logo
add image
ଢେଙ୍କାନାଳରେ  ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳରେ  ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ/୩୧/୧୦/୨୦୨୫(ଆଧାର ମିଡ଼ିଆ)ଢେଙ୍କାନାଳ ଜିଲ୍ଳାରେ ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଅଧିକାର ଉଲଂଘନ ଉପରେ ସଚେତନତା ସକାଶେ ଓଡାପଡା ବ୍ଲକ ର ସରକାରୀ ଉଚ୍ଚ ବିଦ୍ୟାଳୟ ମୋଟଙ୍ଗା ବିଶ୍ୱ ଯୁବକେନ୍ଦ୍ର ପକ୍ଷରୁ ପରିଚାଳିତ ପ୍ରକଳ୍ପ  ଆକ୍ସେସ ଟୁ ଜଷ୍ଟିସ ଫର ଚିଲଡ୍ରେନ୍ସ ତରଫରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି.ବୈଠକରେ ଏହି ରେ ପ୍ରାୟ ୨୯ଜଣ  ଛାତ୍ରଛାତ୍ରୀ ଯୋଗଦେଇଥିଲେ.ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚେତନତା,ବାଲ୍ୟବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ,ପାରିବାରିକ,ମାନସିକ ତଥା ଆର୍ଥିକ ଚାପ,ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ଅଭାବ,ସାମାଜିକ କୁପରିଣାମ,ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି, ଯୋଗଦେଇଥିବା ଅତିଥି, ତଥା ବିଭିନ୍ନ ସହଯୋଗୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ ଉପରେ ଆଲୋଚନା ହୋଇଥିଲା.ଏହାବ୍ୟତୀତ ବୈଠକରେ ଶିଶୁ ଶ୍ରମିକ,ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଉପରେ ଆଲୋଚନା ହୋଇଥିଲ। କାର୍ଯ୍ୟକ୍ରମର  ପରିଚାଳନା କରିଥିେଲ ପ୍ରକଳ୍ପ ସହଯୋଗୀ କୁମୁଦିନୀ ସ୍ୱାଇଁ।
 

Recent Comments

Leave Comments

Top