କାକଟପୁର/ ୮/୯/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ- ତୁଷାର ଦୀକ୍ଷିତ ) ଆଜି ହେଉଛି ଆଶ୍ୱିନ ମାସ ପ୍ରତିପଦ ତିଥି। ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ ବା ଅପର ପକ୍ଷ। ଆଜିଠାରୁ ମହାଳୟା ଅମାବାସ୍ୟା ତିଥି ପର୍ଯ୍ୟନ୍ତ ସମୟକୁ ପିତୃପକ୍ଷ ବା ଅପରପକ୍ଷ କୁହାଯାଇଥାଏ. ଏହି ସମୟରେ ପିତୃ ପୁରୁଷମାନେ ନିଜ ନିଜ ଘରକୁ ପରିଭ୍ରମଣ କରିବାକୁ ପ୍ରେତ ଲୋକରୁ ପୃଥିବୀ ଲୋକକୁ ଆସୁଥିବା ବିଶ୍ଵାସ ରହିଛି। ଏହି ସମୟରେ ପିତୃପୁରୁଷ ମାନଙ୍କୁ ଶ୍ରାଦ୍ଧ (ପିଣ୍ଡ ଓ ତିଳ ତର୍ପଣ) ପ୍ରଦାନକଲେ ସେମାନେ ତୃପ୍ତହୋଇ ନିଜ ପରିବାରକୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି।
ଏହି ବିଶ୍ଵାସର ବଶବର୍ତ୍ତୀ ହୋଇ କାକଟପୁର ଅଞ୍ଚଳର ଶ୍ରଦ୍ଧାଳୁ ମାନେ କାକଟପୁର ସ୍ଥାନୀୟ ବିଶ୍ଵାମିତ୍ର ରୁଷିଘାଟ ଠାରେ ନିଜ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ଥିଲାବାଲା ଓ ଆର୍ଥିକ ସ୍ୱଚ୍ଛଳ ପରିବାର ପକ୍ଷରୁ ଶ୍ରୀ କ୍ଷେତ୍ର ପୁରୀର ପଞ୍ଚତୀର୍ଥ ଓ ଭୁବନେଶ୍ବରର ବିନ୍ଦୁସାଗର ଠାରେ ପିତୃପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରା ଯାଉଥିବା ବେଳେ ଅନ୍ୟ ଶ୍ରଦ୍ଧାଳୁ ମାନେ ପୂଣ୍ୟତୋୟା ପ୍ରାଚୀ ନଦୀର ବିଭିନ୍ନ ତୀର୍ଥସ୍ଥଳୀ ଠାରେ ପିତୃପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ଏଥିପାଇଁ ପ୍ରାଚୀ ନଦୀ କୂଳରେ ଥିବା ବିଶ୍ଵାମିତ୍ର ଆଶ୍ରମସ୍ଥିତ ଋଷିତୀର୍ଥ,ସମେଶ୍ୱରର ଅର୍କତୀର୍ଥ, ନାଶିକେଶ୍ୱରର ନୃତ୍ୟତୀର୍ଥ,ଅସ୍ତରଙ୍ଗର ମୁକ୍ତିତୀର୍ଥ, ବେଲେଶ୍ୱରର ମଣିକର୍ଣିକା ତୀର୍ଥ,ମୁଦୁଗଲର ଅପସରା ତୀର୍ଥ, ଅମରେଶ୍ୱରର ଗୋତୀର୍ଥ, ମାଧବର ସୁଦର୍ଶନ ତୀର୍ଥ ଓ ପାଣ୍ତବ ତୀର୍ଥ, ପିତାପଡାର ଅଙ୍ଗତୀର୍ଥ, ନିଭରଣର ପୁରରବା ତୀର୍ଥ, ଟୋଲାର ଅଗ୍ନୀତୀର୍ଥ ଠାରେ ଶ୍ରାଦ୍ଧ ଦେବାପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି
Recent Comments