ପୁରୀ//୭/୯/୨0୨୫/( ଆଧାର ମିଡ଼ିଆ) ମାନ୍ୟବର ନିମାପଡା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀଶ୍ରୀମତୀ ପ୍ରଭାତୀ ପରିଡ଼ା ନିମାପଡ଼ା ବଳଙ୍ଗା ପୂର୍ବ ବିଭାଗ ଅଧୀନରେ ଥିବା ୧୪ .୧୫୦ କିମି ରାସ୍ତାର ଉନ୍ନତି କରଣର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ରାସ୍ତା ରାଜ୍ୟ ସରକାରଙ୍କ ଯୋଜନାରୁ ୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। କିନ୍ତୁ ଏହି ରାସ୍ତାର ଉନ୍ନତିକରଣ ପାଇଁ ଠିକା ନେଇଥିବା ସଂସ୍ଥା ବଳଭଦ୍ର ଡ଼େଭଲପର୍ସ ୧୫ ପ୍ରତିଶତ (ପୁର୍ତ୍ତ ବିଭାଗଦ୍ବାରା କରାଯାଇଥିବା ଆକଳନ ଠାରୁ ଅର୍ଥରେ) କରିଦେବା ପାଇଁ ପୂର୍ବ ବିଭାଗ ସଂହିତ ଚୁକ୍ତି କରିଥିବା ସୁଚନା ମିଳିଛି। ଅର୍ଥାତ ୪୨ କୋଟିରୁ ଉର୍ଧ୍ଵ ଟଙ୍କାର କାମକୁ ୩୬ କୋଟି ୯୫ ଲକ୍ଷ ଟଙ୍କାରେ ନିମାପଡ଼ା ବଳଙ୍ଗା ରାସ୍ତାର ଉନ୍ନତି କରଣ କରିଯିବ । ଅର୍ତାତ ୧୪ କିମିରାସ୍ନାକୁ ସିମେଣ୍ଟ କଂକ୍ରିଟରେ ପରିଣିତ କରାଯିବ। ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଯାତାୟତ କରୁଥିବା ଜନସାଧାରଣ ବିଭିନ୍ନ ଯାନବାହାନ ଲୋକମାନେ ସରକାରଙ୍କୁ ଦୋଷରାପ କରୁଥିଲେ। ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବାରେ ଲାଗିଥିଲା । ତେବେ ଯାହାହେଉ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ହସ୍ତକ୍ଷେପ ଫଳରେ ବଳଙ୍ଗା ରାସ୍ମାର ଉନ୍ନତି କରଣ ହୋଇପାରିଛି। ପୂର୍ବ ବିଭାଗ ଏଏସ.ଆଇ, ସୌମ୍ୟରଞ୍ଜନ ଦ୍ରବେଦୀ, ନିର୍ବାହୀ ଯନ୍ତ୍ରୀ କୁଶଳ ହେମ୍ବ୍ରମ, ସହକାରୀ ଯନ୍ତ୍ରୀ ଦିଲିପ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।
Recent Comments