logo
add image
କାର୍ଯ୍ୟରତ ଗୃହରକ୍ଷୀଙ୍କ ଅକାଳ ବିୟୋଗ 

କାର୍ଯ୍ୟରତ ଗୃହରକ୍ଷୀଙ୍କ ଅକାଳ ବିୟୋଗ 

କାକଟପୁର/୧/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)ପୁରୀଜିଲ୍ଲା କାକଟପୁର ଥାନା ଅଧିନସ୍ଥ ବାଉରିପୋଖରୀ ଗ୍ରାମର ଅଭୟ କାଣ୍ଡି (୪୨)ଙ୍କ ଶନିବାର ଦିନ ଦିବା ୧୨ ଘଟିକା ସମୟରେ ଅକାଳ ବିୟୋଗ ଘଟିଛି।ଅଭୟ ଅସ୍ତରଙ୍ଗ ଥାନାରେ ଗୃହରକ୍ଷୀ ଭାବେ ପ୍ରାୟ ଦଶ ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲା।ତାଙ୍କ ମୁତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ତାଙ୍କ ପରିବାର କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ତାଙ୍କ ବିଧବା ପତ୍ନୀ ସବିତା କାଣ୍ଡି ଦାବୀ କରିଛନ୍ତି।ତାଙ୍କର ମରାଶରୀରକୁ କାକଟପୁର ସ୍ଥିତ ଗ୍ରାମ୍ୟ ଶ୍ମଶାନ ରେ ଶେଷକୃତ୍ୟ କରାଯାଇଥିଲା।ଜ୍ୟେଷ୍ଠପୁତ୍ର ରୁଦ୍ରପ୍ରକାଶ ମୁଖାଗ୍ନି ଦେଇଥିଲେ।ଅସ୍ତରଙ୍ଗ ଥାନା ଆଇଆଇସି ଦୁର୍ଗାପ୍ରସାଦ ମହାପାତ୍ର ତାଙ୍କର ମୁର୍ତ୍ୟୁରେ ଗଭୀର ଶୋକ ପ୍ରକାଶ କରିଥିବାବେଳେ ସରକାରୀ ସହାୟତା ପାଇଁ ସେ ସରକାର ଙ୍କ ନିକଟରେ ଦାବୀ କରିବେ ବୋଲି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି.

Recent Comments

Leave Comments

Top