ବୌଦ୍ଧ/୦୯/୦୯/୨୦୨୫/(ଆଧାର ମିଡ଼ିଆ)-ବୌଦ୍ଧଜିଲ୍ଲା ଟ୍ରକ୍ ମାଲିକ୍ ସଂଘର ସଭାପତି ଶିବପ୍ରସାଦ ମିଶ୍ର ରାଜ୍ୟ ଟ୍ରକ୍ ମାଲିକ୍ ମହାସଂଘର ଉପସଭାପତି ଭାବରେ ମନୋନୀତ ହୋଇଛନ୍ତି। ଗତ ୭ ତାରିଖର ଦିନ ଗଞ୍ଜାମର ଗୋପାଳପୁର ଠାରେ ରାଜ୍ୟ ଟ୍ରକ୍ ମାଲିକ ମହାସଂଘର ନିର୍ବାଚନ ହୋଇଥିଲା. ସେଠାରେ ଶିଵପ୍ରସାଦ ମିଶ୍ର ପୁଣିଥରେ ଓଡିଶା ରାଜ୍ୟ ଟ୍ରକମାଲିକ ମହାସଂଘ ର ଉପ-ସଭାପତି ଭାବେ ନିର୍ଦ୍ବନ୍ଦରେ ବିଜୟଲାଭ କରିଛନ୍ତି ।
ଏଣୁ ଆଜି ତା.୯.୯.୨୫ ରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ ଟ୍ରକମାଲିକ ସଂଘରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଥିଲା। ସମ୍ମାନିତ ଅତିଥି ଭାବେ ପଞ୍ଚଧାରା ଟ୍ରକମାଲିକ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ କୃପାସିନ୍ଧୁ ବିଶ୍ୱାଳ ଯୋଗ ଦେଇଥିଲେ । ସଙ୍ଘର ସଦସ୍ୟ ଶ୍ରୀ ଅଜୟ କୁମାର ପଣ୍ଡା ଉତ୍ତରୀୟ ପ୍ରଦାନ କରି ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ସମ୍ବର୍ଦ୍ଧନା ସଭାରେ ସଙ୍ଘର ସମ୍ପାଦକ ଶ୍ରୀ ବିଶ୍ୱଜିତ ମିଶ୍ର ନୂତନଭାବେ ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର ଉପ ସଭାପତି ଭାବେ ମିର୍ବାଚିତ ହୋଇଥିବାରୁ ସଙ୍ଘ ପକ୍ଷରୁ ତାଙ୍କର ଦାୟିତ୍ୱ ଓ କାର୍ଯ୍ୟଭାର ଆଗକୁ କିଭଳି ସମ୍ପର୍ଣ୍ଣ କରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।ଜିଲ୍ଲା ଟ୍ରକମାଲିକ ସଙ୍ଘର ଯୁଗ୍ମ ସମ୍ପାଦକ ଶ୍ରୀ ରବିନ୍ଦ୍ର ପଟ୍ଟନାୟକ ସଭକାର୍ୟ୍ଯ ଆରମ୍ବ କରି ପୁନଶ୍ଚ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାରେ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Recent Comments