logo
add image
ଶୁଭିଲାଣି କୁଶଭଦ୍ରାର ସ୍ୱର, ଉପମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ଶୁଭିଲାଣି କୁଶଭଦ୍ରାର ସ୍ୱର, ଉପମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ପିପିଲି/ପୁରୀ/୧୦/୯/୨୦୨୫( ଆଧାର ମିଡ଼ିଆ):କୁଶଭଦ୍ରାର ଖନନ,ସୁରକ୍ଷା ଓ ସୌନ୍ଦର୍ଯ୍ୟ ଅଭିବୃଦ୍ଧିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସରକାରୀ ବାସଭବନରେ ଭେଟିଛି କୁଶଭଦ୍ରା କାନ୍ଦୁଛି ପରିବାର।ନିମାପଡ଼ାର ଜୀବନ ରେଖା କୁଶଭଦ୍ରାର ହୃତଗୌରବ ଫେରାଇ ଆଣିବା ଦିଗରେ ୭ଗୋଟି ଦାବିକୁ ଉତଥାପନ କରାଯାଇଛି ।ପ୍ରାୟ ୩ଘଣ୍ଟା ଧରି ନିମାପଡ଼ା-ଗୋପ ଏବଂ ଐତିହ୍ୟଗର୍ଭା କୁଶଭଦ୍ରାର ବିକାଶ ସମ୍ପର୍କିତ ଆଲୋଚନା କରିଛନ୍ତି ସଦସ୍ୟ । ବାଲିଅନ୍ତା ସ୍ଥିତ କୁଆଖାଇ ନଦୀରୁ ସୃଷ୍ଟି ହୋଇଥିବା କୁଶଭଦ୍ରାର ମୁହାଣ ପୋତି ହୋଇଯାଇଥିବାବେଳେ,ନଦୀ ବିଭିନ୍ନ ସ୍ଥାନରେ ଏକ ପ୍ରକାର ବନ୍ଦ ହୋଇ ଗଲାଣି ।ଚାଷ ଉପଯୋଗୀ କୁଶଭଦ୍ରା ପଠାରେ ମଧ୍ୟ ଚାଷୀ ସଠିକ ଭାବେ ଫସଲ ଉତ୍ପାଦନ କରିପାରୁ ନାହାଁନ୍ତି।କୁଶଭଦ୍ରାକୁ ନେଇ ଅନେକ ଐତିହାସିକ ତଥ୍ୟ ଥିବାବେଳେ କୋଣାର୍କ ମନ୍ଦିର ନିର୍ମାଣରେ ମଧ୍ୟ ଉକ୍ତ ନଦୀର ଅବଦାନ ଅବର୍ଣ୍ଣନୀୟ।ତେଣୁ କୁଶଭଦ୍ରା ଚିରସ୍ରୋତା ହେବାର ଆବଶ୍ୟକତାକୁ ଅନୁଭବ କରି 'କୁଶଭଦ୍ରା କାନ୍ଦୁଛି ପରିବାର' ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସହ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇଥିଲେ।ଦୀର୍ଘ ସମୟର ଆଲୋଚନାରେ ଉପମୁଖ୍ୟମନ୍ତ୍ରୀ ସମସ୍ତ ଦାବିକୁ ଗୁରୁତର ସହ ଶୁଣିଥିବା ବେଳେ ଏହାର ସମାଧାନ ନେଇ ମଧ୍ୟ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ନିମାପଡ଼ାର ବୁଦ୍ଧିଜୀବୀ,ଶିକ୍ଷାବିତ୍,ଭୂତତ୍ୱବିତ୍, ଗବେଷକ,ଅଧ୍ୟାପକ,କୃଷକ,ବ୍ୟବସାୟୀ,ସାମ୍ବାଦିକଙ୍କୁ ନେଇ କୁଶଭଦ୍ରା କାନ୍ଦୁଛି ପରିବାର ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି ।ସଂଗଠନର ଆବାହକ ନିଗମାନନ୍ଦ ସାହୁ,ସଂଯୋଜକ- ବିକାଶ ଚନ୍ଦ୍ର ବାରିକ,ସଦ୍ୟସ ନିରଞ୍ଜନ ସାହୁ, ଶରତ ଚନ୍ଦ୍ର ସେନାପତି,ସଚ୍ଚିନ୍ ଗୋଛାୟତ,ଭାଗୀରଥୀ ଓଝା,ଦର୍ପ ନାରାୟଣ ସାହୁ , ଅମୂଲ୍ୟ ସ୍ୱାଇଁ, ପ୍ରଶାନ୍ତ ଖଟୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।
 

Recent Comments

Leave Comments

Top