ଗୁଣୁପୁର/ରାୟଗଡା/୧୭/୯/୨୦୨୫/(ଆଧାର ମିଡ଼ିଆ)-ସାମ୍ବାଦିକ ଜନାର୍ଦ୍ଧନ ମହାପାତ୍ରଙ୍କ ବାପା ଲକ୍ଷ୍ମୀ ନୃସିଂହ ମହାପାତ୍ର (୭୫) ଙ୍କ ଗତକାଲି ରାତିରେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାରେ ପରଲୋକ ଘଟିଛି। ରାତିରେ ହିଁ ପୁରୀ ସ୍ଵର୍ଗଦ୍ଵାରକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ଶରୀର ଅସୁସ୍ଥ ଥିବାରୁ ସେ ଗତ କିଛିମାସ ଧରି ଚିକିତ୍ସିତ ହେଉଥିଲେ। ସେ ଜଣେ ଧର୍ମ ପରାୟଣ ଓ ମିଷ୍ଟାଭାସୀ ବ୍ୟକ୍ତିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କ ମୃତ୍ୟୁ ସମୟରେ ପତ୍ନୀ, ଦୁଇପୁଅ ଝିଅ ଓ ପରିବାର ବର୍ଗ ଉପସ୍ଥିତ ରହିଥିଲେ ।
Recent Comments