logo
add image
ଦେବଗଡ଼ ଜିଲ୍ଲାସ୍ତରୀୟ ଯୁବୋତ୍ସବ ପ୍ରତିଯୋଗିତା

ଦେବଗଡ଼ ଜିଲ୍ଲାସ୍ତରୀୟ ଯୁବୋତ୍ସବ ପ୍ରତିଯୋଗିତା

ଦେବଗଡ଼/୦୩/୧୨/୨୦୨୫(ଆଧାର ମିଡିଆ)ଜିଲ୍ଲା କ୍ରୀଡ଼ା ବିଭାଗ ଓ ମାଇଁ ଭାରତ ପକ୍ଷରୁ ବିଜୁ ପଟ୍ଟନାଏକ ପ୍ରେକ୍ଷାଳୟ ଠାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ବରୋଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଅରୁଣ କୁମାର ସାହୁ,ମାନ୍ୟବର ବିଧାୟକ ଙ୍କ ପ୍ରତିନିଧି ଚନ୍ଦ୍ର ଶେଖର ଭୁକ୍ତା,ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ଜିଲ୍ଲାର କଳା ସଂସ୍କୃତି ଯୁବକ ଯୁବତୀ ମାନଙ୍କ ଦକ୍ଷତା ଓ ପ୍ରତିଭାକୁ ଜିଲ୍ଲାସ୍ତରୀୟ ଲୋକଲୋଚନକୁ ଆଣିବାପାଇଁ  ଅତିଥି ମାନେ ମତବ୍ୟକ୍ତ କରିଥିଲେ।ପରେ ପରେ ୧୫ ରୁ ୨୯ ବୟସର ଯୁବକ ଯୁବତୀ ମାନେ ବକୃତା,ଗଳ୍ପ ଲିଖନ,ଦଳଗତ ଲୋକ ନୃତ୍ୟ,ଚିତ୍ରଙ୍କାନ,କବିତା ଲିଖନ ଓ ଦୋଳ ଗତ ଲୋକ ସଙ୍ଗୀତ,ବିଜ୍ଞାନମେଳା ପ୍ରତିଯୋଗିତା କରାଯାଇଥିଲା।ଏଥିରେ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ,ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ।ଅପରାହ୍ନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ବରୋଣ୍ୟ ଅତିଥି ଭାବେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ,ସହକାରୀ ଜିଲ୍ଲାପାଳ ଈଶ୍ୱର ଗୁରୁ,ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ଅର୍ଥ ରାଶି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ।ଏଥିରେ ବିଚାରକ ଭାବେ ଅଧ୍ୟାପକ,ଅଧ୍ୟାପିକା,ଚିତ୍ରକର କାର୍ଯ୍ୟ ତୁଲାଇ ଥିଲେ।କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ତଥା କ୍ରୀଡ଼ା ଅଧିକାରୀ ତାପସ କୁମାର ମହନ୍ତ,ମାଇଁ ଭାରତ ପ୍ରଦୀପ ବିଶ୍ବାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ପ୍ରମୁଖ ଉପସ୍ଥିତ ଥିଲେ।
 

Recent Comments

Leave Comments

Top