ପିପିଲି/୧୪/୯/୨୦୨୫/(ଆଧାର ମିଡ଼ିଆ)-ପିପିଲିର ଚାନ୍ଦୁଆନଗରୀ ବିଶ୍ୱପ୍ରସିଦ୍ଧ.ଚାନ୍ଦୁଆ ନଗରୀ ମଧ୍ୟରେ ରହିଛି ବିଜ୍ଞାପିତ ଅଞ୍ଚଳ ପରିଷଦ.ପରିଷଦ ଅଧୀନରେ ୧୬ ଗୋଟି ୱାର୍ଡରହିଛି. ତା ମଧ୍ୟରେ ପିପିଲି ହାଟ ଛକରୁ ଜଟଣୀ ରାସ୍ତା ହାଟଛକରୁ ହୁଙ୍କେଶ୍ୱର ମନ୍ଦିର ଛକରୁ ବିଜେଡି ପାର୍ଟି ଅଫିସ.ପ୍ଲାଏ ଓଭର ବ୍ରିଜ ପର୍ଯ୍ୟନ୍ତ ପୂର୍ତ୍ତରାସ୍ତା. ପୂର୍ତ୍ତରାସ୍ତା ବିଜ୍ଞାପିତ ଅଞ୍ଚଳ ମଧ୍ୟରେ ଥିବାବେଳେ ଉକ୍ତ ରାସ୍ତା ଗୁଡିକରେ ହାଇମାକ୍ସ ବିଦ୍ୟୁତ ଖୁଣ୍ଟ ନଥିବାରୁ ରାସ୍ତାଘାଟ ଅନ୍ଧାରମୟ ହୋଇ ପଡିଛି.ତେଣୁ ବିଜ୍ଞାପିତ ଅଞ୍ଚଳ ୱାର୍ଡ କଥା କିଏ ବା ପଚାରେ.ପିପିଲି ବିଜ୍ଞାପିତ ଅଞ୍ଚଳରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରି ସୁଧାର ଆଣିବା କ୍ଷେତ୍ରରେ ଅଣ୍ଟା ଭିଡିଛନ୍ତି. ଖାଲି ସେତିକି ନୁହେଁ ବିଭିନ୍ନ ବଡ଼ ବଡ଼ କାର୍ଯ୍ୟ ନିମନ୍ତେ ମଧ୍ୟ ସରକାରୀ ଟେଣ୍ଡର ଘୋଷଣା କରା ଯାଇଛି. ହେଲେ ଏହି ରାସ୍ତାଘାଟ ଅନ୍ଧାର କ୍ଷେତ୍ରରେ କିଭଳି ନଜରକୁ ଆସୁନାହିଁ ତାହାକୁ ନେଇ ହେଉଛି ଚର୍ଚ୍ଚା. ବିଜ୍ଞାପିତ ଅଞ୍ଚଳ ଅନ୍ଧାର ରହିବା ଯୋଗୁ ଚୋରି ଡକାୟତି ବଢିବାରେ ଏହା ଦୁର୍ବୁତ୍ତ ମାନଙ୍କ ପାଇଁ ପୁଷମାସ ପାଲଟିଛି. ତେଣୁ ଏଦିଗରେ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନଜର ଦେଇ ପିପିଲି ବିଜ୍ଞାପିତ ଅଞ୍ଚଳ ଆଲୋକି କରଣ କରିବାକୁ ଦାବୀ ହେଉଛି.ଏନେଇ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ମତାମତ ଲୋଡ଼ିବାରେ ରବିବାର ସରକାରୀ ଛୁଟି ଥିବାରୁ ତାଙ୍କ ପ୍ରତିକ୍ରିୟା ରିପୋଟ ଲେଖା ଯିବାବେଳକୁ ମିଳି ନଥିଲା.
Recent Comments