logo
add image
ଖୋର୍ଦ୍ଧାରୁ ୧୬୯ଜଣ ବରିଷ୍ଟ ନାଗରିକ ବାହାରିଲେ ତୀର୍ଥଯାତ୍ରା ।

ଖୋର୍ଦ୍ଧାରୁ ୧୬୯ଜଣ ବରିଷ୍ଟ ନାଗରିକ ବାହାରିଲେ ତୀର୍ଥଯାତ୍ରା ।

ଖୋର୍ଦ୍ଧା/09/୦୯ /୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ//ପ୍ରସନ୍ନକୁମାର ସ୍ବାଇଁ)-ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା - ବାରାଣସୀ ବରିଷ୍ଟ ନାଗରିକ ମାନଙ୍କ ତୀର୍ଥଯାତ୍ରା ପର୍ଯ୍ୟଟନ ଅଧିକାରୀ ମୀରା ବେହେରାଙ୍କ ପରିଚାଳନାରେ ଶୁଭାରମ୍ଭ କରା ଯାଇଅଛି l ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ଗରିବ ଗୁରବା ମାନଙ୍କ ପାଇଁ ଏକ ଅପୂର୍ବ ଯୋଜନା l ଓଡ଼ିଶାର ପରମ୍ପରା ସଂସ୍କୃତି ବାହାର ରାଜ୍ୟସହ ଆଦାନ ପ୍ରଦାନ ଏବଂ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭୂତି ଏହି ଯୋଜନାର ମୂଳଲକ୍ଷ୍ୟ ଅଟେ l ରାଜ୍ୟ ସରକାର ଙ୍କ ପକ୍ଷରୁ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ପ୍ରତିବର୍ଷ ଚାଲୁରହିଛି l
ଯେଉଁମାନେ ଚଳିତବର୍ଷ ଯାଇପାରି ନାହାନ୍ତି ପୁନଶ୍ଚ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲେ ସେମାନେ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରି ଏହି ତୀର୍ଥ ଭ୍ରମଣର ସୁଯୋଗ ନେଇ ପାରିବେ l ଆଜି ଖୋର୍ଦ୍ଧା ଜିଲ୍ଲାର ୧୬୯ ତୀର୍ଥ ଯାତ୍ରୀ ଯେଉଁ ମାନଙ୍କ ମଧ୍ୟରେ ସହଯୋଗୀ ତୀର୍ଥ ଯାତ୍ରୀ ୦୨ ଜଣ, ଦମ୍ପତି ତୀର୍ଥ ଯାତ୍ରୀ ୭୦ ଜଣ ଏବଂ ଏକକ ତୀର୍ଥ ଯାତ୍ରୀ ୯୭ ଜଣଙ୍କୁ ନେଇ ବସ ଗୁଡ଼ିକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରୁ ଭୁବେଶ୍ଵରର ରେଳ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି l ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନିୟମାନୁସାରେ ପ୍ରତ୍ୟେକ ତୀର୍ଥ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା l ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରତ୍ୟେକ ତୀର୍ଥ ଯାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସେମାନଙ୍କର ୬ଦିବସୀୟ ତୀର୍ଥ ଯାତ୍ରା ସଫଳ କାମନା କରି ଆନନ୍ଦର ସହ ଖୋର୍ଦ୍ଧା ଫେରିବାକୁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ରଖି ଶ୍ରିଫଳ ବାଡେଇ ସବୁଜ ପତାକା ଦେଖାଇ ବସ୍ ଯାତ୍ରାର ଶୁଭାରମ୍ଭ କରିଥିଲେ l
 ସମସ୍ତ ତୀର୍ଥ ଯାତ୍ରୀଙ୍କ ସହାୟତା କାରୀ ଅଧିକାରୀ ମାନେ ସଦାସର୍ବଦା ଜାଗ୍ରତ ରହି ତୀର୍ଥ ଯାତ୍ରୀମାନଙ୍କ ଯତ୍ନନେଇ ସଫଳ ଭାବେ ଖୋର୍ଦ୍ଧା ଫେରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଯୋଗଦେଇ ତୀର୍ଥ ଯାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ l ଏସ୍କର୍ଟ ଅଫିସର ଭାବେ ନିହାର ରଞ୍ଜନ ମହାନ୍ତି, ବିନୋଦ ଚନ୍ଦ୍ର ବାରିକ, ସଂଗ୍ରାମ କେଶରୀ ଦାସ,ଅଟଳ କୁମାର ଧର୍ମରାଜ୍ ଏବଂ ସତ୍ୟବ୍ରତ ତ୍ରିପାଠୀ ତୀର୍ଥ ଯାତ୍ରା କାର୍ଯ୍ୟ ସମ୍ପାଦନ ନିମନ୍ତେ ନିଯୁକ୍ତି ଦିଆଯାଇଛି l
 ତୀର୍ଥ ଯାତ୍ରୀମାନେ ଆଜି ଭୁବନଶ୍ବରରେ ରାତ୍ରୀ ଯାପନ କରି ଆସନ୍ତା କାଲି ସ୍ଵତନ୍ତ୍ର ଟ୍ରେନ୍ ରେ ଅଯୋଧ୍ୟା ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ l ଭୁବନେଶ୍ୱର ଠାରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦାନ କରି ଅଯୋଧ୍ୟା ବାରଣାସୀ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଅଛି l ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ,ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମଚାରୀ ଓ ଗଣ ମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ l

 

Recent Comments

Leave Comments

Top