ବାଲିଗୁଡା/୧୩/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳ ଅଧିନସ୍ତ ମୁଣ୍ଡିଗଡ଼ ପଞ୍ଚାୟତର ତିନୋଟି ଗ୍ରାମରେ କେତେକ ଜଙ୍ଗଲୀ ହାତୀପଲ ଙ୍କ ଉପଦ୍ରଵ ବଢି ଚାଲିଛି।ସୂଚନା ଅନୁସାରେ କଳାହାଣ୍ଡି ଏବଂ ବୌଦ୍ଧ ସୀମାନ୍ତରୁ ଏହି ହାତୀପଲ ଆସି ଖମନପଡା,ମଣ୍ଡଳ ପଦର ଓ ଶ୍ରାମ୍ବୁଲି,ଜାରୁଟି ଗ୍ରାମର ଅନେକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।ହାତୀପଲଙ୍କ ଉପଦ୍ରଵରେ ମୁଣ୍ଡିଗଡ଼ ଏବଂ ଲଙ୍କାଗଡ଼ ପଞ୍ଚୟତବାସୀ ଭୟଭୀତ ହୋଇ ରହୁଥିବା ବେଳେ ଗ୍ରାମ ବାସୀଙ୍କ କହିବା ଅନୁସାରେ ଗତ ବିଳମ୍ବିତ ରାତିରେ ମୁଣ୍ଡିଗଡ଼ ପଞ୍ଚାୟତର ଖମନ ପଡ଼ା ଓ ସ୍ରାମ୍ବୁଲି ଗ୍ରାମରେ ହାତୀପଲ ପଶି ନବୀନ ପାତ୍ର ଏବଂ ଅନେକ ଚାଷୀ ଙ୍କ ଚାଷ ଖାଇବା ସହ ନଷ୍ଟ କରି ଚାଲି ଯାଇଛନ୍ତି।ଗତ କାଲି ରାତିରେ ଖବର ପାଇ ତୁମୁଡିବନ୍ଧ ବନାଞ୍ଚଳ ର ରେଞ୍ଜର କେ.ସି.ବେହେରା ଏବଂ ଫରେଷ୍ଟର ଓ କର୍ମଚାରୀ ଗଣ ହାତୀ ପୋଲକୁ ଘୋଉଡ଼ାଇବା ଜାରି ରଖିଥିବା ତୁମୁଡିବନ୍ଧ ରେଞ୍ଜର ସୂଚନା ଦେଇଛନ୍ତି।
Recent Comments