logo
add image
ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ 

ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ 

ସୋନପୁର/୦୮/୧୧/୨୦୨୫(ଆଧାର ମିଡ଼ିଆ)ଆଜି ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଠାରେ ଅଷ୍ଟାଦଶ ତମ ଶ୍ରାଦ୍ଧ ବାର୍ଷିକୀ,ଅଧ୍ୟକ୍ଷା ରିତା ରାଣୀ ପୂଜାରୀ ଙ୍କ ପୌରହିତ୍ୟ ରେ ଅନୁଷ୍ଟିତ ହୋଇଯାଇଛି lସଧାରଣ ଭାବରେ ଏହା ଏକ ସ୍ମୁତି ସଭା ଥିଲା ମାତ୍ର ଆଜିର ପୀଢ଼ି ର ଛାତ୍ରୀ ମାନଙ୍କ ଭିତରେ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ତ୍ୟାଗ ଉତ୍ସର୍ଗ ବଳିଦାନ,ମାଟି ପ୍ରତି ମମତା ର ମହା ଦ୍ରୁମ ର ମଞ୍ଜି ବପନ କରିଥିଲା l ଛାତ୍ରୀ ମାନଙ୍କ ଉତ୍କଣ୍ଠା ସ୍ୱର୍ଗତ କୁଶଳ ଙ୍କ ପ୍ରତି ଭକ୍ତି ପୂତ ଶ୍ରଦ୍ଧାଞ୍ଜଳୀ ମହା ବିଦ୍ୟାଳୟର ପରିସର କୁ ଯେତିକି ଭାବ ବିହ୍ୱଳ କଲା,ତା ଠାରୁ ଅଧିକ ପ୍ରେରଣା ଦାୟୀ ହେଲା lଉକ୍ତ ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,କର୍ମଚାରୀ ଓ ଛାତ୍ରୀ ମାନେ ଉପସ୍ଥିତ ରହି ସ୍ଵର୍ଗତ କୁଶଳ ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରି ଥିଲେ lବିଭିନ୍ନ ଜିଲ୍ଲା ରୁ ଆସିଥିବା ନବାଗତା ଆଶ୍ଚର୍ଯ୍ୟ ହେଉଥିଲେ ଯେ ଶିକ୍ଷାର ଏରୁଣ୍ଡି ବନ୍ଧମାଡ଼ି ନଥିବା ବ୍ୟକ୍ତି ବି ଏକ ମହିଳା ମହାବିଦ୍ୟାଳୟ ର ସ୍ଵପ୍ନ ଦେଖିପାରେ l ଅଧ୍ୟାପିକା ସଞ୍ଜୁ ରାଣୀ ସିଂ ସଭା ସଂଯୋଜନା କରିଥିବା ବେଳେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ପୂଜାରୀ ଧନ୍ୟ ବାଦ ଅର୍ପଣ କରିଥିଲେ l
 

Recent Comments

Leave Comments

Top