logo
add image
ଭୂମି ମାଲିକଙ୍କୁ ସତ୍ବଲିପି ପ୍ରଦାନ।

ଭୂମି ମାଲିକଙ୍କୁ ସତ୍ବଲିପି ପ୍ରଦାନ।

ପୁରୀ/୨୪/୯/୨୦୨୫/(ଆଧାର ମିଡ଼ିଆ)-ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ବୁଧଙ୍ଗ ମୌଜାର ଜମି ମାଲିକ ମାନଙ୍କୁ ସତ୍ଵଲିପି ବା ଖତିଆନା ବଣ୍ଟନ ଆରମ୍ଭ ହୋଇଛି।ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ତଥା ଚକବନ୍ଦୀ ଉପ ନିର୍ଦ୍ଦେଶକ ଡ ଶରତଚନ୍ଦ୍ର ମହାପାତ୍ରଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଉପ ଜିଲ୍ଲାପାଳ ତଥା ଚକବନ୍ଦୀ ଅଧିକାରୀ ନିଳମାଧବ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା।ଆଜି ପୂର୍ବାହ୍ନରେ ଚକବନ୍ଦୀ କାର୍ଯ୍ୟାଳୟ ପରିସରରେ ଚୁଡାନ୍ତ ସତ୍ଵଲିପି ବା ଖତିଆନା ସଂପୃକ୍ତ ଜମି ମାଲିକମାନଙ୍କୁ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟରେ ସହକାରୀ ଚକବନ୍ଦୀ ଅଧିକାରୀ ରତ୍ନାକର ସ୍ୱାଇଁ ଓ କର୍ମଚାରୀ ସହଯୋଗ କରିଥିଲେ।
ସୂଚନା ଯୋଗ୍ୟ ଯେ ପୂର୍ବରୁ ଚୁଡାନ୍ତ ବନ୍ଦୋବସ୍ତ ସତ୍ଵଲିପି ବା ଖତିଆନା ତା ୯.୪ ୧୯୭୬ ରିଖରେ ପ୍ରକାଶନ ହୋଇଥିଲା।ଚକବନ୍ଦୀ କାର୍ଯ୍ୟ ୧୯୯୦ ମସିହାରେ ଆରମ୍ଭ ହୋଇ ତା ୨୪.୯.୨୫ ରିଖରେ ଚକବନ୍ଦୀ ଧାରା ୧୩(୪) ମୁତାବକ ଚୁଡାନ୍ତ ସତ୍ଵଲିପି ପ୍ରକାଶନ କରାଯାଇ ଭୂମି ମାଲିକ ମାନଙ୍କୁ ଆଜି ପ୍ରଦାନ କରାଯାଇଛି।ଅନେକ ଦିନ ଧରି ସତ୍ଵଲିପିର ସଂଶୋଧନ ହୋଇ ପାରି ନଥିବାରୁ ଆମେ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲୁ।ବର୍ତ୍ତମାନ ଏହି ସତ୍ଵଲିପି ପାଇଥିବାରୁ ଭୂମି ମାଲିକ ମାନେ ସେମାନଙ୍କ ଖୁସିବ୍ୟକ୍ତ କରିବା ସହ ସରକାର ଓ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Recent Comments

Leave Comments

Top