ନୂଆପଡା/୦୯/୦୯/୨୦୨୫/(ଆଧାର ମିଡ଼ିଆ//ସୁଜିତ କୁମାର ପ୍ରଧାନ)-ନୂଆପଡା ବିଧାୟକ ପୂର୍ବତନମନ୍ତ୍ରୀ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଆରକ୍ଷୀ ଅଧିକ୍ଷକ ଅମୃତପାଲ ସିଂଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ପଡୋଶୀ ଛତିଶଗଡ଼ ସୀମାରୁ ପାର୍ଥବଶରୀର ଓଡ଼ିଶାରେ ପ୍ରବେଶ କରିଥିଲା। ବିଶାଲ ଶୋଭାଯାତ୍ରାରେ ଖଡ଼ିଆର ରୋଡ ଏବଂ ନୂଆପଡ଼ା ନଗର ପରିକ୍ରମା କରିଥିଲା। ଜାତୀୟ ରାଜପଥ ଉଭୟ କଡରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ବିପୁଳ ଜନସମାଗମ। ଲୋକପ୍ରିୟ ନେତା ଯୋଗୁଁ ତାଙ୍କ ଅନ୍ତିମଦର୍ଶନ ଏବଂ ଗଭୀର ଶ୍ରଦ୍ଧାଞ୍ଜଲି ଜଣାଇଛନ୍ତି।
Recent Comments