logo
add image
ଦିବ୍ୟାଙ୍ଗନ  କୌଶଳ ବିକାଶ ପୁନର୍ବାସ ଏବଂ ସଶକ୍ତିକରଣ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର ଦ୍ଵାରା ବିଶ୍ଵ ଷ୍ଟ୍ରୋକ ଦିବସ ପାଳନ 

ଦିବ୍ୟାଙ୍ଗନ  କୌଶଳ ବିକାଶ ପୁନର୍ବାସ ଏବଂ ସଶକ୍ତିକରଣ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର ଦ୍ଵାରା ବିଶ୍ଵ ଷ୍ଟ୍ରୋକ ଦିବସ ପାଳନ 

ବଲାଙ୍ଗିର/୨୯/୧୦/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଶରତ ମହାକୁର)ଆଜି ବିଶ୍ୱ ଷ୍ଟ୍ରୋକ ଦିବସ ଅବସରରେ ଭାରତ ସରକାରଙ୍କ ଦ୍ଵାରା ଅବସ୍ଥାପିତ ଦିବ୍ୟାଙ୍ଗନ କୌଶଳ ବିକାଶ ପୁନର୍ବାସ ଏବଂ ସଶକ୍ତିକରଣ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର ବଲାଙ୍ଗିର ଦ୍ଵାରା ବିଶ୍ଵ ଷ୍ଟ୍ରୋକ ଦିବସ ପାଳନ ହୋଇଯାଇଛି।ମୁଖ୍ୟଅତିଥି ଭାବରେ ଅନୁଷ୍ଠାନର ନିର୍ଦ୍ଦେଶକ ଡ.ଗୁରୁବକ୍ସ ଜାଗୋତା ଯୋଗଦେଇ ବ୍ରେନଷ୍ଟ୍ରୋକର କାରଣ ଓ ନିରାକରଣ ବିଷୟରେ ସୁଚନା ପ୍ରଦାନ କରିଥଲେ।ବ୍ରେନଷ୍ଟ୍ରୋକ ଏକ ଗମ୍ଭୀର ସମସ୍ୟା କେତେକ ସ୍ଥଳରେ ଏହା ଜୀବନ ମଧ୍ୟ ନେଇପାରେ କିମ୍ବା ଆଂଶିକ ଭାବରେ ପାରାଲାଇଜ ମଧ୍ୟ କରିଦେଇପାରେ।ପରିବର୍ତ୍ତିତ ଜୀବନଶୈଳୀ,ଉଚ୍ଚ ରକ୍ତଚାପ,ଧୂମପାନ,ସୁଗର ଇତ୍ୟାଦି ଯୋଗୁ ଅସମୟରେ ଲୋକଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି।କିନ୍ତୁ ଷ୍ଟ୍ରୋକ ବୃଦ୍ଧିର କାରଣ ଓ ଲକ୍ଷଣକୁ ଯଦି ଠିକ୍ ଭାବରେ ଠିକ୍ ସମୟରେ ବୁଝାଯାଏ ତେବେ ଷ୍ଟ୍ରୋକ ଆଶଙ୍କାକୁ କମ କରାଯାଇ ପାରିବ ତଥା ଠିକ୍ ସମୟରେ ସଠିକ୍ ଚିକିତ୍ସା ଦ୍ଵାରା ପିଡିତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରାଯାଇ ପାରିବ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବରେ ଶିବାଦିତ୍ୟ ମହାପାତ୍ର ଅଧ୍ୟାପକ,ଅମ୍ରିତା ପ୍ରିତମ ସହକାରୀ ପ୍ରଫେସର,ଜିତେନ୍ଦ୍ର ବାରିକ ସହକାରୀ ପ୍ରଫେସର,ପ୍ରମୁଖ ଯୋଗଦେଇ ଷ୍ଟ୍ରୋକ ସମ୍ବନ୍ଧୀୟ ଉପାଦେୟ ବକ୍ତବ୍ୟମାନ ପ୍ରଦାନ କରିଥଲେ।ସଚେତନତା ଅଭାବରୁ ଅନେକ ଲୋକ ସଠିକ୍ ସମୟରେ ସଠିକ୍ ପଦକ୍ଷେପ ନେବାକୁ ଅସମର୍ଥ,ଷ୍ଟ୍ରୋକ ସମ୍ବନ୍ଧରେ ସୂଚନା ଅଭାବ ଏବଂ ଏହାସହ ଜଡ଼ିତ ସତର୍କତା ଅବଲମ୍ବନ ନକରିବା ହେତୁ ଅନେକ ଜୀବନ ମଧ୍ୟ ଯାଉଛି।ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖ ଦିନ ବିଶ୍ଵ ଷ୍ଟ୍ରୋକ ଦିବସ ପାଳନ କରାଯାଇ ଷ୍ଟ୍ରୋକ ସମସ୍ୟାକୁ ବିନାଶ କରିବା ପାଇଁ ତଥା ଉପଯୁକ୍ତ ଚିକିତ୍ସା କରିବା ପାଇଁ ଜଣ ସଚେତନତା ସୃଷ୍ଟି କରାଯାଉଛି।ବିଶ୍ୱଜିତ୍ କାନୁନଗୋ ଅଧ୍ୟାପକ କାର୍ଯକ୍ରମ କୁ ସଂଯୋଜନା କରିଥିବାବେଳେ ସଂଗୀତା ରାଉତରାୟ ,ଆର୍ତ୍ତତ୍ରାଣ ପଟେଲ ପ୍ରମୁଖ ସହଯୋଗ କରିଥଲେ।

Recent Comments

Leave Comments

Top