logo
add image
ଉତ୍କର୍ଷ ଇ ସେବା ଉପ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ

ଉତ୍କର୍ଷ ଇ ସେବା ଉପ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ

ପୁରୀ/ନିମାପଡା/୨୫/୧୧/୨୦୨୫(ଆଧାର ମିଡ଼ିଆ)ଉତ୍କର୍ଷ ନିମାପଡା-୨୦୨୫ ର"ବିଚାରମନ୍ଥନ ଅଧିବେଶନ" ରୁ ଉପନୀତ ପ୍ରଥମ ସୋପାନ ଭାବରେ ଉତ୍କର୍ଷ ଇ-ସେବା ଆଜି ନିମାପଡା ତହିସଲ ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ବାରା ଉଦଘାଟିତ ହୋଇ ଯାଇଛି।ଏହା ହେଉଛି ଜନସାଧାରଣଙ୍କୁ ଆବଶ୍ୟକ ସରକାରୀ ସେବାଗୁଡ଼ିକୁ ଶୀଘ୍ର, ସହଜ ଓ ପାରଦର୍ଶୀ ଭାବରେ ପହଞ୍ଚାଇବା ପାଇଁ ତିଆରି ହୋଇଥିବା ଡିଜିଟାଲ ସିଙ୍ଗଲ୍-ୱିଣ୍ଡୋ ପ୍ଲାଟଫର୍ମ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।ଏହି ପ୍ଲାଟଫର୍ମ ମାଧ୍ୟମରେ ଆୟ,ଜାତି,ବାସ ସାର୍ଟିଫିକେଟ,ମ୍ୟୁଟେସନ,ଜମି ସମ୍ପର୍କିତ ସୂଚନା ଏବଂ ବିଭିନ୍ନ ୟୁଟିଲିଟି ଓ ଅଭିଯୋଗ ଗୁଡିକର ସୂଚନା ଓ ସେବା ଏକ ସ୍ଥାନରୁ ଉପଲବ୍ଧ ହୋଇ ପାରିବ।ଉତ୍କର୍ଷ ଇ -ସେବାର ମୂଳ ଲକ୍ଷ୍ୟ ସମୟ ବଞ୍ଚାଇବା, ସାଧାରଣ ଲୋକ ଙ୍କୁ ବିଭିନ୍ନ ଆବଶ୍ୟକୀୟ ସେବା ପାଇଁ ଅଫିସକୁ ବାରମ୍ବାର  ଯିବା ଆସିବା କମାଇବା ବୋଲି ସେ କହିବା ସହ ଏହା ରାଜ୍ୟରେ ଡିଜିଟାଲ ଶାସନ ଓ ନାଗରିକ-କେନ୍ଦ୍ରିକ ସେବାର ଏକ ନୂଆ ଅଧ୍ୟାୟ ବୋଲି ଶ୍ରୀମତୀ ପରିଡା କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଭାରତୀୟ ଷ୍ଟେଟବ୍ୟାଙ୍କ ର ଆଞ୍ଚଳିକ ପରିଚାଳକ ଭରତ ଚରଣ ସାହୁ,ନିମାପଡା ତହସିଲଦାର ମନୋଜ କୁମାର ପ୍ରଧାନ,ବିଡ଼ିଓ ଡ ଅଭିଜିତ ଷଡ଼ଙ୍ଗୀ,ଏନ ଏ ସି ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ଦାସ,ଅତିରିକ୍ତ ତହସିଲଦାର ଭେଙ୍କେଟେଶ ରାଓ,ନିରଞ୍ଜନ ନାୟକ,ତହସିଲର ର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।
 

Recent Comments

Leave Comments

Top