logo
add image
ସ୍ତ୍ରୀକୁ ନିର୍ଯ୍ୟାତନା.ଥାନାରେ ମାମଲା.

ସ୍ତ୍ରୀକୁ ନିର୍ଯ୍ୟାତନା.ଥାନାରେ ମାମଲା.

ପିପିଲି/୧୭/୯/୨୦୨୫/(ଆଧାର ମିଡ଼ିଆ)-ପିପିଲି ଥାନା ଅଧୀନରେ ଥିବା ସାତଶଙ୍ଖ ଫାଣ୍ଡି ପାର୍ଶ୍ଵ ସୁବଳପୁର ନୁଆସାହିରେ ଜଣେ ଵିଭାହିତା ମହିଳାଙ୍କୁ ତାର ସ୍ୱାମୀ ଯୌତୁକ ଦାବୀକରି ନିର୍ଯ୍ୟାତନା ଦେଉଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି. ପିପିଲି ପୋଲିସ ଅଭିଯୋଗ ପାଇଁ ଘଟଣାର ପ୍ରାଥମିକ ତଦନ୍ତ କରିବା ପରେ ପିପିଲି ଥାନା କେଶ ନଂ 571/25 ମାମଲା ଆଗତ କରି ସାତଶଙ୍ଖ ଫାଣ୍ଡି ଅଧିକାରୀ ମନୋରଞ୍ଜନ ପରିଡାଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ଜାଣିବାକୁ ମିଳିଛି. ଅଭିଯୋଗ କାରିଣୀ ଭାରତୀ ସ୍ୱାଇଁଙ୍କ ଅଭିଯୋଗରୁ ଜଣା ଯାଇଛି ସ୍ୱାମୀ ତ୍ରିଲୋଚନ ସ୍ୱାଇଁ ଯୌତୁକ ଦାବିକରି ନିର୍ଯ୍ୟାତନା ଦେବାରୁ ଅଭିଯୋଗ କାରିଣୀ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ. ସେହି ଅଭିଯୋଗକୁ ପିପିଲି ଥାନା ପୋଲିସ ଗ୍ରହଣ ରି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଥାନାକୁ ଡକାଇ ଗତ ୯ତାରିଖ ଦିନ ଆପୋଷ ବୁଝାମଣା କରି ଯୌତୁକ ସମ୍ପର୍କିତକୁ ନେଇ ନିର୍ଯ୍ୟାତନା ଦେବେ ନାହିଁ ବୋଲି ଉଭୟ ରଫାନାମା କରି ଆସିଥିଲେ.ରଫା ନାମା ପରେ ଅଭିଯୋଗ କାରିଣୀ ନିଜ ବାପାଘରୁ ସ୍ୱାମୀଙ୍କ ଘରକୁ ଆସି ଥିଲେ. ଘରେ ପହଞ୍ଚି ନିଜ ଗଡ଼ରେଜ ଭଙ୍ଗା ହୋଇଛି. ଅଭିଯୋଗ କାରିଣୀ ଦେଖିଲା ବେଳକୁ ତାଙ୍କର ୨ ଗୋଟି ମଙ୍ଗଳସୂତ୍ର .ସୁନାର କାନଝରା ଏକହଲ. ସୁନାଚେନ ୨ ଗୋଟି.ରୁପାଚେନ ୩ ଗୋଟି ଲକେଟ ୨ ଗୋଟି. ସୁନା ଲକେଟ  ୨ ଗୋଟି.ରୁପା ପାଉଜି ୨ ହଳ.ସୁନାମୁଦି ୨ ଗୋଟି ଏବଂ ୯୦ ହଜାର ଟଙ୍କାନଥିବା ନେଇ ସ୍ୱାମୀ ତ୍ରିଲୋଚନଙ୍କୁ ପଚାରିବାରୁ ସେ ଅଶୀଳ ଭାଷାରେ ଗାଳି ଗୁଲଜ କରିଥିଲା.ଗାଳି ଗୁଲଜ ପରେ ଅଭିଯୋଗ କାରିଣୀଙ୍କୁ କଟୁରୀରେ ହାଣିବା ପାଇଁ ଘର ଦୁଆରେ ଜଗିରହି ଥିଲା.କିଛି ସମୟ ପରେ ତ୍ରିଲୋଚନ ବାହାରକୁ ଯିବାପରେ ସେହି ସମୟରେ ଅଭିଯୋଗ କାରିଣୀ ଘରୁଖସି ଆସି ଥାନାର ଦ୍ୱାରସ୍ଥ ହୋଇଅଛି.

Recent Comments

Leave Comments

Top