logo
add image
 ଇହଧାମ ତ୍ୟାଗକଲେ ରାଜେନ୍ଦ୍ର ଢୋଲକିଆ

ଇହଧାମ ତ୍ୟାଗକଲେ ରାଜେନ୍ଦ୍ର ଢୋଲକିଆ

ନୂଆପଡା/୦୮/-୯/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ସୋମବାର ସକାଳ ୮ ଘଣ୍ଟାରେ  ଇହଧାମ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ନେଇ ବିଜେଡ଼ି ଦଳ ନବୀନ ପଟ୍ଟନାୟକ ଏବଂ ଦଳର ସମସ୍ତ ନେତୃମଣ୍ଡଳୀ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ନେତୃମଣ୍ଡଳୀ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଜଣେ ଭାଦ୍ର ଏବଂ ଅମାୟିକ ବ୍ୟକ୍ତିତ୍ଵ। ସମାଜ ସେବାଠାରୁ ଜୀବନ ଆରମ୍ଭ କରି ଖରୀଆର ରୋଡ ଏନ୍ ଏ ସି  ଅଧକ୍ଷ, ପରେ ବିଧାୟକ ହୋଇଥିଲେ। ତିନିଥର ବିଧାୟକ ହୋଇ ନବୀନ ସରକାରରେ ଯୋଜନା ସଂଯୋଜନ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ। ନୂଆପଡା ଜିଲ୍ଲାରେ ବିଜେଡି ସଂଗଠକ ରୂପେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥିଲେ। ୧୯୯୨ ରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର,୧୦ହଜାର କେଟ୍ରେଟ ଅସ୍ତ୍ରୋପଚାର ହୋଇଛି। ୧୫ ବର୍ଷରୁ ମାଗଣା ଦନ୍ତ ଚିକିତ୍ସା,ଗରିବ ପରିବାର କନ୍ୟାଙ୍କୁ ସାମୁହିକ ବିବାହ ସୁଯୋଗ। ଦୀର୍ଘଦିନରୁ ଏକାଧିକ ରୋଗରେ ପୀଡ଼ିତ ଥିଲେ। ଚେନ୍ନାଇ ଠାରେ ତାଙ୍କ ହାର୍ଟ ଟ୍ରାନସପ୍ଲାଣ୍ଟ ହୋଇଥିବା ବେଳେ ତାଙ୍କ କିଡନୀ ଟ୍ରାନସପ୍ଲାଣ୍ଟ ଯୋଜନା ଥିଲା। ଆଜି ପାର୍ଥବ୍ୟ ଶରିରି ଖରୀଆର ରୋଡ ଆସିବ। ଆସନ୍ତା କାଲି ଶେଷକୃତ୍ୟ ଅନୁଷ୍ଠିତ ନେଇ ତାଙ୍କପୁଅ ଜୟ ଢୋଲକିଆଙ୍କ ସୂଚନା। 

Recent Comments

Leave Comments

Top