କଣିହାଁ/୨୩/0୯/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)/ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଟାଉନ ପୁଲିସ୍ ସୋମବାର ଦେଢଲକ୍ଷରୁ ଉର୍ଦ୍ଧଟଙ୍କାର ବାଣ ଜବତକରିଛି । ସୋମବାର ଦିନ ସାଢେ ୧୨ଟା ସମୟରେ ଏନଟିପିସି ଟାଉନ ପୁଲିସ୍ କାଳୁଚରଣ ବିଶ୍ୱାଳ ୫୪ ଙ୍କର ବିଜିଗୋଳ ପାଟଣାସାହିସ୍ଥିତ ବାସଭବନରୁ ୭୮ପ୍ରକାରର ବେଆଇନ ବାଣ ଜବତକରିଛି । ଶ୍ରୀ ବିଶ୍ୱାଳଙ୍କ ଏନଟିପିସି ଲକ୍ଷ୍ମୀବଜାରସ୍ଥିତ ତେଜରାତି ଦୋକାନରେ ପୁଲିସର ଏକଟିମ୍ ଜଗିଥିବା ବେଳେ ଅନ୍ୟ ଏକଟିମ୍ ତାଙ୍କ ପାଟଣାସାହି ବାସଭବନରେ ଚଢାଉ କରିଥିଲା । ସେଠାରୁ ଦେଢଲକ୍ଷ ଟଙ୍କାରୁ ଉର୍ଦ୍ଧ ଵିଷ୍ପୋରକ ବାଣ ଜବତ କରିଥିବା ନେଇ ଏନଟିପିସି ଆଇଆଇସି ସନ୍ତୋଷ କୁମାର ସେଠି ପ୍ରକାଶ କରିଛନ୍ତି । ଚଢାଉବେଳେ ଏସ୍ଆଇ ଏମ.ଡି.ପଣ୍ଡା ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ । ଏନେଇ ଏକ ମାମଲା ରୁଜୁହୋଇ ଅଧିକ ତଦନ୍ତ ଜାରୀ ରହିଥିବା ନେଇ ଆଇଆଇସି ଶ୍ରୀ ସେଠି କହିଛନ୍ତି ।ପ୍ରକାଶ ଯୋଗ୍ୟ ଏନଟିପିସି ଅଞ୍ଚଳରେ ଆହୁରି ଅନେକ ଜାଗାରେ ବିସ୍ପୋରକ ବାଣର ଗୋଦାମ ଥିବା ବିଶେଷ ସୂତ୍ରରୁ ପ୍ରକାଶ l
Recent Comments