କାକଟପୁର/୧୪ /୯/୨୦୨୫/(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ)-ଆମ ରାଜ୍ୟରେ ଗରିବ ଓ ନିଷ୍ପେସିତ ପରିବାର ମାନେ ସବୁ ରୋଷର ଶିକାର ହେଉଥିବା ଦେଖିବାକୁ ମିଳୁଛି.ସେହି ମାନଙ୍କୁ ଟାର୍ଗେଟ କରି ତାଙ୍କରି ସରକାରୀ ଅର୍ଥକୁ ହଡପ କରୁଥିବାର ଦେଖିବାକୁ ମିଳିଥାଏ.ଯେଉଁ ନିଷ୍ପେସିତ ପରିବାର ବଞ୍ଚିବାପାଇଁ ସଂଗ୍ରାମ କରି ଚାଲିଛନ୍ତି ସେଇ ମାନଙ୍କ ମଧ୍ୟରୁ ଆଜି ପ୍ରତାପ ଜଣେ ଗରିବ ନିଷ୍ପେସିତ ପରିବାରରେ ରହି ଦହଗଞ୍ଜ ହେଉଥିଲେବି ଆଜି ସରକାରୀ ସହାୟତାରୁ ବଂଚିତ କାହିଁକି?କାକଟପୁର ପଞ୍ଚାୟତ ଅନ୍ତର୍ଗତ ହାଟସାହି ଗ୍ରାମର ଉପେନ୍ଦ୍ର ଚାନ୍ଦଙ୍କ ପୁଅ ପ୍ରତାପ ଚାନ୍ଦଙ୍କ କ୍ଷେତ୍ରରେ ଘଟିଛି ଏକ ଅଭାବନୀୟ ଘଟଣା l ଗତ ୭ ମାସ ଭିତରେ ବାପା ଏବଂ ବୋଉଙ୍କୁ ହରାଇ ଅନାଥ ହୋଇପଡିଛନ୍ତି ପ୍ରତାପ l ମୁତ୍ୟୁ ପରେ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା ସମସ୍ତଙ୍କ ପାଇଁ ରାହା ପାଲଟି ଥିବାବେଳେ ପ୍ରତାପଙ୍କ ପାଇଁ ଏହା ପାଲଟିଛି ସାତସପନ l
ପ୍ରତାପ କାକଟପୁର ବଜାରରେ ଜରିପାଲ ପକାଇ ଏକ ପାନଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ପଞ୍ଚାୟତ ପକ୍ଷରୁ ଅଦ୍ୟାବଧି ବିଜୁ କୁଡ଼ିଆ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ଯୋଗ୍ୟ ହୋଇନାହାନ୍ତି l ନିର୍ବାଚନ ଆସିଲେ ସ୍ଥାନୀୟ ନେତାମାନେ ପ୍ରତାପଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶୃତି ପରେ ପ୍ରତିଶୃତି ଦେଇଚାଲିଥିବାବେଳେ ସେ ଆଜିପର୍ଯ୍ୟନ୍ତ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ ହୋଇପାରିନାହାନ୍ତି l ଏ ସଂକ୍ରାନ୍ତରେ କାକଟପୁର ସରପଞ୍ଚ ଅଭୟ ସେଠୀଙ୍କୁ ପଚାରିବାରେ ପ୍ରୋସେସିଂରେ ଅଛିବୋଲି କୁହନ୍ତି l ଯଦି ପ୍ରତାପଙ୍କ ଉପରେ ସରକାରଙ୍କ ଦୃଷ୍ଟିପଡେ ତେବେ ପ୍ରତାପ ନିଜକୁ ଏବଂ ନିଜ ପରିବାରକୁ ସ୍ୱଛଳ ହୋଇପାରନ୍ତେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି l
Recent Comments