦାବି କରାଯାଇଥିଲା।

Recent Comments

Leave Comments

Top