ପୁରୀ/୯/୯/୨୦୨୫/(ଆଧାର ମିଡ଼ିଆ)-ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ଆଜି ଅପରାହ୍ନରେ ୧୨୭ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ସେମାନେ ଆଜି ଭୁବନେଶ୍ୱରରେ ରହିବେ ଓ ଆସନ୍ତା କାଲି ବାରାଣସୀ ଅଯୋଧ୍ୟା ଅଭିମୁଖେ ସ୍ବତନ୍ତ୍ର ଟ୍ରେନରେ ଯାତ୍ରାକରିବେ।ଏହି ବରିଷ୍ଠ ନାଗରିକ ମାନେ ଅଯୋଧ୍ୟା ଓ ବାରାଣସୀ ପରିଭ୍ରମଣ କରିବା ସହ ଚଳିତମାସ ୧୫ ତାରିଖରେ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।ବରିଷ୍ଠ ନାଗରିକ ମାନଙ୍କୁ ସହଯୋଗ ପାଇଁ ୪ ଜଣ ସହକାରୀ ମଧ୍ୟ ସାଥିରେ ଯାଇଛନ୍ତି।
ପୂର୍ବାହ୍ନରେ ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ ,ସମାଜ ସେବୀ ରାଜୁପାତ୍ର ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପଗୁଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ।ଅତିଥି ମାନେ ନଡ଼ିଆ ବାଡେଇ ଯାତ୍ରାର ସଫଳତା କାମନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ପର୍ଯ୍ୟଟନ କାର୍ଯ୍ଯାଳୟ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।
ନିଜ ନିଜର ଦାୟିତ୍ୱ ଓ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ସହାୟତା ପାଇଁ ଯାଇଥିବା କର୍ମଚାରୀ ମାନଙ୍କ ସୂଚନା ଅନୁସାରେ ପରିଭ୍ରମଣ କରିବାକୁ ତୀର୍ଥଯାତ୍ରୀଙ୍କୁ ଅନୁରୋଧ କରା ଯାଇଥିଲା।
Recent Comments