ଅନୁଗୋଳ/୧୫/୦୯/୨୦୨୫/(ଆଧାର ମିଡ଼ିଆ)-ଗତକାଲି,ଅନୁଗୋଳର ସଭାଘର ଠାରେ,ଓଡ଼ିଶା ସାମ୍ବାଦିକ ୟୁନିୟନ (ଓ ୟୁ ଜେ) ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଥିଲା।ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ସାମ୍ବାଦିକମାନେ ଆସି ଅଂଶ ଗ୍ରହଣ କରିଥିଲେ। ଏହି ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିରାଜ୍ ହରିଚନ୍ଦନ (ଆଇନ ପୂର୍ତ୍ତ ଓ ଅବକାରୀ ବିଭାଗ,ଓଡ଼ିଶା) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଆଗସ୍ଥି ବେହେରା,ପାଲ୍ଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ନଗରପାଲ ଅକ୍ଷୟ କୁମାର ସାମଲ, ଓୟୁଜେ ସଭାପତି ପ୍ରସନଂ ମହାନ୍ତି ପ୍ରମୁଖ ଯୋଦେଇଥିଲେ। ପ୍ରଥମେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ଦ୍ବୀପ ପର୍ଜ୍ଜ୍ବଲନ କରିଥିଲେ।ଛୋଟ କୁନି ଛୁଆମାନେ ବନ୍ଦେ ଉତ୍କଲ ଜନନି ଗାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା।ସଭାପତି ,ତାଙ୍କ ଅଭଭାଷଣରେ ମୁଖ୍ୟତଃ ତିନୋଟି ଦାବୀ ରଖିଥିଲେ।ସେ ଗୁଡ଼ିକ ହେଲା,ସାମ୍ବାଦିକମାନଙ୍କ ପାଇଁ ପେନସନ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଓ ଆଗରୁ ଥିବା ରେଲୱେରେ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ଲାଗୁ।ଏହା ସହ ଟୋଲଗେଟ ଗୁଡ଼ିକରେ ମାଗଣା ଯିବାଆସିବା ସୁବିଧା।ନିଜ ଅଭିଭାଷଣରେ ସାମ୍ବାଦିକ ମାନଙ୍କ ପାଇଁ ସର୍ବଦା ଛିଡ଼ା ହେବେ ବୋଳି ମୁଖ୍ୟ ଅତିଥି କହିଥିଲେ। ପରିଶେଷରେ ଅନୁଗୋଳ ଜିଲ୍ଲା ୟୁନିୟନ କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ସାହୁ, ଧନ୍ୟବାଦ୍ ଅର୍ପଣ କରିଥିଲେ।
Recent Comments