ସୁବର୍ଣ୍ଣପୁର/୮/୧୦/୨୦୨୫/(ଆଧାର ମିଡ଼ିଆ)-ମାଁ ମାହେଶ୍ୱରୀ ମେଳଣ ପଡ଼ିଆ କାନପୁର ଠାରେ ଜିଲ୍ଲା ଡୁମାଲ୍ ପରିଷଦ ଜିଲ୍ଲା ସଭାପତି ଅଶ୍ଵିନୀ ମହାକୁରଙ୍କ ପୌରହିତ୍ୟରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଯାଇଅଛି। ୩୨,୪୨୮ ଡୁମାଲ୍ ପରିବାର ସର୍ଭେ ସମ୍ପନ୍ନ କରି ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି, ସମାଜ ସଂସ୍କାର ପାଇଁ ନୀତିଗତ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା।ଆଲୋଚନାରେ ମାହେଶ୍ୱରୀ ସେବକ, ହାଣ୍ଡିବର୍ଗି, କେନ୍ଦ୍ର କମିଟି କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣକରି ନିଜ ମତାମତ ପ୍ରଦାନ କରିଥିଲେ। ଅତିଥି ଭାବରେ ରାଜ୍ୟ ଡୁମାଲ୍ ପରିଷଦ ଉପ ସଭାପତି ଲୋକନାଥ ମ।ହାର, ରାଜ୍ୟ ପରିଷଦ କର୍ଯ୍ୟକାରିଣୀ ସଦସ୍ୟ ଭୂଷଣ କୁମାର ପାତ୍ର, ଜିଲ୍ଲା ଆଇନ ସେଲ ଅଧ୍ୟକ୍ଷ ସ୍ଵୟଂଭୂ ନାଥ ଖଣ୍ଡଗିରି ଉଦବୋଧନ ଦେଇ ଜାତି ସମାଜର ସିଦ୍ଧାନ୍ତ ସର୍ବାଗ୍ରେ ତେଣୁ ସମସ୍ତେ ଅନୁପାଳନ କରିବା ବାଞ୍ଛନୀୟ ବୋଲି ମତପ୍ରକାଶ କରିଥିଲେ। ଜିଲ୍ଲା ସମ୍ପାଦକ କିଶୋର କର୍ମୀ ବାର୍ଷିକ ବିବରଣୀ ଓ ଆୟ ବ୍ୟୟ ଉପସ୍ଥାପନ କରିଥିଲେ। ଜିଲ୍ଲା କାର୍ଯ୍ଯ କାରିଣୀ ସଦସ୍ୟ ମୀନକେତନ ମହାକୁର ସଭା ପରିଚାଳନା କରିଥିଲେ।କେନ୍ଦ୍ର କାର୍ଯ୍ୟକାରୀ ସଦସ୍ୟ ଦାମୋଦର ମହାକୁର,ନୃସିଂହ ପଧାନ,ବଶିଷ୍ଠ ପର୍ଡିଆ,ଶ୍ରୀକାନ୍ତ କର୍ମୀ, ରବିବଘ।ର, କୃଷ୍ଣଚନ୍ଦ୍ର କମ୍ପ, ଅଶ୍ଵିନୀ ପାତ୍ର, ପବିତ୍ର ପଧ।ନ, ରଘୁନାଥ ମହାକୁର, ଜଗନ୍ନାଥ ପାତ୍ର, ପୁରନ୍ଦର ଦନ୍ତା, ଲାଲ୍ ବାହାଦୁର ପଧାନ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ଥିଲେ।ଶେଷରେ ଜିଲ୍ଲା ସହ ସମ୍ପାଦକ ମନୋରଞ୍ଜନ ପଧାନ ଧନ୍ୟବାଦ୍ ପ୍ରଦାନ୍ କରି ଥିଲେ।ପଡୋଶୀ ବୌଦ୍ଧ.ବରଗଡ଼ ,ବଲାଙ୍ଗୀର ଜିଲ୍ଲାର ଡୁମାଲ୍ ସମାଜ କାର୍ଯ୍ଯକର୍ତ୍ତା ସମେତ ୧୦୦୦ରୁ ଉର୍ଦ୍ଧ ଜାତି ଗଙ୍ଗା ଉପସ୍ଥିତ ଥିଲେ।
Recent Comments