ସୁବର୍ଣ୍ଣପୁର/୦୯/୧୧/୨୦୨୫(ଆଧାର ମିଡ଼ିଆ)ଆଜି ତା.୦୯.୧୧.୨୦୨୫ ସକାଳ ପ୍ରାୟ ୦୭.୩୦ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନଳିନୀ ଛକ ଠାରେ ସାଇବର ସଚେତନତା ରଥକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଥିଲେ।ଆଜି ଠାରୁ ଆସନ୍ତା ୧୭ ତାରିଖ ଯାଏ ଏହି ସଚେତନତା ରଥ ପ୍ରତି ବ୍ଲକ ଓ ପଞ୍ଚାୟତ କୁ ଯାଇ ଲୋକ ଙ୍କୁ ସଚେତନ କରିବ ଏହି ଅବସରେ ନଳିନୀ ଛକ ଠାରୁ ଆରମ୍ଭ ହୋଇ ସୋନପୁର ବସ ଷ୍ଟାଣ୍ଡ,ମଝିପଡା,ଆମ୍ବେଦକର ଛକ ଦେଇ ରୟାଲ ପଡିଆ ଯାଏ ପ୍ରାୟ ୪ କିଲୋମିଟର ୱାକାଥନ ଶୋଭା ଯାତ୍ରା ଅନୁଷ୍ଠିତ କରଯାଇଥିଲା,ଶେଷରେ ରୋୟାଲ ପଡିଆ ଠାରେ ଏକ ସଚେତନତା ସଭା ଆୟୋଜନ କରଯାଇଥିଲା।ସେହି ସଭାରେ ଏସପି ଶ୍ରୀ ନାରାୟଣ ନାୟକ ଏବଂ ଅତିରିକ୍ତ ଲିଲ୍ଲାପାଳ,ସୋନପୁର ଶ୍ରୀମତୀ ଅଞ୍ଜଳିନା ପଧାନ ଉପସ୍ଥିତ ଥିବା କଲେଜ ଛାତ୍ରଛାତ୍ରୀ, ଜିଲ୍ଲାର ବରିଷ୍ଠ ନାଗରିକ ଓ ପୁଲିସ କର୍ମଚାରୀଙ୍କୁ ସାଇବର ଠକେଇରୁ ନିଜକୁ ଦୂରେଇ ରଖିବାକୁ ଓ ପୁରା ସାବଧାନ ହୋଇ ନିଜରର କଷ୍ଟ ଲବ୍ଧ ଅର୍ଥକୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଥିଲେ।ଆଜିର ଏହି କାର୍ଯ୍ଯ କ୍ରମରେ ଏସପି,ଏଡିଏମ୍ ଙ୍କ ସମେତ ଅତିରିକ୍ତ ଏସପି ଶ୍ରୀ କେ.ହରି ପ୍ରସାଦ,ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଋଷି ମାଝୀ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଡିଏସପି ଶ୍ରୀମତୀ ରେଣୁକା ସୁନା,ଡି ଏସ ପି ଶ୍ରୀ ଚଦ୍ର ଶେଖର ସବର,ଡି ଏସ ପି ଶ୍ରୀ ପ୍ରତାପ କୁମାର ରଣା,ଡି ଏସ ପି ଶ୍ରୀ ବୈକୁଣ୍ଠ ବିହାରୀ ଶେଠ,ଏସ ଡି ପି ଓ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ତାପସ କୁମାର ଭୋଇ, ପୋଲିସ୍ ଆର ଆଇ ଶ୍ରୀ କାହୁଁ ଚରଣ ମାରାଣ୍ଡି, ହୋମ ଗାର୍ଡ ଆର ଆଇ ଭକ୍ତ ବନ୍ଧୁ ସେଠ, ପୋଲିସ୍ ଏସ ଆଇ (ଅ।ର୍ମ୍ସ) ନୀଳକଣ୍ଠ କହଁର ପ୍ରମୁଖ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।ସୋନପୁର କଲେଜ ଏନ ସି ସି, ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ,ଅଦିତି କଲେଜ, ସୁକାନ୍ତି ଇଣ୍ଟର ନେସନାଲ ସ୍କୁଲ, କୋଶଳ ହାଇସ୍କୁଲ୍, ସାହାରା ହାଇସ୍କୁଲ୍, ମହାରାଜା ହାଇସ୍କୁଲ,ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରମୁଖ ସହରର ବହୁ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ,ମିଡ଼ିଆ ଓ ବୁଦ୍ଧିଜୀବି ଏହି କାର୍ଯ୍ଯ କ୍ରମ ରେ ଯୋଗ ଦେଇ ଥିଲେ।ଏହି ଶୋଭାଯାତ୍ରାରେ ସୁବର୍ଣ୍ଣପୁର ପୋଲିସ ତରପରୁ ସହର ବାସୀଙ୍କୁ ସାଇବାର ସଚେତନତା ସ୍ଲୋଗାନ ଓ ପ୍ରଚାର ପତ୍ର ମାଧ୍ୟମରେ ସଚେତନତା କରଯାଇଥିଲା।ସୁବର୍ଣ୍ଣପୁର ଜିଲ୍ଲା ପୁଲିସର ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରଯାଇଥିଲା।
Recent Comments