logo
add image
ଭୁସମ୍ପଦ ତଥ୍ୟାବଳୀ ଯାତ୍ରାର ଶୁଭାରମ୍ଭ

ଭୁସମ୍ପଦ ତଥ୍ୟାବଳୀ ଯାତ୍ରାର ଶୁଭାରମ୍ଭ

ଦେବଗଡ/୨/୧୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ପ୍ରତାପ କିଶୋର ନାୟକ)ପ୍ରକଳ୍ପ ନିର୍ଦ୍ଧେଶକ ମୁର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ଦେବାଶିଷ ଚନ୍ଦ୍ର ଜଗଦେବଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯକ୍ରମ ଭୁସଂପଦ ତଥ୍ୟାବଳୀ ଯାତ୍ରାକୁ ଆଜି ରିଆମାଳ ବ୍ଲକ ସିଆରିମାଳିଆ ଗ୍ରାମର ଖେଳ ପଡିଆ ଠାରେ ଭୂସମ୍ପଦ ତଥ୍ୟାବଳୀ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ମାନ୍ୟବର ସମ୍ବଲପୁର ସଂସଦଙ୍କ ପ୍ରତିନିଧି ଅରୁଣ ସାହୁ,ବରନ୍ୟ ଅତିଥି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସଞ୍ଜୟ ପାତ୍ର, ସହକାରୀ ଉଦ୍ୟାନ ନିର୍ଦ୍ଧେଶକ ଅନ୍ତର୍ଯ୍ୟାମୀ ସାହୁ,କୃଷି ବୈଜ୍ଞାନିକ ସବ୍ୟସାଚୀ ସାହୁ,ଖିଲେଇ ସରପଞ୍ଚ ଦୋଳଗୋବିନ୍ଦ ପ୍ରଧାନ,ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ,DPMOLM ଶିଶିର ଷଡଙ୍ଗୀ ଅତିଥି ଭାବେ ଯୋଗ ଦେଇଥିଲେ। ଏଲ ଆର୍ ଆଇ ଯାତ୍ରା ରିୱାର୍ଡ ପାଇଲଟ୍ ପ୍ରକଳ୍ପ ଅନ୍ତର୍ଗତ ଦେବଗଡ ଜିଲ୍ଳାର ବାରକୋଟ ଓ ରିଆମାଳ ବ୍ଲକର ୮ଟି ଗ୍ରାମପଞ୍ଚାୟତରେ ଭୁସଂପଦ ତଥ୍ୟାବଳୀ ରଥ ୨.୧୨.୨୫ ରୁ ୧୨.୧୨.୨୫ ପଯ୍ୟନ୍ତ ରଥ ପରିକ୍ରମା କରିବ।ଭୁ ସମ୍ପଦ ତଥ୍ୟକୁ ବ୍ୟବହାର କରି ଏଲ ଆର୍ ଆଇ କାର୍ଡ ପ୍ରସ୍ତୁତ କରାଯାଇଛି।ଏହି କାର୍ଡ ବ୍ୟବହାର କରି ଚାଷୀ ମାନେ ଜମିର ଉପାଦେୟତା ଉପଯୁକ୍ତ ଫସଲ,ମାଟିର ସମସ୍ୟା ଉପଚାର ସଂପର୍କରେ ଜାଣି ପାରିବେ।ଚାଷୀ ମାନେ କାର୍ଡ ଜରିଆରେ ନିଜ ଜମି ର ବିଭିନ୍ନ ଭୌତିକ ଓ ରାସାୟନିକ ଗୁଣବତ୍ତା ବିଷୟରେ ଜାଣିବା ସହିତ ଫସଲ ଚୟନ ସାର ପରିଚାଳନା,ମୂର୍ତ୍ତିକା ସଂରକ୍ଷଣ ଓ ଜଳ ସଂରକ୍ଷଣ ଆଦି ନିର୍ଧାରଣ କରିପାରିବେ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଚାଷୀ ଏଵଂ ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ଥିଲେ।

Recent Comments

Leave Comments

Top