ବଲାଙ୍ଗିର/୦୪/୧୧/୨୦୨୫(ଆଧାର ମିଡ଼ିଆ)ଓଡିଶା ବିଦ୍ୟୁତ ସରବରାହକୁ ଘରୋଇ କମ୍ପାନୀ ହାତକୁ ଦେଇ ଦେଲେ ସରକାର। ପ୍ରଥମେ ରିଲାଏନ୍ସ ଓ ପରେ ଟାଟା କମ୍ପାନୀ ହାତରେ ଏହାକୁ ଦିଆ ଯାଇଛି। ହେଲେ ଏହାରି ମଧ୍ୟରେ ବିଦ୍ୟୁତ ବିଭାଗରେ ୩୦ ବର୍ଷରୁ ଅଧିକ କାମ କରିଥିବା ଶତାଧିକ କର୍ମଚାରୀଙ୍କ ବଦଳି ପାରି ନାହିଁ ଭାଗ୍ୟ। ଏହି କର୍ମଚାରି ସରକାରଙ୍କୁ ନିବେଦନ ଓ ଆନ୍ଦୋଳନ ସତ୍ତ୍ୱେ ଏମାନଙ୍କର ସ୍ଥାୟୀ ନିଯୁକ୍ତି ହୋଇ ପାରି ନାହିଁ।ସେହିପରି ପେନସନ କୁ ନେଇ ମଧ୍ୟ ଏମାନେ ଏବେ ଦ୍ଵନ୍ଦରେ।ବଲାଂଗୀର ବିଦ୍ୟୁତ ବିଭାଗରେ ଦୀର୍ଘ ୩୦ ବର୍ଷରୁ ଉର୍ଧ୍ବ ସମୟ ଚାକିରୀ ହେଲେ ଏଯାଏଁ ହୋଇ ପାରିଲା ନାହିଁ ସ୍ଥାୟୀ ନିଯୁକ୍ତି। ଆଉ କିଛି ମାସ ପରେ ଅନେକ କର୍ମଚାରୀ ନେବେ ଅବସର। ଆଗକୁ ପେନସନକୁ ନେଇ ମଧ୍ୟ ଦ୍ଵନ୍ଦ।ଏଭଳି ସମସ୍ୟାରେ ଘାରି ହେଉଛନ୍ତି ବଲାଂଗୀର ବିଦ୍ୟୁତ ବିଭାଗର ଶତାଧିକ କର୍ମଚାରି। ବଲାଂଗୀର ଟିପିଉଡ ବିଦ୍ୟୁତ ବିଭାଗରେ ୨୦୦ରୁ ଅଧିକ କର୍ମଚାରୀଙ୍କ ସମାନ ଅବସ୍ଥା। ଯାହାକୁ ନେଇ ଏମାନେ ରାଜ୍ୟ ସରକାର ଓ ବିଦ୍ୟୁତ ବିଭାଗର ଅନେକ ଥର ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। ଅନେକ ଥର ଏମାନେ ଆନ୍ଦୋଳନ ମଧ୍ୟ କରିଛନ୍ତି। ହେଲେ ଆଜି ଯାଏଁ ତାଙ୍କ ସମସ୍ୟାର ସମାଧାନ ହୋଇ ପାରି ନାହିଁ। ଆଉ କିଛି ମାସ ମଧ୍ୟରେ ଏମାନଙ୍କ ଠୁ ଅଧିକ ଅବସର ମଧ୍ୟ ନେବେ।ଏପଟେ ସେମାନେ ଆଗକୁ ତାଙ୍କ ପେନସନ ଓ ଅନ୍ୟାନ୍ୟ ଚାକିରୀ ପର ସୁବିଧା ପାଇବେ କି ନାହିଁ ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ସେହପରି ସରକାରଙ୍କ ଠାରେ ତାଙ୍କର ସମସ୍ୟା ଶୀଘ୍ର ସମାଧାନ ପାଇଁ ଏମାନେ ଦାବି କରିଛନ୍ତି।ଅଭିଯୋଗ ଅନୁସାରେ ଏମାନେ ଦୀର୍ଘ 30 ବର୍ଷ ହେବ ବିଦ୍ୟୁତ ବିଭାଗରେ ଅସ୍ଥାୟୀ କଣ୍ଟ୍ରାକ୍ଟଚୁଆଲ ଭାବରେ ଚାକିର କରି ଆସୁଛନ୍ତି। ଏମାନେ ଅନେକ ଥର ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନ ମଧ୍ୟ କରିଛନ୍ତି। ହେଲେ ଏବେ ଅବସର ସମୟ ଆସି ଯାଇଥିଲେ ସୁଦ୍ଧ ସ୍ଥାୟୀ ହୋଇ ପାରି ନାହାନ୍ତି। ଅନ୍ୟପଟେ ଏମାନଙ୍କୁ ବର୍ତ୍ତମାନ ନିଯୁକ୍ତି ଦେଇଥିବା ଘରୋଇ ସଂସ୍ଥାର ତ୍ରୁଟି ଯୋଗୁଁ ଏମାନେ ଆଗକୁ କାମ ପେନସନ ପାଇବା ସହ ଓ ଅନ୍ୟାନ୍ୟ ଚାକିରୀ ପର ସୁବିଧା ପାଇବା ସମ୍ଭବ ହେବ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି। ଏମାନେ ନିୟମିତ ଉପସ୍ଥିତ ରହି ନିଜ କାମ କରିଥିବା ସତ୍ତ୍ୱେ ଏମାନଙ୍କର ମାସକୁ 26 ଦିନ ଛୁଟି ହୋଇଥିବାର ଇ ପି ଏଅଫଓ ପାଖକୁ ରେକର୍ଡ ଯାଇଛି। ଜାହାଦ୍ୱାର ଏମାନେ ଆଗକୁ ଅତି ନିମ୍ନ ପେନସନ ପାଇବେ ବୋଲି ଅଭିଯୋଗ ଆଣିଛନ୍ତି। ସେପଟେ ଏମାନେ ଏହାର ସମାଧାନ ପାଇଁ ସମ୍ପୃକ୍ତ ଘରୋଇ ନିଯୁକ୍ତି ସଂସ୍ଥା ବଲାଙ୍ଗିରର ରୋଏକ୍ସ ସିକ୍ୟୁରୀଟି ଓ ମେଣ୍ଟେନେନ୍ସ ସଂସ୍ଥାକୁ ବାରମ୍ବାର ଆଭିଯୋଗ କରିଛନ୍ତି। ସମାନ ଭାବରେ ଇ ପି ଏଫ ଓ କମିଶନ ପାଖରେ ମଧ୍ୟ ଅଭିଯୋଗ କରିଛନ୍ତି। ହେଲେ ଅଭିଯୋଗକୁ ବର୍ଷେ ବିତିଥିଲେ ସୁଦ୍ଧା ଏମାନଙ୍କ ସମସ୍ୟା ସମାଧାନ ହୋଇ ନ ଥିବାର ଏମାନେ ଅଭିଯୋଗ କରିଛନ୍ତି। ସେପଟେ ସମ୍ପୃକ୍ତ ନିଯୁକ୍ତି ଦେଇଥିବା ବଲାଂଗୀରର ରୋଏକ୍ସ ସିକ୍ୟୁରୀଟି ଓ ମେଣ୍ଟେନ୍ନେନ୍ସ ସଂସ୍ଥା କର୍ତ୍ତୃପକ୍ଷ କହିଛନ୍ତି ଯେ କିଛି ଡାଟା ତ୍ରୁଟି ଯୋଗୁଁ ଏହା ହୋଇଛି। ଯେଉଁଥିରେ ୨୦୨୩ ପୂର୍ବରୁ ୨୦୦ରୁ ଉର୍ଧ୍ବ କର୍ମଚାରୀଙ୍କ ଏଭଳି ସମସ୍ୟା ହୋଇଛି। ଆମେ ଏହାକୁ ନେଇ ଆମ ପକ୍ଷରୁ ସମ୍ପୃକ୍ତ ଇପି ଏଫ ଓ କମିସନ ଠାରେ ଲିଖିତ ଅଭିଯୋଗ କରିଛୁ। ଏବଂ ଆମେ ଆଗକୁ ମଧ୍ୟ ଏହି ସମସ୍ୟା ଯେମିତି ଶୀଘ୍ର ସମାଧାନ ହେବ ତା ପାଇଁ ପଦକ୍ଷେପ ନେବୁ ବୋଲି ବିଭାଗ କହିଛି।ତେବେ ଅଭିଯୋଗ କାରୀ କର୍ମଚାରୀ ଆର୍ତ୍ତତ୍ରାଣ ଆଚାର୍ଯ୍ୟ, କେଳିରଥ ଭୁକ୍ତା ଓ ହାଡୁ ଭୁକ୍ତା କହିଛନ୍ତି ଯେ" ଆମେ ବିଗତ ୩୦ ବର୍ଷରୁ ବିଦ୍ୟୁତ ବିଭାଗରେ ଚାକିରୀ କରୁଛୁ। ଅସ୍ଥାୟୀ ଭାବରେ ଆମେ ନିଯୁକ୍ତି ପାଇଥିଲୁ। ପରେ ଏତେ ବର୍ଷ କାମ କରିବା ସତ୍ତ୍ୱେ ଆମକୁ ସ୍ଥାୟୀ ନିଯୁକ୍ତି ଦିଆ ଯାଇ ନ ଥିଲା। ରିଲାଏନ୍ସ କମ୍ପାନୀ ଆସି ଆମକୁ ପ୍ରତିଶ୍ରୁତି ଦେଇ ଠକି ଥିଲା। ପରେ ଟାଟା କମ୍ପାନୀ ଆସିଥିଲା। ହେଲେ ସେ ମଧ୍ୟ ଆମ ଜୁନିୟରଙ୍କୁ ସ୍ଥାୟୀ କରିଥିବା ବେଲେ ଆମକୁ ବୟସ ଅଧିକ ଥିବା ସହି ସ୍ଥାୟୀ କରି ନ ଥିଲା। ଏବେ ଆମ ମଧ୍ୟରୁ କିଛି ଅବସର ନେଇଛନ୍ତି । ହେଲେ ଏଯାଏଁ ସେମାନେ ପେନସନ କିମ୍ବା ଅନ୍ୟ କୌଣସି ସୁବିଧା ପାଇ ନାହାନ୍ତି। ସମାନ ଭାବରେ ଆମେ ଚାକିରୀରେ ଥିବା କର୍ମଚାରୀ ଦୈନନ୍ଦିନ କାର୍ଯ୍ୟରେ ଉପସ୍ଥିତ ଥାଇ ମଧ୍ୟ ଆମର ଅନୁପସ୍ଥିତି ଥିବାର ଆମ ନିଯୁକ୍ତି ସଂସ୍ଥା ରିପୋର୍ଟ ଦେଇଛି। ଯାହା ଦ୍ୱାରା ଆମର ଆଗକୁ ଅବସର ପରେ ପେନସନ ମିଳିବା ନେଇ ଦ୍ଵନ୍ଦ ଦେଖା ଦେଇଛି। ଅନ୍ୟପଟେ ଆମେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସମ୍ପୃକ୍ତ ସଂସ୍ଥା କିମ୍ବା ଇପି ଏଫ ଓ ଏ ଯାଏଁ ପଦକ୍ଷେପ ନେଇ ନାହିଁ। ତେଣୁ ଆମେ ସରକାରଙ୍କ ଠାରେ ନିବେଦନ କରୁଛୁ ଆମ ସମସ୍ୟାର ଶୀଘ୍ର ସମାଧାନ କରନ୍ତୁ" ବୋଲି ଏମାନେ କହିଛନ୍ତି।ସେପଟେ ନିଯୁକ୍ତି ଦେଇଥିବା ରୋଏକ୍ସ ସିକ୍ୟୁରୀଟି ଓ ମେଣ୍ଟେନ୍ନେନ୍ସ ସଂସ୍ଥା ବଲାଂଗୀରର ସଂସ୍ଥାପକ ଇନ୍ଦ୍ରମଣି ସାହୁ କହିଛନ୍ତି ଯେ" ଏହି କର୍ମଚାରୀଙ୍କ ଏନସିପି ରେ ସମସ୍ୟା ରହିଛି। ପୂର୍ବରୁ ଏମାନଙ୍କ ଉପସ୍ଥିତି ରେକର୍ଡ ଏଣ୍ଟ୍ରି ସମୟରେ କିଛି ତ୍ରୁଟି ଦେଖା ଦେଇଥିଲା ଯାହା ଫଳରେ ଏମିତି ଅବସ୍ଥା ହୋଇଛି।ଆମେ ଏହାର ସମାଧାନ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ) ଓ କମିଶନ ପାଖକୁ ଲିଖିତ ଅଭିଯୋଗ କରିଛୁ ଏବଂ ଶୀଘ୍ର ସମାଧାନ ପାଇଁ ଆମେ ପ୍ରଚେଷ୍ଟା କରୁଛୁ" ବୋଲି ସେ କହିଛନ୍ତି।
Recent Comments