logo
add image
ବ୍ଲକ ସ୍ତରୀୟ ଇକୋ କ୍ଲବ ପ୍ରତିଯୋଗିତା ଅନୁଷ୍ଠିତ 

ବ୍ଲକ ସ୍ତରୀୟ ଇକୋ କ୍ଲବ ପ୍ରତିଯୋଗିତା ଅନୁଷ୍ଠିତ 

ପିପିଲି/୫/୧୨/୨୦୨୫(ଆଧାର ମିଡ଼ିଆ )ପିପିଲି ବ୍ଲକ ଅନ୍ତର୍ଗତ ତେଇଶିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଇକୋ କ୍ଲବ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ଯ ଅତିଥୀଭାବେ ତହସିଲଦାର ହୃଷିକେଶ ତ୍ରିପାଠୀ,ମୁଖ୍ଯ ବକ୍ତା ଭାବେ ବିଇଓ ପୀତବାସ ସେଠୀ,ସମ୍ମାନିତ ଅତିଥୀଭାବେ ପିଏସଏସଏସ ସଂଯୋଜକ ପୁରୀ ସନ୍ତୋଷ କୁମାର ଚୌଧୁରୀ,ଏବିଇଓ ଡ.ଶରତ କୁମାର ଚଉଁରୀ ପ୍ରମୁଖ ଯୋଗଦେଇ ଇକୋ କ୍ଲବ ପାଳନ ଉପରେ ଆଲୋକପାତ କରିଥିଲେ।ପିପିଲି ବ୍ଲକ ନୋଡାଲ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମହାନ୍ତି ଅତିଥି ପରିଚୟ ଓ ସଭାପରିଚାଳନା କରିଥିଲେ।ଧନ୍ୟବାଦ ଦେଇଥିଲେ ତେଇଶିପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତୀ ଅନୁପମା ବେହେରା।ଏହି ବ୍ଲକ ସ୍ତରୀୟ ଇକୋ କ୍ଲବ ପଦର୍ଶନୀ ଉତ୍ସବ ରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ଯାଳୟରୁ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ (ଜଳବାୟୁ ପରିବର୍ତ୍ତନ,ଶକ୍ତିସଂରକ୍ଷଣ,ଏକକ ପ୍ଲାଷ୍ଟିକ ବର୍ଜନ,ବ୍ଯର୍ଜ ବସ୍ତୁ ପରିଚାଳନା,ବୃଷ୍ଟିଜଳ ଅମ୍ଳ ଆଦି ଉପରେ ୪୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ପ୍ରଦର୍ଶିତ ପ୍ରକଳ୍ପ ର ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ପୃଷ୍ଟି,ଦିଲ୍ଲୀପ କୁମାର ଓଝା,ଦେବାଶିଷ ପଣ୍ଡା ଯୋଗଦେଇ ପ୍ରକଳ୍ପ ମୁଲ୍ଯାୟନ କରିଥିଲେ।ବରିଷ୍ଠ ଶିକ୍ଷକ ହେମନ୍ତ କୁମାର ପ୍ରଧାନ ଓ ଦିପକ କୁମାର ଗୁରୁ ଏବଂ ତେଇଶିପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।କୃତି ଛାତ୍ରଛାତ୍ରୀ ୫ ଜଣଙ୍କୁ ଅତିଥିମାନଙ୍କ ଦ୍ବାରା ପୁରଷ୍କାର ପ୍ରଦାନ କରାଯାଇଛି।
 

Recent Comments

Leave Comments

Top