logo
add image
ଗୁରୁବାର ଛାଡଖାଇ, ଶୁକ୍ରବାରରେ ଆମିଷ ବଜାରରେ ପ୍ରବଳ ଗହଳି ଆଶଙ୍କା 

ଗୁରୁବାର ଛାଡଖାଇ, ଶୁକ୍ରବାରରେ ଆମିଷ ବଜାରରେ ପ୍ରବଳ ଗହଳି ଆଶଙ୍କା 

ବାଲିଗୁଡା/୦୩/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ)ଧର୍ମର ମାସ କହିଲେ କାର୍ତ୍ତିକ ମାସ କୁ ହିଁ ବୁଝାଏ।ଏକମାସ ଧରି ଅଧିକାଂଶ ଘରେ ଆମିଷ ରନ୍ଧା ଯାଇନାହିଁ।ଆମିଷ ପ୍ରେମୀ ମାନେ ଅପେକ୍ଷା କରିଛନ୍ତି ଛାଡଖାଇକୁ ଏଥର ପଞ୍ଚୁକ ଚାରିଦିନ।ଗୁରୁବାର ଛାଡଖାଇ ପଡିଥିବାରୁ ଆମିଷ ଆଗ୍ରହୀ ବ୍ୟକ୍ତିମାନେ ଚିନ୍ତାରେ ପଡିଛନ୍ତି।ପ୍ରକୃତ ଛାଡଖାଇ ଆମିଷ ବିନା ମାଡ ଖାଇଗଲା ବୋଲି ଚର୍ଚ୍ଚା ହେଉଛି।ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଭୋଜିରେ ଆମିଷ ନହେଲେ ଅତିଥି ମାନଙ୍କ ସଂଖ୍ୟା କମି ଯିବାର ବହୁ ନଜିର ମଧ୍ୟ ରହିଛି।ମାର୍ଗଶୀର ମାସ ଗୁରୁବାର ପ୍ରଥମ ପାଳି ହୋଇଥ‌ିବାରୁ ଗୃହିଣୀମାନେ ଆଗରୁ ସତର୍କ କଲେଣି ଆମିଷ ନ ଆଣିବାକୁ। ଆମିଷ ଦର ମଧ୍ୟ ଗୁରୁବାର ପରେ ଶୁକ୍ରବାର ବଢିଯିବାର ଆଶଙ୍କା ରହିଛି। ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳବାସୀ ମାନେ ନିକଟସ୍ଥ ଆମିଷ ବଜାରରୁ ଆମିଷ କିଣିବେ।ହେଲେ ଏବେଠାରୁ ହିଁ କୁଇଣ୍ଟାଲ କୁଇଣ୍ଟାଲ ବଏଲର କୁକୁଡ଼ା ଗାଡି ଆସି ଗୋଦାମ ରେ ଷ୍ଟକ ରଖାଯାଉଛି।ଗୋଦାମ ବ୍ୟବସାୟିଙ୍କ ସୂଚନା ଅନୁଯାଇ ଏଥର ୫ଶହରୁ ଉର୍ଦ୍ଧ୍ବ କୁଇଣ୍ଟାଲ ମାଛ,ମାଂସ ଓ ଚିକେନ ବିକ୍ରି ହେବ ବୋଲି ଆକଳନ କରାଯାଇଛି।ଏଥର ଛାଡଖାଇ ଗୁରୁବାର ପଡୁଥ‌ିବାରୁ ଅନେକ ଆମିଷ ଖାଇବା ପରିବାର ଓ ସାଙ୍ଗମେଳ ଶୁକ୍ରବାର କୁ ଆମିଷ ରୋଷେଇ ପାଇଁ ପ୍ରସ୍ତୁତି ଚାଲିଛି।ବିଭିନ୍ନ ହୋଟେଲ ଗୁଡିକ କେତେ ମାଛ ମାଂସ, ଚିକେନ ଓ ଅଣ୍ଡା ଆଣିବେ ତାର ଯୋଜନା ମଧ୍ୟ ଚାଲିଛି। ବର୍ତ୍ତମାନ ବାଲିଗୁଡା ଆମିଷ ବଜାରରେ ଭାକୁର,ଆନ୍ଧ୍ର ଓ ଦେଶୀ ରୋହି,ମିଟିକାଳ ଓ ଛୋଟ ଚୁନା ମାଛ କିଲୋ ପ୍ରତି ୧୮୦ ଟଙ୍କା ରହିଥିବା ବେଳେ ଛୋଟ ଓ ବଡ ଚିଙ୍ଗୁଡି ୪୦୦ ରୁ ୬୦୦ ଟଙ୍କା ରହିଛି।ଗୋଟା ବଏଲର ୧୨୦ ଟଙ୍କା, କଟା ଚିକେନ କିଲୋ ୧୮୦ ରହିଛି, ସାଧା ମଟନ କିଲୋ ୮୦୦, ଖାସି ମଟନ ୧୦୦୦ ଟଙ୍କା ରହିଛି । ଛାଡଖାଇ ଦିନ ଏହି ଦର ବଢ଼ିବାର ଆଶଙ୍କା ରହିଛି।ଶୁକ୍ରବାର ସକାଳୁ ସକାଳୁ ବିଭିନ୍ନ ଆମିଷ ଦୋକାନରେ ଖାଉଟି ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିଜର ପସନ୍ଦ ଆମିଷ ଜିନିଷ ନେବେ ପୂର୍ବ ପ୍ରସ୍ତୁତିର ସୂଚନା ରୁ ଜଣାପଡିଛି l

Recent Comments

Leave Comments

Top